ଲଉଡିଦରହା ଗ୍ରାମ ରେ କରୋନା ସଚେତନତା

0 1

ପଦ୍ମପୁର-(ଶାସକ ପ୍ରଶାସକ)- ବରଗଡ ଜିଲ୍ଲା ଝାରବନ୍ଦ ବ୍ଲକ ଅନ୍ତର୍ଗତ ଲଉଡିଦରହା ପଞ୍ଚାୟତ ର ଲଉଡିଦରହା ଗ୍ରାମରେ କରୋନା ସଚେତନତା କାର୍ଯ୍ୟକ୍ରମ କୁ ଜୋରଦାର କରାଯାଇଛି । କରୋନା ପାଇଁ ମେ ୩ ପର୍ଯ୍ୟନ୍ତ ଲକଡାଉନ ବଢିଛି ସାମାଜିକ ଦୁରତ୍ଵ ରକ୍ଷା କରି ମୁହଁରେ ମାସ୍କ  ପିନ୍ଧିବାକୁ ବାଧ୍ୟତାମୂଳକ କରିଛନ୍ତି ।ଆଉ ମଧ୍ୟ ବାହାରେ ଏଣେ ତେଣେ ଛେପ ନପକେଇ ବାରମ୍ବାର ନିଜ ହାତ ଯଥା ସମ୍ଭବ ସାନିଟାଇଜର୍ ରେ ସଫା ରଖିବାକୁ ପରାମର୍ଶ ଦେଇଛନ୍ତି। ଡଭା ସରକାରୀ ଡାକ୍ତରଖାନାରୁ ତ୍ରିନାଥ ସାହୁ ,ପ୍ରଦୀପ କୁମାର ଭୋଇ ,ଅରୁଣ କୁମାର ଭୋଇ ଙ୍କ ନିର୍ଦେଶ ରେ ଅଙ୍ଗନବାଡି କର୍ମୀ ମୀନା ଜଗତ ,ଏ.ଏନ.ଏମ ମାର୍ଗରେଟ ସରେନ ,ଆଶା କର୍ମୀ ଶ୍ରୀମତୀ ଭାନୁମତି ପ୍ରଧାନ ଗ୍ରାମବାସୀଙ୍କୁ କରୋନା ସଂକ୍ରମଣ ରୁ ଦୁରେଇ ରହିବା ପାଇଁ ଘରେ ରହିବା ସହ ବାହାରକୁ ବାହାରିଲେ ମାକ୍ସ ପିନ୍ଧିବା ଓ ସାମାଜିକ ଦୂରତା ବଜାୟ ରଖିବା ପାଇଁ ଓ କାଶ, ଛିଙ୍କ,ଜ୍ୱର ଆଦି ସମ୍ପର୍କରେ ନିରୀକ୍ଷଣ କରି ସୁସ୍ତ ରହିବା ସହ ଜରୁରୀ ନଥିଲେ ଘରୁ ନ ବାହାରିବା ପାଇଁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟ କ୍ରମ ରେ ବିନୋବା ଭାବେ କ୍ଳବ ର ସଦସ୍ୟ କିଶୋର ସାମଲ,ସାମ୍ବାଦିକ ମନୋହର ଦାଶ,, ଜ୍ୟୋତିରଞ୍ଜନ ଜଗତ,ରାମଦାସ ମାଝୀ, ସୁକୃ ବାଗ, ଚକ୍ରଧର ଜଗତ,ଲୋକନାଥ ଜଗତ,ତୀର୍ଥ ଜଗତ,ତାରଚନ୍ଦ ଜଗତ,ସମେତ ସମସ୍ତ ସଦସ୍ୟ ଯୋଗ ଦେଇ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।

Leave A Reply

Your email address will not be published.