ନୂଆପଡ଼ା(ଅମିତ ପୁରୋହିତ) କରୋନା ଭୁତାଣୁ ଯୋଗୁଁ ଲକ୍ଡାଉନ ହୋଇଥିବାରୁ ସମଗ୍ର ଦେଶରେ ସମସ୍ତ ଦେଶୀ ଓ ବିଦେଶୀ ମଦ ଦୋକାନ ବନ୍ଦ ରହିଛି । ହେଲେ ନୂଆପଡ଼ା ସଦର ଥାନା ଅଂଚଳରେ ବ୍ୟାପକ ଚୋରା ମଦ କାରବାର ଚାଲିଛି । ଏ ସମ୍ପର୍କରେ ନୂଆପଡ଼ା ପୁଲିସ ଖବର ପାଇ ଆଇଆଇସି ଆଦିତ୍ୟ ମହାକୁଡଙ୍କ ନେତୃତ୍ୱରେ ଏସଆଇ ଜିତୁ ମହାନନ୍ଦ, ଏଏସଆଇ ଶଙ୍କର ଏକ୍କା, ହବିଲଦାର ଯୁଗଧର ବାଗ ଆର୍ତକିତ ଭାବେ ସିଲଦା-ଦୁମେରପାଣି ମଝିରେ ଏକ ଅମ୍ବତୋଟା ଠାରେ ଦେଶୀ ମହୁଲି ମଦ ବିକ୍ରି ଚାଳିଥିବା ବେଳେ ଚଢାଉ କରି ପ୍ଳାଷ୍ଟିକ ଜାରକିନରେ ଥିବା ୬୦ଲିଟର ଦେଶୀ ଜବତ କରିବା ସହ ୬୩୦୦ଟଙ୍କା ଗୋଟିଏ ବାଇକ, ୨ଟି ମୋବାଇଲ ଫୋନ ଜବତ କରିବା ସହ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ । ଅଭିଯୁକ୍ତ ମାନେ ହେଲେ ଡୁମେରପାଣି ଗାଁର ଲାଲା ସହୁ(୨୪), କମଲ ସାହୁ(୨୪), ଧରମରାଜ ମାଝୀ(୨୪) ଓ ସିଲଦା ଗ୍ରାମର ନରେଶ ଦାସ(୨୩)ଙ୍କୁ ଗିରଫ କରି କୋର୍ଟ ଚାଳାଣ କରିଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଆଇଆଇସି ଶ୍ରୀ ମହାକୁଡ ପ୍ରକାଶ କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.