ପ୍ରଶଂସା ମାଗନ୍ତି ନାହିଁ ; ଜୀବନ ବଞ୍ଚାନ୍ତି ରକ୍ତଦାତା

0 2

ସୁନ୍ଦରଗଡ଼ (ହୋରାଚାନ୍ଦ ଦେଉରିଆ) :ଜୀବନଯାତ୍ରାକୁ କରୋନା ମହାମାରୀ ସ୍ଥାଣୁ କରି ଦେଇଛି। ଲକ୍ ଡାଉନର କଟକଣା ବଜାର,ଘାଟ ମେଡିକାଲକୁ ଖାଁ ଖାଁ କରି ପକାଇଛି। ସବୁକୁ ବଳି ଯାଉଛି ଚିକିତ୍ସା ସେବା। କରୋନା ଯୋଦ୍ଧା ଡାକ୍ତର,ନର୍ସ,ସ୍ୱାସ୍ଥ୍ୟକର୍ମୀ ଓ ଆଶା ଦିଦିଙ୍କ ଅକ୍ଳାନ୍ତ ପରିଶ୍ରମକୁ ରକ୍ତର ଅଭାବ ପାଣିଚିଆ କରିଦେଉଛି। ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ରକ୍ତର ଅଭାବ ଯୋଗୁ ରୋଗୀଙ୍କ ଜୀବନ ବିପଦରେ ପଡୁଥିଲା। ଏଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଛାତ୍ର ବିଜୁ ଜନତା ଦଳର ସଭ୍ୟମାନେ ଆଗେଇ ଆସି,ରକ୍ତଦାନ କରିଛନ୍ତି। ଯେଉଁ ବ୍ୟକ୍ତିଙ୍କ ଶରୀରକୁ ରକ୍ତ ଯିବ,ହୁଏତ ସେ ତାଙ୍କର ବନ୍ଧୁ ପରିଜନ ନୁହଁନ୍ତି।କିନ୍ତୁ ଆଜି(ଗୁରୁବାର) ୩୨ରକ୍ତଦାତାଙ୍କ ମହନୀୟ କାର୍ଯ୍ୟ ଯୋଗୁ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାର ରକ୍ତ ସମସ୍ୟା ଅନେକାଂଶରେ ଦୂର ହୋଇପାରିଛି। 

ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଉପରେ ପଡୋଶୀ ଜିଲ୍ଲା ଝାରସୁଗୁଡ଼ା ଏବଂ ପଡୋଶୀ ରାଜ୍ୟ ଛତିଶଗଡ଼ ଓ ଝାଡ଼ଖଣ୍ଡର ରୋଗୀମାନେ ନିର୍ଭରଶୀଳ।ସେଥିପାଇଁ ଏଠାରେ ମାସିକ ପ୍ରାୟ ୩୭୫ବ୍ଲଡ୍ ୟୁନିଟ୍ ଆବଶ୍ୟକ ହୁଏ। ତେବେ ଲକ୍ ଡାଉନ୍ ଯୋଗୁ ରୋଗୀଙ୍କ ପରିବାରବର୍ଗଙ୍କୁ ଡାକ୍ତରଖାନା ଆସିବାରେ ଅସୁବିଧା ହେଉଛି।ଫଳରେ ରୋଗୀଙ୍କୁ ବ୍ଲଡ୍ ବ୍ୟାଙ୍କ ଉପରେ ସଂପୂର୍ଣ୍ଣ ନିର୍ଭର କରିବାକୁ ପଡୁଛି। ସେଥିପାଇଁ ବିଜେଡି ଜିଲ୍ଲା ପ୍ରଭାରୀ ବିଧାୟକ ଇଂ ପ୍ରୀତିରଞ୍ଜନ ଘଡ଼ାଇ ସୁନ୍ଦରଗଡ଼ରେ ୩ଦିନିଆ ରକ୍ତଦାନ ଶିବିରରେ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଛାତ୍ର ବିଜେଡିର ପଶ୍ଚିମାଞ୍ଚଳ ଜୋନ୍ ସଭାପତି ବୈକୁଣ୍ଠ କୁମାର ନାଏକ ନେତ୍ୱରରେ ଆୟୋଜିତ ରକ୍ତଦାନ ଶିବିରରୁ ୧୦୦ ୟୁନିଟ୍ ବ୍ଲଡ୍ ସଂଗ୍ରହ କରାଯିବାକୁ ଲକ୍ଷ୍ୟ ରଖାଯାଇଛି।ସେହିଭଳି ସୁନ୍ଦରଗଡ଼ ପୂର୍ବତନ ବିଧାୟକ ଯୋଗେଶ ସିଂଙ୍କ ଉଦ୍ୟମରେ ଚଳିତ ମାସ ୧୭ତାରିଖରେ ୧୫ ୟୁନିଟ୍ ବ୍ଲଡ୍ ସଂଗ୍ରହ ହୋଇଥିଲା।       

