ସାଇକେଲରେ ବୁଲି ବୁଲି ଲୋକଙ୍କୁ ସଚେତନ କଲେ ଉପଜିଲ୍ଲାପାଳ ।

0 2

ପଦ୍ମପୁର/ଶାସକ ପ୍ରଶାସକ-କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ସାରା ଭାରତରେ ଦ୍ବିତୀୟ ପର୍ଯ୍ୟାୟ ତାଲା ବନ୍ଦ ଜାରି ରହିଛି । କରୋନା ସହ ମଣିଷ ଲଢେଇ ପାଇଁ ସଚେତନତା ଏକମାତ୍ର ବିକଳ୍ପ । ଘରୁ ବାହରକୁ ଯଦି କୌଣସୁ ଜରୁରୀ କାମରେ ବାହାରୁଛି ତେବେ ମୁହଁକୁ ମାକୁ କିମ୍ବା ରୁମାଲରେ ଘୋତେଇବା ନିହାତି ଦରକାର ତାସହିତ ସାମାଜି ଦୂରତ୍ବ ନିହାତି ଦରକାର । ରାଜ୍ୟର କେତେକ କାଗାରେ ତାଲାବନ୍ଦ କୋହଳ ହୋଇଛି । କିଛି ସ୍ନାନରେ ଲୋକେ ଏହି ନିୟମକୁ ପାଳନ କରୁଥିବା ବେଲେ କିଛି ସ୍ଥାନରେ ମାନୁ ନାହାଁନ୍ତି । ପଦ୍ମପୁର ସହରରେ ଆଜି ପଦ୍ମପୁର ଉପଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଓ ବିଜ୍ଞାପିତ ଅଂଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଜୟନ୍ତ କୁମାର ସହୁ ସାଇକେଲରେ ସହରର ବିଭିନ୍ନ ଛକ ଓ ଗଳି ଗଳିକୁ ଯାଇ ସେଠାକାର ଜନସାଧାରଣ ତଥା ଦୋକାନୀ ମାନଙ୍କୁ ସଚେତନ କରାଇଛନ୍ତି । ସୂଚନାଯୋଗ୍ୟ ଯେ, କରୋନା ଆରମ୍ଭ ହେଲା ପରଠାରୁ ଉପ ଜିଲ୍ଲାପାଳ ଶ୍ରୀ ଦରୱାନ ପ୍ରତ୍ୟେକ ଦିନ ସକାଳୁ ବିଳମ୍ବିତ ରାତି ପର୍ୟ୍ଯନ୍ତ ଲୋକଙ୍କ ପାଖରେ ରହି ଲୋକଙ୍କ ପାଖଜୁ ଯାଇ ସବୁ ପ୍ରକାର ସାହାୟତା ଉପଲବ୍ଧ କରିବା ସହ ସେମାନଙ୍କୁ ସଚେତନ କରାଉଛନ୍ତି । ଲୋକଙ୍କୁ ମାସ୍କ ପିନ୍ଧିବା ତଥା ସାମାଜିକ ଦୂରତ୍ବ ବଜାୟ ରଖିବା ପାଇଁ ବୁଝାଇବା ସହ  ସରକାରୀ କାର୍ଯ୍ୟକ୍ରମ ତଦାରଖ କରି ଆସୁଛନ୍ତି ।

Leave A Reply

Your email address will not be published.