ପଦ୍ମପୁର (ଶାସକ ପ୍ରଶାସକ): ବରଗଡ଼ ଜିଲ୍ଲାର ପଦ୍ମପୁର ଉପଖଣ୍ତ ଝାରବନ୍ଦ ଅନ୍ତର୍ଗତ ଡଭା ସିଏଚସି ରେ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ଉପସ୍ଥିତ ରୋଗୀ ମାନଙ୍କୁ ମାସ୍କ ବଣ୍ଟନ, ହାତ ଧୁଆ କାର୍ଯ୍ୟକ୍ରମ କରା ଯାଇଥିଲା । ଡଭା ସିଏଚସି ଡାକ୍ତର,ନର୍ସ,ଏନେମ୍, ଆଶା କର୍ମୀ,ଅଙ୍ଗନୱାର୍ଡ କର୍ମୀ ମାନେ କରୋନା ସମୟରେ ନିଜର ଜୀବନ କୁ ବାଜି ଲଗାଇ ଯେଭଲି କାର୍ଯ୍ୟ କରୁଛନ୍ତି ତାର ସମସ୍ତେ ପ୍ରଶଂସା କରିଥିଲେ ଓ ତାଳିମାରି ସମସ୍ତେ ସେମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କରୋନା ସଚେତନତା କାର୍ଯ୍ୟକ୍ରମ ରେ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ, ବରଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମୁକ୍ତା ସାହୁ,ଝାରବନ୍ଦ ଜିଲ୍ଲା ପରିଷଦ କୁମୁଦିନୀ ସାହୁ, ସିଏଚସି ଇନଚାର୍ଜ ଡା ପ୍ରହଲ୍ଲାଦ ମେହେର,ଡା ଶିବ ଶଙ୍କର ସାହୁ,ପିଏଚଓ ଅରୁଣ କୁମାର ଭୋଇ,ବିପିଓ ପ୍ରଦୀପ କୁମାର ଭୋଇ,ସୁପର ଭାଇଜର ବାସୁଦେବ ଗଡତିଆ,ଏଏନଏମ ଲଳିତା ମହାରଥା,ଆଶା କର୍ମୀ ସରସ୍ବତୀ ସାହୁ, ବିଲାସିନୀ ପ୍ରଧାନ,ଅବସର ପ୍ରାପ୍ତ ସୈନିକ ଜୟ କୁମାର ସାହୁ,ସମାଜ ସେବୀ ସୁବାଷ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.