ବୁଗୁଡା(ଡ଼ଃ କୁମୁଦ ଚନ୍ଦ୍ର ବେହେରା) : ଗତ ଏପ୍ରିଲ ୪ ତାରିଖ ଗୁଳିକାଣ୍ଡ ମୃତ୍ୟୁ ଘଟଣାରେ ବୁଗୁଡା ପୋଲିସ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଆଉ ଜଣେ ଫେରାର ଥିବା ବୁଗୁଡା ଥାନା ଆଇଆଇସି ଚିତ୍ତରଞ୍ଜନ ବେହେରା ପ୍ରକାଶ କରିଛନ୍ତି। ଏହି ଘଟଣାରେ ବ୍ୟବହୃତ ଏକ ସ୍କୁଟି ମଧ୍ୟ ଜବତ ହୋଇଛି। ଭୁବନେଶ୍ୱର ଧଳା ଜହର ଜବତ ଘଟଣାକୁ ନେଇ ଏହି ମର୍ଡର ହୋଇଥିବା ଜଣାପଡିଛି। ନୟାଗଡ଼ ଜିଲ୍ଲା କଳାପଥର ଅଞ୍ଚଳର ମାଣିକଗଡ ଗ୍ରାମର ରଞ୍ଜନ ଦଳେଇଙ୍କୁ ଅତି ନିକଟରୁ ଏକ ସ୍କୁଟିରେ ତିନିଜଣ ଆସି ଗୁଳି କରି ଚାଲି ଯାଇଥିଲେ। ରଞ୍ଜନଙ୍କ ଆଗପଟ ପେଟରେ ଗୁଳି ମାଡାହୋଇ ପିଠିପଟେ ବାହାରି ଯାଇଥିଲା। ପ୍ରଥମେ ରଞ୍ଜନଙ୍କୁ ବୁଗୁଡା ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ମେଡିକାଲକୁ ଏବଂ ସେଠାରୁ କଟକ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। କଟକ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ରଞ୍ଜନ ଦଳେଇଙ୍କ ମୃତ୍ୟୁ ହୋଇଥିଲା। ଏନେଇ ବୁଗୁଡା ଥାନା କେଶ ନମ୍ବର ୮୪/୨୦ ପ୍ରକାର ଏକ ମାମଲା ରୁଜୁ ହୋଇ ଅନୁସନ୍ଧାନ କରି ଆସାମୀ ୩ ଜଣଙ୍କ ମଧ୍ୟରୁ ବୁଗୁଡାର ଭଗବାନ ସାହୁ ଓ ଧନୁ ସାହୁକୁ ଗିରଫ କରି ଶନିବାର ଦିନ କୋର୍ଟ ଚାଲାଣ କରାଯାଇଛି। ଅନ୍ୟ ଜଣେ ଆସାମୀ ଫେରାର ଥିବାବେଳେ ୩ୟ ଆସାମୀକୁ ଧରିବା ପାଇଁ ଚେଷ୍ଟା ଚାଲୁ ରହିଥିବା ଆଇଆଇସି ଶ୍ରୀ ବେହେରା ପ୍ରକାଶ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.