ନବଦୁର୍ଗା ଆଞ୍ଚଳିକ ମହାସଂଘ ପଦ୍ମପୁର ତରଫରୁ ବିସ୍କୁଟ ଓ ମାସ୍କ ବଣ୍ଟନ ।

0 2

ପଦ୍ମପୁର/ଶାସକ ପ୍ରଶାସକ:- ବର୍ତ୍ତମାନ ସମୟରେକରାଲ ରୂପୀ କରୋନା ଭାଇରସ୍ ସଂକ୍ରମଣ ଦିନକୁଦିନ ବଢିବାକୁ ଲାଗିଛି ।ଏଣୁ ଜନସାଧରଣ ଅତ୍ୟଧିକ ସଚେତନ ହେବା ଆବଶ୍ୟକ।ସରକାରଙ୍କ ବିଭିନ୍ନ ନିର୍ଦ୍ଧେଶ କୁ ଯଥା ସାମାଜିକ ଦୂରତ୍ୱ ,ମାସ୍କ ପିନ୍ଧିବା,ଘରେ ରହିବା ଆଦିକୁ ଠିକ୍ ରୂପେ ମାନିବା ଜରୁରୀ।ସ୍ଥାନୀୟ ନବଦୁର୍ଗା ଆଞ୍ଚଳିକ ମହିଳା ମହାସଂଘ ନିଜର ପ୍ରଚେଷ୍ଠା ରେ ମାସ୍କ ପ୍ରସ୍ତୁତ କରି କଣ୍ଟାପଡା ଅଞ୍ଚଳରେ ବଣ୍ଟନ କରିଛନ୍ତି।ଏହା ସହ ବିସ୍କୁଟ ମଧ୍ୟ ବଣ୍ଟନ କରିଛନ୍ତି।ଅତିରିକ୍ତ ଜିଲ୍ଲାପାଳ ପଦ୍ମପୁର ଦିପ୍ତିମୟୀ ଭୁଏ , ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଜୟନ୍ତ କୁମାର ସାହୁ,ଗୋଷ୍ଠୀ ସଙ୍ଗଠିକା ଏନ୍.ଏ.ସି ଶ୍ରୀମତୀ ଚିତ୍ରୋପଲା ମେହେର, ଶ୍ରୀଯୁକ୍ତ ରଘୁମଣି ସାହୁ ଉପସ୍ଥିତ ରହି ବଣ୍ଟନ କାର୍ଯ୍ୟରେ ସହଯୋଗ କରିବା ସହ ପଡ଼ା ବାସୀଙ୍କୁ ସଚେତନ କରିଛନ୍ତି। ଏହାସହ ନଗରରେ ବୁଲୁ ଥିବା ଗାଇଗୋରୁ ମାନଙ୍କୁ ମଧ୍ୟ ଖାଦ୍ୟ ବଣ୍ଟନ କରିଛନ୍ତି।ଏହି କାର୍ଯ୍ୟକ୍ରମ ରେ ମହାସଂଘ କୁ ମିଶନ ଶକ୍ତି ର ସୁପରଭାଇଜର ଶ୍ରୀମତୀ ଗୀତାରାଣୀ ନାଥ ,ସ୍ୱଚ୍ଛ ସାଥି ଶ୍ରୀମତୀ ସେବତୀ ରଣା ଓ ଶ୍ରୀମତୀ ଅନୁପମା ସାହୁ ସାହାଯ୍ୟ କରିଛନ୍ତି। ପଡ଼ାରେ ସାମାଜିକ ଦୂରତ୍ୱ କୁ ଗୁରୁତ୍ୱ ଦେବା ପାଇଁ ଅଧିକାରୀଗଣ ପରାମର୍ଶ ଦେଇଛନ୍ତି।

Leave A Reply

Your email address will not be published.