ନାବାଳିକା ସହିତ ଗଣଦୁଷ୍କର୍ମ ଓ ପରେ ହତ୍ୟା ପ୍ରତିବାଦରେ ବିଜଦ ପକ୍ଷରୁ କ୍ୟାଣ୍ଡଲ ଶୋଭାଯାତ୍ରା

0

ବାରିପଦା(ଦିଲ୍ଲୀପ ମହାନ୍ତି)-  ଜାମୁ ଓ କାଶ୍ମୀର କାଠୁଆ ଅଞ୍ଚଳରେ ଏକ ୮ ବର୍ଷର ନାବାଳିକା ସହିତ ଗଣଦୁଷ୍କର୍ମ ଓ ପରେ ହତ୍ୟା କରାଯିବା ଘଟଣାକୁ ସମଗ୍ର ଭାରତବାସୀଙ୍କୁ ବ୍ୟଥିତ କରାଇ ଦେଇଛି । ଏହି ଭଳି ଘୃଣ୍ୟକାର୍ଯ୍ୟର ପ୍ରତିବାଦ ଜଣାଇବା ନିମନ୍ତେ ଦେଶର ବିଭିନ୍ନ ରାଜ୍ୟରେ ଜନତା ରାଜ ରାସ୍ତାକୁ ଉହ୍ଲାଇ ଆସିବା ସାଙ୍ଗକୁ କ୍ୟାଣ୍ଡଲ ଶୋଭାଯାତ୍ରା ବାହାର କରିଛନ୍ତି । ଓଡ଼ିଶା ରାଜ୍ୟର ମୟୂରଭଞ୍ଜ ଜିଲାର ସଦର ମହକୁମା ବାରିପଦା ସହରରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ  ଦାବି ସହିତ ନାବାଳିକାର ଅମର ଆତ୍ମାର ସଦଗତି କାମନା କରି ସ୍ଥାନୀୟ ବିଜୁ ଗୋଲେଇଠାରୁ ଏକ କ୍ୟାଣ୍ଡଲ ଶୋଭାଯାତ୍ରା ବାହାର କରାଯାଇଥିଲା । ବିଜୁ ଯୁବ ସଭାପତି ଜିତେନ୍ଦ୍ର ମହାନ୍ତିଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଶୋଭାଯାତ୍ରାରେ ଉତ୍ତର ଓଡ଼ିଶା ଜୋନାଲ ସଭାପତି ସୁବ୍ରମଣ୍ୟମ ମହାନ୍ତି, ଯୁବ ସମ୍ପାଦକ ସନ୍ଦୀପ କୁମାର ବସା, ରାଜ୍ୟ ଯୁବ ସମ୍ପାଦକ ବିରଞ୍ଚି ମହାପାତ୍ର, ଜିଲ୍ଲା ଛାତ୍ର ସଭାପତି ଅଭୟ ସିଂ, ଜିଲ୍ଲା ଯୁବ ସମ୍ପାଦକ ପ୍ରଦୀପ ଦାସ, ଦୀପକ ଘୋଷ, ନନ୍ଦନ ଭଞ୍ଜ, ରଜତ ସାହୁ, ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ସଭାପତି ତୁଷାର ନାୟକ, ପୂର୍ବତନ ସଭାପତି ଶଙ୍କର୍ଷଣ ପଣ୍ଡା, ଏମପିସି ସ୍ୱୟଂ ଶାସିତ ମହାବିଦ୍ୟାଳୟର ପୂର୍ବତନ ସଭାପତି ଆଭାସ ଦେ, ଛାତ୍ର ନେତା ଦିବ୍ୟବ୍ରତ ମହାନ୍ତି, ଚନ୍ଦ୍ରଚୁଡ଼ ଦାସ, ଦେବବ୍ରତ ସେନାପତି, ଉତ୍ତମ ଦାସ, ଅଭିଶେକ ପାଣି, ମହିଳା ମହାବିଦ୍ୟାଳୟର ପୂର୍ବତନ ସଭାପତି ଉଷା ହେମ୍ବ୍ରମ, ଦିବ୍ୟଶ୍ରୀ ରାଉତ, କ୍ରୀଷ୍ଣା ରାଉତ ସମେତ ଶତାଧିକ ଯୁବ, ଛାତ୍ର ସଂଗଠନର ସଦସ୍ୟମାନେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସେହିପରି ଏମପିସି ମହାବିଦ୍ୟାଳୟର ଛାତ୍ରୀ ନିବାସରେ ମଧ୍ୟ ଅର୍ପିତା ନାୟକଙ୍କ ନେତୃତ୍ୱରେ ଏକ କ୍ୟାଣ୍ଡଲ ଶୋଭାଯାତ୍ରା ବାହାରିଥିଲା । 

 

 

Leave A Reply

Your email address will not be published.