ଗରିବ ଓ ଅସହାୟ ଲୋକଙ୍କୁ ମାସେ ହେଲା ରନ୍ଧାଖାଦ୍ୟ ବାଂଟୁଛି ବଲାଙ୍ଗୀର ପୋଲିସ 

0 2

ବଲାଙ୍ଗୀର (ନିରୋଜ ମିଶ୍ର) : ରାଜ୍ୟରେ ଜାରି ରହିଥିବା ଲକ୍‌ଡାଉନ ସମୟରେ ବଲାଙ୍ଗୀର ପୋଲିସ ଗରିବ ଓ ଅସହାୟ ଲୋକଙ୍କୁ ମାସେ ହେଲା ରନ୍ଧାଖାଦ୍ୟ ବଣ୍ଟନ କରୁଛନ୍ତି। ଖୁଜେନପାଲିରେ ରହୁଥିବା କୁଷ୍ଠ ରୋଗୀଙ୍କୁ ବଲାଙ୍ଗୀର ଏସ୍‌ପି ସନ୍ଦୀପ ମାଡକର ନିଜେ ରନ୍ଧାଖାଦ୍ୟ ପରଶିଛନ୍ତି। ଏହି କୁଷ୍ଠ ରୋଗୀମାନେ ଭିକ୍ଷାବୃତ୍ତିକରି ଦିନ କାଟିଥାନ୍ତି। ପ୍ରାୟ ମାସେ ହେଲା କରୋନା ଲକ୍‌ଡାଉନ ଯୋଗୁ କିଛି ଉପତ୍ାର୍ଜନ କରି ନ ପାରି ଭୋକରେ ରହୁଥିଲେ। ଏ ନେଇ ସୂଚନା ପାଇବା ପରେ ବଲାଙ୍ଗୀର ପୋଲିସ ପକ୍ଷରୁ ସେମାନଙ୍କୁ ପ୍ରତିଦିନ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି। ସହରର ବିଭିନ୍ନ ରାସ୍ତା ଓ ଗଳିକନ୍ଦିରେ ରହିଥିବା ଅସହାୟ ଓ ଯାଯାବରଙ୍କୁ ଖୋଜି ସେମାନେ ଖାଦ୍ୟ ବଣ୍ଟନ କରୁଥିବା ଜଣାପଡ଼ିଛି।

Leave A Reply

Your email address will not be published.