ରେଢାଖୋଲରେ କାଳବୈଶାଖୀ , ପ୍ରବଳ ପବନ ସାଙ୍ଗକୁ  ଘଡଘଡି ସହ ବର୍ଷା 

0 2

ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ :ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ୍ ରେ  ଶୁକ୍ରବାର ଅପରାହ୍ନରେ କାଳ ବୈଶାଖୀ ସାଙ୍ଗକୁ, ବର୍ଷା, ଘଡଘଡି ଓ ପ୍ରବଳ ମାତ୍ରାରେ ପବନ  ହୋଇଛି। ପ୍ରବଳବେଗରେ ପବନ ଯୋଗୁ ବିଦ୍ୟୁତ ତାର ଛିଣ୍ଡି ରେଢାଖୋଲ ବ୍ଲକ ସମେତ କଦଳୀଗଡ ଏବଂ କୁକୁଡାବାହାଳୀ ପଞ୍ଚାୟତର ବିଭିନ୍ନ ଗ୍ରାମରେ  ବିଦ୍ୟୁତ ସେବା ବିଚ୍ଛିନ୍ନ ହୋଇଛି। ଶୁକ୍ରବାର ଅପରାହ୍ନ ପ୍ରାୟ ସାଢ଼େ ୫ ବେଳେ  ରେଢାଖୋଲ ଅଞ୍ଚଳରେ ହଠାତ କଳାହାଣ୍ଡିଆ ମେଘ ଘୋଟି ଆସିଥିଲା। ପ୍ରବଳ ବେଗରେ ପବନ, ବର୍ଷା ସାଙ୍ଗକୁ ବିଜୁଳି, ଘଡଘଡି ଆରମ୍ଭ ହୋଇଥିଲା। ଶନିବାର  ସକାଳ ୯ ପର୍ଯ୍ୟନ୍ତ କାଳବୈଶାଖୀ ଅଞ୍ଚଳରେ କରାଳ ରୂପ ଦେଖାଇଛି। ପ୍ରବଳ ବେଗରେ ପବନ ଯୋଗୁ ଅନେକ ଗଛ ଡାଳ ଭାଙ୍ଗି ପଡିଥିବା ବେଳେ, ବିଭିନ୍ନ ସ୍ଥାନରେ ବିଦ୍ୟୁତ ତାର ଛିଣ୍ଡିଯିବା ଯୋଗୁ ସହରର ବିଭିନ୍ନ ଗ୍ରାମରେ  ବିଦ୍ୟୁତ ସେବା ବିଚ୍ଛିନ୍ନ ହୋଇଯାଇଥିବା ଜଣାପଡିଛି।

 

 

Leave A Reply

Your email address will not be published.