ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମହାମାରି କରୋନା ଭୁତାଣୁ ସଂକ୍ରମଣତାରୁ ଗ୍ରାମାଞ୍ଚଳ ଲୋକେ କିଭଳି ସତର୍କ ଓ ସୁରକ୍ଷିତ ରହିବେ , ଲକ୍ ଡାଉନ୍ ସମୟରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶନାମା ତଥା ରହିଥିବା ଗାଇଡ଼ ଲାଇନକୁ କିଭଳି ପାଳନ କରିବେ , ସେ ସମ୍ପର୍କରେ ସଚେତନତାର ବାର୍ତ୍ତା ବାଣ୍ଟୁଛନ୍ତି ସ୍ୱାସ୍ଥ୍ୟ ବିଭାଗ ଦଳ ।
ଏହି ସ୍ୱାସ୍ଥ୍ୟ ବିଭାଗ ଦଳରେ ସ୍ୱାସ୍ଥ୍ୟକର୍ମୀ ରଣଜିତ ଜେନା , ଏ ଏନ୍ ଏମ୍ – ବି.ଜଗଦମ୍ବା , ଅଙ୍ଗନବାଡି କର୍ମୀ ମାଧୁରୀ ପାଣି , ମିନି ଅଙ୍ଗନବାଡି କର୍ମୀ ଭାଗ୍ୟଲକ୍ଷ୍ମୀ ସାବତ , ଆଶାକର୍ମୀ ବିଜୟଲକ୍ଷ୍ମୀ ଜେନା ଏବଂ ୱାର୍ଡ ମେମ୍ବର ସନ୍ତୋସୀ କୁମାରୀ ପାଣି ପ୍ରମୁଖ ରହିଛନ୍ତି ।
http://www.youtube.com/watch?v=uF7R7a_Rwek
ଏହି ସ୍ୱାସ୍ଥ୍ୟ ବିଭାଗ ଦଳ ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ କେରାଣ୍ଡି ପଞ୍ଚାୟତର ଅମରା ଗ୍ରାମରେ ପ୍ରତ୍ୟେକ ଘରକୁ ଯାଇ ଘର ଲୋକଙ୍କୁ କରୋନା ସଂକ୍ରମଣତା ଠାରୁ ଦୂରେଇ ରହି ନିଜକୁ କିଭଳି ସୁରକ୍ଷିତ ରଖିବେ ସେ ସମ୍ପର୍କରେ ସଚେତନ କରାଉଛନ୍ତି ।
ମୁଖ୍ୟତଃ ଲୋକମାନଙ୍କୁ ମାସ୍କ ପିନ୍ଧିବା , ହାତ କିଭଳି ଓ କେତେ ସମୟ ଧୋଇବେ , ସାମାଜିକ ଦୂରତା ୧ ମିଟର ରକ୍ଷା କରିବା , ଜନଗହଳି ଠାରୁ ଦୂରେଇ ରହିବା , ଜରୁରୀ କାମ ନ ଥିଲେ ଘରୁ ନ ବାହାରିବା , ଯଦି ବାହାରେ କାମ ଥିବ ତା ହେଲେ ମାସ୍କ ପିନ୍ଧି ଯିବା ଏବଂ ଶୀଘ୍ର କାମ ସାରି ଘରକୁ ଫେରି ଆସି ହାତ ଧୋଇ ଘର ଭିତରକୁ ଯିବା ପ୍ରଭୃତି ଉପରେ ବୁଝାଇ ହାତ କିଭଳି ଧୋଇବେ , ତାହା ଦେଖାଇ ସଚେତନ କରାଉଛନ୍ତି ।
ଅନ୍ୟ ପକ୍ଷରେ , ଘରକୁ କେହି ବାହାର ଜିଲ୍ଲା କି ରାଜ୍ୟରୁ ଆସିଛନ୍ତି କି , ଯଦି ସେଭଳି କେହି କାହା ଘରକୁ ଆସୁଛନ୍ତି ତାହା ହେଲେ ତୁରନ୍ତ ଆଶା କିମ୍ଵା ଅଙ୍ଗନବାଡି କିମ୍ବା ଆମର ଅନ୍ୟ କେହି ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଜଣାଇବେ , ସେମାନଙ୍କୁ କରେଂଟାଇନରେ ରଖାଯିବା ସହିତ ସେମାନଙ୍କ ଚିକିତ୍ସା , ରହିବା ଓ ଅନ୍ୟାନ୍ୟ ସୁବିଧା ସବୁ ସରକାରୀ ସ୍ତରରେ କରାଯିବ ବୋଲି କହିଥିଲେ ।
ଏତଦ୍ ବ୍ୟତୀତ ଘରକୁ ଆସିବା ଲୋକ କି ଘରର କାହାକୁ ଯଦି ଥଣ୍ଡା , କାଶ , ସର୍ଦ୍ଦି , ଛିଙ୍କ , ଗଳା ଦରଦ କି ଜ୍ୱର ପ୍ରଭୃତି ହେଉଛି , ଛାଡୁନାହିଁ ତା ହେଲେ ତୁରନ୍ତ ଆମର ଆଶାକର୍ମୀ କି ଅଙ୍ଗନବାଡି କର୍ମୀ କି ଆମ ସ୍ବାସ୍ତ୍ୟକର୍ମୀଙ୍କୁ ଖବର ଜଣାନ୍ତୁ ବୋଲି କହୁଛୁ । ଏଭଳି କରୋନା ସଚେତନତା କାର୍ଯ୍ୟକ୍ରମ ଆମେ ଏହି କେରାଣ୍ଡି ପଞ୍ଚାୟତର କେରାଣ୍ଡି , ନୂଆ କେରାଣ୍ଡି , ଅମରା , ଡାଲିମପୁର , ବି.ସୀତାପୁର ଓ ଢାମୁଣି ଗାଁ ପ୍ରଭୃତି ଗ୍ରାମରେ ସଚେତନ କାର୍ଯ୍ୟକ୍ରମ କରିବା ଜାରୀ ରଖିଛୁ ବୋଲି ଏ ଏନ୍ ଏମ୍ -ବି.ଜଗଦମ୍ବା କହିଛନ୍ତି ।