ଭୁବନେଶ୍ବର: ଖୁବ ଶୀଘ୍ର ଦୈନିକ ୫୦୦୦ ସାମ୍ପଲ ପରୀକ୍ଷା ଲକ୍ଷ ରଖିଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ଗତକାଲି ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ କୋବିଦ ୧୯ ସାମ୍ପଲ ଜାଞ୍ଚ କରିଥିବା ଜଣାପଡିଛି । ମଙ୍ଗଳବାର ଦିନ ୨୦୨୭ଟି ସାମ୍ପଲ ପରୀକ୍ଷା ହୋଇଥିଲା ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି |
ଏଥିମଧ୍ୟରୁ ଆରଏମଆରସିରେ ସର୍ବାଧିକ ୧୨୩୪ଟି ସାମ୍ପଲ ପରୀକ୍ଷା ହୋଇଥିବା ବେଳେ ଆଇଏଲଏସରେ ୧୯୨ଟି ସାମ୍ପଲ୍ , ଏସସିବିରେ ୩୭୮,ଏମ୍ସ ୭୭,ଏମକେସିଜିରେ ୪୧ ,ଭୀମସାରରେ ୩୩, ରାଉରକେଲା ଆଇଜିଏଚରେ ୫୧ ,ଆପୋଲୋରେ ୨୧ ଟି ସାମ୍ପଲ ପରୀକ୍ଷା କରାଯାଇଛି |
Sign in
Sign in
Recover your password.
A password will be e-mailed to you.