ଚାଷୀଙ୍କୁ ଉତ୍ପାଦିତ ଦ୍ରବ୍ୟର ଉଚିତ ମୂଲ୍ୟ ଦେବା ଦିଗରେ କୃଷି ବିଭାଗର ନିଆରା ପଦକ୍ଷେପ

0 1

http://www.youtube.com/watch?v=9KVslxsmbKk 

ଫଳ, ପନିପରିବା ବିକ୍ରି  ନିମନ୍ତେ କୃଷି ମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟିତ ହେଲା ସ୍ୱତନ୍ତ୍ର ନୂତନ ୱେବସାଇଟ

ଚାଷୀ ଓ ବ୍ୟବସାୟୀଙ୍କ ମଧ୍ୟରେ ସମ୍ପର୍କର ସେତୁ ହୋଇପାରିବ ଏହି ୱେବସାଇଟ : ମନ୍ତ୍ରୀ ଡ. ସାହୁ

ଭୁବନେଶ୍ୱର(ଶାସକ ପ୍ରଶାସକ) କରୋନା ଭୂତାଣୁ (କୋଭିଡ୍-୧୯) କୁ ପ୍ରତିହତ କରିବା ନିମନ୍ତେ ସମଗ୍ର ଦେଶ ସମେତ ରାଜ୍ୟରେ ଲକଡାଉନ ଜାରି କରାଯାଇଥିବାବେଳେ ଚାଷୀମାନେ ଯେପରି ଉଦ୍ୟାନଭିତ୍ତିକ ଫସଲ ଯଥା ଫଳ, ପନିପରିବା, ଫୁଲ, ମସଲା ଆଦି ସୁବିଧାରେ ବିକି୍ର କରିପାରିବେ ସେଥିପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଏକ ନୂତନ ୱେବସାଇଟର ଲୋକାର୍ପଣ କରାଯାଇଛି । ଆଜି ଅପରାହ୍ନରେ କୃଷି ଭବନଠାରେ ଏହି ୱେବସାଇଟ odihortmarketing.nic.inକୁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଲୋକର୍ପିତ କରିଥିଲୋ ଫଳ, ପନିପରିବା ଆଦିର ଗୁଣାତ୍ମକ ମାନ ଶୀଘ୍ର ନଷ୍ଟ ହୋଇଯାଉଥିବାରୁ ଏହାର ଉପଯୁକ୍ତ ବିକ୍ରିବଟା ଦିଗରେ ଏହି ୱେବସାଇଟ୍ ସହାୟକ ହେବ | ଚାଷୀ ଓ ବ୍ୟବସାୟୀଙ୍କ ମଧ୍ୟରେ ସମ୍ପର୍କର ସେତୁ ହୋଇପାରିବ ଏହି ୱେବସାଇଟ ବୋଲି ମନ୍ତ୍ରୀ ଡ. ସାହୁ କହିଛନ୍ତିା
ଏହା ଦ୍ୱାରା ଚାଷୀମାନେ ନିଜ ଉତ୍ପାଦିତ ଦ୍ରବ୍ୟକୁ ଉଚିତ ମୂଲ୍ୟରେ ବିକ୍ରି କରିପାରିବୋ କରୋନା ସଂକ୍ରମଣ ଭଳି ଏକ ଅସ୍ୱାଭାବିକ ପରିସ୍ଥିତିର ମୁକାବିଲା କରି ଓଡ଼ିଶାର ଫଳ ଓ ପନିପରିବା ଆଦି ଚାଷୀଙ୍କ ଉତ୍ପାଦିତ ଦ୍ରବ୍ୟ ବିକ୍ରି ଏବଂ ଖାଉଟିମାନଙ୍କୁ ଠିକଣା ସମୟରେ କୃଷିଜାତ ଦ୍ରବ୍ୟ ଯୋଗାଇଦେବା ନିମନ୍ତେ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ କଠିନ ପରିଶ୍ରମ କରିବା ପାଇଁ ମନ୍ତ୍ରୀ ଡ.ସାହୁ ପରାମର୍ଶ ଦେଇଥିଲେ । ଏହି ୱେବସାଇଟ୍ ଫଳ ଓ ପନିପରିବା ବିକ୍ରି  ଦିଗରେ ଏକ ପ୍ରକୃଷ୍ଟ ମଞ୍ଚ ସାବ୍ୟସ୍ତ ହୋଇପାରିବ ବୋଲି ମନ୍ତ୍ରୀ ଡ.ସାହୁ ଆଶା ପ୍ରକାଶ କରିଛନ୍ତି ।
