ବରଗଡ :- ପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ପର୍ବତର ପାଦଦେଶରେ ଅବସ୍ଥିତ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଦୁର୍ଗାପାଲି ଗ୍ରାମରେ ପବିତ୍ର ଓ ପ୍ରସିଦ୍ଧ ତୀର୍ଥ କ୍ଷେତ୍ର ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ମନ୍ଦିର । ପ୍ରତ୍ୟେକ ଦିନ ଦେଶର ଅନୁକୋଣରୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଓ ପ୍ରାକୃତିକ ସୌନ୍ଦର୍ଯ୍ୟ କୁ ଉପଭୋଗ କରିବା ପାଇଁ ହଜାର ହଜାର ପର୍ଯଟକ ଓ ତୀର୍ଥ ଯାତ୍ରୀ ଏହି ପୀଠକୁ ଆସିଥାନ୍ତି । ଏଠାରେ ବାରମାସରେ ତେର ଯାତ୍ରାର ଆୟୋଜନ କରାଯାଇଥାଏ । ବୈଶାଖ ଶୁକ୍ଳ ପକ୍ଷ ଚତୁର୍ଦସି ମହାପ୍ରଭୁଙ୍କ ଜନ୍ମ ଦିନକୁ ଅତି ଆଡମ୍ବର ପାଳନ କରାଯାଇଥାଏ । ଏହି ଉପଲକ୍ଷେ ଦୀର୍ଘ ଏକ ସପ୍ତାହ ଧରି ଏଠାରେ ବିରାଟ ବୈଶାଖ ମେଳା ର ଆୟୋଜନ ହେଇଥାଏ । ଏହି ମେଳାରେ ଓଡ଼ିଶା ଓ ପଡୋଶୀ ଛତିଶଗଡ଼ ରୁ ପ୍ରତ୍ୟେକ ଦିନ ଲକ୍ଷାଧିକ ଭକ୍ତ ଙ୍କର ସମାଗମ ହେଇଥାଏ । ହେଲେ ଚଳିତ ବର୍ଷ କୋରୋନା ପାଇଁ ସବୁ ବନ୍ଦ । ଆଜି ଚଳିତ ବର୍ଷ ମହାପ୍ରଭୁଙ୍କ ଜନ୍ମୋତ୍ସଵ ପାଳନ କରାଯିବା ପାଇଁ ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ତନ୍ମୟ ଦରୁଆନ , ପାଇକମାଲ BDO ତଥା ମନ୍ଦିରର ମଧ୍ୟବର୍ତୀ କାଳୀନ ଟ୍ରଷ୍ଟି ଶ୍ରୀ ସୁରେନ୍ଦ୍ର ମେହେର , ତହସିଲଦାର ଶ୍ରୀ ମନୋଜ କୁମାର ମେହେର ,ଅତିରିକ୍ତ ତହସିଲଦାର ଶ୍ରୀ ସୁଶାନ୍ତ କୁମାର ରଣା , ଉପଖଣ୍ଡ ସୂଚନା ଅଧିକାରୀ ଶ୍ରୀ ପୂର୍ଣଚନ୍ଦ୍ର ପାଣିଗ୍ରାହୀ , ମନ୍ଦିର କାର୍ଯନିର୍ବାହୀ ଅଧିକାରୀ ଶ୍ରୀ ପୁରୁଷୋତ୍ତମ ପ୍ରଧାନ ତଥା ମନ୍ଦିର ସେବାୟତ ମାନଙ୍କର ମଧ୍ୟରେ ଆଲୋଚନା ହେଇଥିଲା । ଏହି ଆଲୋଚନା ରେ ଚଳିତ ବର୍ଷ ମହାପ୍ରଭୁଙ୍କ ଜନ୍ମୋତ୍ସଵ ପାଇଁ କେବଳ ପ୍ରଚଳିତ ରୀତିନୀତି ଅନୁସାରେ ପୂଜାବିଧି କାର୍ଯ୍ୟକ୍ରମ କରାଯିବ । କମ ସଂଖ୍ୟକ ପୂଜକ ମାନଙ୍କୁ ନେଇ ସାମାଜିକ ଦୂରତା କୁ ରକ୍ଷା କରି ସମସ୍ତ ରୀତିନୀତି କୁ ସମ୍ପନ୍ନ କରାଯିବ । କୋରୋନା ସମ୍ପର୍କରେ ରହିଥିବା ସରକାର ଙ୍କର ସମସ୍ତ ନିୟମ କୁ ପାଳନ କରାଯିବା ସହିତ ଚଳିତ ବର୍ଷ ବିଶ୍ୱ ଶାନ୍ତି ମହାଯଜ୍ଞ କୁ ବାତିଲ କରାଯିବ । ମେ 3 ତାରିଖ ଲକଡାଉନ ଖୋଲିବା ପରେ ସେ ସମୟରେ ସରକାର ଙ୍କର ଯେଉଁଭଳି ନିର୍ଦ୍ଦେଶ ରହିବ ତାକୁ ପାଳନ କରାଯିବ ବୋଲି ଆଲୋଚନା ହେଇଥିଲା । ଏଠାରେ ସୂଚନାଯୋଗ୍ୟ ଯେ ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ମନ୍ଦିର ବୋଧହୁଏ ଦେଶର ପ୍ରଥମ ଧାର୍ମିକ ଅନୁଷ୍ଠାନ ଯିଏ ଯେଉଁଠାରେ ଲକଡାଉନ ଘୋଷଣା ହେବା ବହୁ ପୂର୍ବରୁ ଅର୍ଥାତ 17 ମାର୍ଚ୍ଚରୁ ଜନସାଧାରଣଙ୍କର ସୁରକ୍ଷା ଦୃଷ୍ଟିରୁ ଲକଡାଉନ କରାଯାଇଛି ।ଚଳିତ ବର୍ଷ ମହାପ୍ରଭୁଙ୍କ ଜନ୍ମୋତ୍ସଵ ରେ ନିରାଡ଼ମ୍ବର ଭାବରେ କେବଳ ରୀତିନୀତି ଅନୁଶାରେ ସାମାଜିକ ଦୂରତା ବଜୟରଖି ପୂଜାବିଧି କୁ ସମ୍ପୂର୍ଣ କରାଯିବାର କାର୍ଯ୍ୟକ୍ରମ ସ୍ଥିର ହେଇଥିବା କାର୍ଯନିର୍ବାହୀ ଅଧିକାରୀ ଶ୍ରୀ ପୁରୁଷୋତ୍ତମ ପ୍ରଧାନ ଜଣାଇଛନ୍ତି ।
Sign in
Sign in
Recover your password.
A password will be e-mailed to you.