ପଦ୍ମପୁର-କରୋନାକୁ ଦମନ ପାଇଁ ସାରା ଦେଶରେ ତାଲା ବନ୍ଦ । ପ୍ରଥମେ ୨୧ଦିନ ତାଳାବନ୍ଦ ଏବଂ ଏବେ ପୁଣି ୧୮ ଦିଳ ତାଳାବନ୍ଦ । ଏହି ତାଲା ବନ୍ଦ ଗରିବ ଖଟିଖିଆ ତଥା ଦୈନିକ କାମକରି ଚଳୁଥିବା ଲୋକଙ୍କ ପାଇଁ ଏକ କାଳ ସଦୄଶ୍ୟ ହୋଇଯାଇଛି । ଗରିବ ଅସହାୟ ଲୋକ ବହୁ କଷ୍ଟରେ ଦିନ ଅତିବାହିତ କରୁଥିବା ଦେଖିବାକୁ ମିଲୁଛି । ଏପରି ଦୟନୀୟ ଅବସ୍ଥା ସମୟରେ ଉକ୍ତ ଅସହାୟ ଲୋକଙ୍କୁ ସହଯୋଗର ହାତ ବଢାଇଛନ୍ତି ଦୀପ୍ତୀପୁର ଅଞ୍ଚଳର କିଛି ଯୁବଗୋଷ୍ଠୀ । ଜୟ ଜବାନ କ୍ଳବ ଓ ଜଟାଧାରୀ କ୍ଳବର ମିଳିତ ଉଦ୍ୟମରେ ଟାଳ ପଞ୍ଚାୟତର ଗରିବ ଅସହାୟ ତଥା ଦିନ ମଜୁରିଆ ମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି ।ଦୀର୍ଘ ଦିନ ହେଲା ଏହି ଯୁବଗୋଷ୍ଠୀ ପଦ୍ମପୁରର ବିଭିନ୍ନ ପଞ୍ଚାୟତର ଅସହାୟ ମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରୁଛନ୍ତି । ଆଜି ଏହି ଯୁବଗୋଷ୍ଠୀ ଚାରପାଲି ଗ୍ରାମପଞ୍ଚାୟତ ଅନ୍ତର୍ଗତ ନାଗେନମାଲ,ଚାରପାଲି, ଖେମେଡ଼ଖାର,ଲମ୍ବରଜୁନା,ଜାମଖେର,ହଲକାଦାଦର,ଭାଲୁକନା,କେନ୍ଦୁମୁଣ୍ଡା ଓ ସିଂହିମୁଣ୍ଡା ଗ୍ରାମ ଗୁଡିକର ପ୍ରାୟ ତିନିଶହ ରୁ ଅଧିକ ଅସହାୟଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ କରିଥିଲେ ।କେବଳ ମଣିଷ ମାନଙ୍କୁ ଶୁଖିଲା ଖାଦ୍ୟ ନୁହେଁ ବୁଲା କୁକୁର ମାନଙ୍କୁ ମଧ୍ୟ ଖାଇବାକୁ ଦେଇଥିଲେ।ଶୁଖିଲା ଖାଦ୍ୟରେ ଚାଉଳ,ଡାଲି,ଚିନି,ଚା,ସୁଜି,ଚୁଡା,ବିସ୍କୁଟ ଓ ଲୁଣ ଦିଆଯାଇଛି । ଯୁବଗୋଷ୍ଠୀଙ୍କ ଏହି ଶୁଖିଲା ଖାଦ୍ୟ ଅସହାୟ ମାନଙ୍କ ପାଇଁ ସହାୟକ ହେବ ବୋଲି ବୁଦ୍ଧିଜୀବୀ ମହଳରେ ଚର୍ଚ୍ଚା ହେଉଛି । ଏହି ଶୁଖିଲା ଖାଦ୍ୟ ବଣ୍ଟନରେ ଜଟାଧାରୀ କ୍ଳବ ଟାଳର ଧିରେନ ବିଶ୍ବାଳଙ୍କ ନେତୄତ୍ବରେ ଡ଼ମ୍ବରୁଧର ପ୍ରଧାନ, ଚତୃ ଭୋଇ, ଅଶ୍ବିନୀ ସାହୁ, ମୁକେଶ ବେରିଆ,ଆନନ୍ଦ ପ୍ରଧାନ, ଦେବାଶିଷ ପ୍ରଧାନ, ଶାନ୍ତନୁ ବଢେଇ, ସୁମନ୍ତ ପ୍ରଧାନ, ଚିନ୍ତାମଣି ପ୍ରଧାନ, ଜ୍ୟୋତିକାନ୍ତ ସାହୁ,ନିଳମଣି ସାହୁ,ନାରାୟଣ ସାହୁ ଓ ଜୟ ଜବାନ କ୍ଳବ ଦୀପ୍ତୀପୁରର ଦୀପ୍ତିକାନ୍ତ ମୁଖିଙ୍କ ନେତୄତ୍ବରେ ରୋଶନ ପାଣିଗ୍ରାହୀ,ବିନୟ ସାହୁ,ପ୍ରେମାନନ୍ଦ ବାରିକ, ଚେତନ ଜେନ,ସୁନିଲ ସାହୁ, ସୁଶିଲ ସାହୁ,ଚନ୍ଦନ ସାହୁ, ରଜତ ସାହୁ, ହାର୍ଷିଦ ଗୋୟଲ,କୁନା ବାରିକ, କଂଗ୍ରେସ ସାହୁ,ଅନିଲ ସାହୁ, ବଣ୍ଟି ଅଗ୍ରୱାଲ, ବବୁଲୁ ସୁନା ପ୍ରମୁଖ ଉପସ୍ଥିତ ଥିଲେ |
Sign in
Sign in
Recover your password.
A password will be e-mailed to you.
Prev Post
Next Post