ଏ ତିରୋଟ ସମୟରେ ଯେଉଁ କରୋନା ଯୋଦ୍ଧାମାନେ ରକ୍ତଦାନ କଲେ ..

ଜୀବନ ବିନ୍ଦୁର ସୁନ୍ଦରଗଡ଼ ସଂଯୋଜକ ବିନୟ ଟପୋଙ୍କ ସହଯୋଗରେ ଆୟୋଜିତ ରକ୍ତଦାନ ଶିବିରରେ ମୁଖ୍ୟତଃ ସୁନ୍ଦରଗଡ଼ ଓ ତଲସରା ଅଞ୍ଚଳର ଛାତ୍ର-ଯୁବକମାନେ ଅଂଶଗ୍ରହଣ କରିଥିଲେ।କରୋନା ମହାମାରୀ ସମୟରେ ରକ୍ତଦାନ କରିଥିବା ସେହି ଯୋଦ୍ଧାମାନେ ହେଲେ ଲଲାଟ ପରିଡ଼ା,ପଞ୍ଚା ବାର୍ଲା,ସୁରେନ୍ଦ୍ର ଭିତ୍ରିଆ,ଅଶୋକ ସ୍ୱାଇଁ,ବେଣୁଧର ତାଣ୍ଡିଆ, ସୁନିଲ ମହାପାତ୍ର,ସୁଶୀଲ ପୁରୋହିତ,କେଶବ ରାଣା,ଅକ୍ଷୟ ନାଏକ,ଦେବାଶିଷ ମିଶ୍ର,ଜିତେନ୍ଦ୍ର କର,ହରଜିନ୍ଦର ସିଂ, ଅନୁସୟା ନାଏକ,ଅଞ୍ଚନା ସାହୁ,ତନୁଜା ମହାନ୍ତି,ଜୟ ନାରାୟଣ ତ୍ରିପାଠୀ,ନିତ୍ୟାନନ୍ଦ ନାଏକ,ଅଶ୍ୱିନୀ ନାଏକ,ଅମିତ ପଟେଲ,ଶିବାଜୀ ନାଏକ,ମୁକେଶ ପୁରୋହିତ,ବିସ୍ମୟ ପଟ୍ଟନାୟକ,ରବି ଜୟସ୍ୱାଲ,ରୋଶନ ସାହୁ,ସୁବ୍ରତ ନାଏକ, କାନ୍ତିଦେବ ମହାରଣା,ଆଶିଷ ମିଶ୍ର,ଶୁଭମ ସହାୟ,ଧିରଜ ପ୍ରସାଦ,ରାଜେଶ ପାଢୀ,ତାପସ ପଣ୍ଡା,ଅଜୟ ସାହୁ,ସୌରଭ ନାଏକ,ପ୍ରକାଶ ସାହୁ,ଯୁକ୍ତେଶ୍ୱର ସାହୁ,ସରୋଜ ସାହୁ,ଉତ୍କଳ ମହାପାତ୍ର,ସୁଶାନ୍ତ ପଟେଲ,ତ୍ରିଲୋଚନ କକ୍ ଓ ବିନୋଦ କଷ୍ଠାରୀ।

ବିଜେଡିର କାର୍ଯ୍ୟରୁ ଲାଗୁଛି ସୁନ୍ଦରଗଡ଼ରେ ରକ୍ତର ଅଭାବ ଦୂର ହେବା ସହ ରକ୍ତଦାନର ମହନୀୟତା ଲୋକେ ବୁଝି ପାରିବେ। 

Leave A Reply

Your email address will not be published.