ଏହାରି ମାଧ୍ୟମରେ ଓଡ଼ିଶାର ୩୦ଟି ଜିଲ୍ଲାର ଉଦ୍ୟାନକୃଷି ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ସେମାନଙ୍କ ଜିଲ୍ଲାରେ ବିକ୍ରିଯୋଗ୍ୟ ଉତ୍ପାଦିତ ଦ୍ରବ୍ୟକୁ ଦର୍ଶାଇବେ, ଯାହାକି ସମ୍ପୃକ୍ତ ବ୍ୟବସାୟୀମାନଙ୍କ ଅବଗତି ପାଇଁ ଉପଲବ୍ଧ ହେବ । ବ୍ୟବସାୟୀମାନେ କେଉଁଠାରେ କେତେ ପରିମାଣର ଫଳ ପନିପରିବା ଆଦି ଉପଲବ୍ଧ ହେଉଛି ସେ ବିଷୟରେ ଜାଣିପାରିବେ । ଏହାଦ୍ୱାରା ସେମାନେ ଜିଲ୍ଲାସ୍ତରର ଉଦ୍ୟାନ କୃଷି ଅଧିକାରୀଙ୍କ ସହ ଯୋଗାଯୋଗ କରି ସିଧାସଳଖ ଚାଷୀମାନଙ୍କ ଠାରୁ ଉତ୍ପାଦିତ ଦ୍ରବ୍ୟର ବିକ୍ରିବଟା କରିପାରିବେ । ଅଧିକାରୀମାନଙ୍କୁ ପ୍ରତ୍ୟେକ ଦିନ ଏହି ୱେବସାଇଟରେ  ଉପଲବ୍ଧ ଫଳ ଓ ପନିପରିବା ତଥ୍ୟ ଅପଲୋଡ଼ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
 ଉଦ୍ୟାନ କୃଷି ସହିତ ସମ୍ପୃକ୍ତ ୧୫୦୦ରୁ ଉର୍ଧ୍ଵ  ବ୍ୟବସାୟୀଙ୍କ ନାମ ତାଲିକା ୱେବସାଇଟରେ  ଉପଲବ୍ଧ କରାଯାଇଛି । ଏଥିସହିତ ବ୍ୟବସାୟୀମାନଙ୍କୁ ଉଦ୍ୟାନଭିତ୍ତିକ ଉତ୍ପାଦିତ ଦ୍ରବ୍ୟର ସ୍ଥିତି ସମ୍ପର୍କରେ ଏସଏମଏସ୍ ମାଧ୍ୟମରେ ଜଣାଇ ଦିଆଯିବାର ବ୍ୟବସ୍ଥା କରାଯାଇଛି । ଏହି ଲୋକାର୍ପଣ କାର୍ଯ୍ୟକ୍ରମରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ସୌରଭ ଗର୍ଗ, ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ, କୃଷି ଓ ଖାଦ୍ୟ ଉତ୍ପାଦନ ତଥା ଉଦ୍ୟାନ କୃଷି ନିର୍ଦ୍ଦେଶକ ଡ. ଏମ୍.ମୁଥୁକୁମାର ଉପସ୍ଥିତ ଥିଲେ । ଏଥି ସହିତ ସମସ୍ତ ଜିଲ୍ଲାର ଉଦ୍ୟାନ କୃଷି ବିଭାଗୀୟ ଅଧିକାରୀମାନେ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଥିଲେ ।

Leave A Reply

Your email address will not be published.