ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର): କରୋନା ସଂକ୍ରମଣର ଭୟାବହାତା କାରଣରୁ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ସରକାର ଲକଡାଉନ ଅବଧି ବୃଦ୍ଧି କରିଥିବା ବେଳେ ସାମାଜିକ ଦୁରତା ରକ୍ଷାକରିବା, ମାସ୍କ ବାନ୍ଧିବା ପରି କେତେ ଗୁଡିଏ ଗୁରୁତ୍ୱ ପୂର୍ଣ୍ଣ ଦିଗପ୍ରତି ଅଧିକ ଧ୍ୟାନ ଦେବାକୁ ସତର୍କ କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ବିଜୁ ଯୁବଗୋଷ୍ଠୀର ସଭାପତି ଅର୍ଜୁନ ସାହୁଙ୍କ ନେତୃତ୍ୱରେ କର୍ମକର୍ତାମାନେ ଗାଁଗହଳିରେ ସାଧାରଣ ଜନସାଧାରଣଙ୍କୁ କରୋନା ସମ୍ପର୍କରେ ସତର୍କ କରିଥିବା ବେଳେ କୁରାଳ ଗ୍ରାମପଂଚାୟତ ଅନ୍ତର୍ଗତହରିଜନ ସାହି, ବଡସାହି, ଲିଙ୍ଗରାଜ ପ୍ରାସାଦ ଗ୍ରାମର ବ୍ରାହ୍ମଣସାହି ଆଦିରେ ୬ଶହରୁ ଉର୍ଦ୍ଧ ଲୋକଙ୍କୁ ମାସ୍କ ବଂଟନ କରିଥିଲେ । ଏଥିରେ ପ୍ରମୁଖ ଭାବେ କାହ୍ନୁ ଚରଣ ବେହେରା, ପ୍ରଣତି ବିଶୋଇ, ଶୁଭ୍ରାଂଶୁ ଦାସ, ଶ୍ରୀଚନ୍ଦନ ରାୟ ସହଯୋଗ କରିଥିଲେ ।
Sign in
Sign in
Recover your password.
A password will be e-mailed to you.