ପଦ୍ମପୁର(ଶାସକ ପ୍ରଶାସକ):-ବର୍ତ୍ତମାନ କରୋନା ମୁକାବିଲା ପାଇଁ ମୁଖ୍ୟ ଓ ସାଧାରଣ ଅସ୍ତ୍ର ସାଜିଛି ମାସ୍କ ଓ ସାମାଜିକ ଦୂରତ୍ୱ ।ଏହି ପରିପେକ୍ଷୀରେ ସ୍ଥାନୀୟ ପଦ୍ମପୁର ଏ.ଏନ୍.ସି ର ୱାର୍ଡ ନଂ ୦୪ ହନୁମାନପଡା ମାତୃଶକ୍ତି ଆଞ୍ଚଳିକ ମହିଳା ମହାସଂଘ ନିଜସ୍ୱ ପ୍ରୟାସ ଓ ପ୍ରସ୍ତୁତି ରେ ମାସ୍କ ତିଆରି କରିଛନ୍ତି।ଆଜି ମହାସଂଘର ମହିଳା ଗଣ ପଦ୍ମପୁର ସ୍ଥିତ ୱାର୍ଡ ନଂ ୧୦ ଓ ୧୧ ରେ ମାସ୍କ ବଣ୍ଟନ କରିଛନ୍ତି। ଏହି କାର୍ଯ୍ୟକ୍ରମ ରେ ପଦ୍ମପୁର ବିଜ୍ଞାପିତ ଅଞ୍ଚଳର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଜୟନ୍ତ କୁମାର ସାହୁ,ସାମାଜିକ ସଂଗଠିକା(ଗୋଷ୍ଠି) ଶ୍ରୀମତୀ ଚିତ୍ରୋତ୍ପଳା ମେହେର ଓ ମୁଖ୍ୟ କିରାଣୀ ଶ୍ରୀଯୁକ୍ତ ରଘୁମଣି ସାହୁ ଉପସ୍ଥିତ ରହି ମାସ୍କ ବଣ୍ଟନ ସହ ସମସ୍ତଙ୍କୁ ଉସା୍ହିତ କରିଛନ୍ତି।ଏଥିରେ ଶ୍ରୀମତୀ ଗୀତାରାଣୀ ନାଥ,ସ୍ୱଚ୍ଛ ଭାରତ ମିଶନର ସୁପରଭାଇଜର , ଶ୍ରୀମତୀ ଅନୁପମା ପ୍ରଧାନ,ଶ୍ରୀମତୀ ସୀମା ମହାନ୍ତି,ଶ୍ରୀମତୀ ଲଷ୍ମୀ ବଗର୍ତ୍ତି,ଶ୍ରମତୀ ଗୀତା ବହିଦାର ,ଶ୍ରୀମତୀ ପ୍ରସନ୍ନା ନାଥ,ଶ୍ରୀମତୀ ବିନୋଦିନୀ ହଂସ,ଶ୍ରୀମତୀ ଜ୍ୟୋତ୍ସ୍ନାରାଣୀ ପଣ୍ଡା,ଶ୍ରୀମତୀ ଇଲା ସାହୁ,ଶ୍ରୀମତୀ ଯଶୋଦା ନନ୍ଦିଘୋଷ,ଶ୍ରୀମତୀ ରଜନୀ ବାଗଆଦି ମହିଳା ଗଣ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସୁଫଳ କରିଥିଲେ। ସେହିପରି ସ୍ୱଚ୍ଛସାଥୀ ଶ୍ରୀମତୀ ଜ୍ୟୋତ୍ସ୍ନାରାଣୀ ସାହୁ , ଶ୍ରୀମତୀ ନିରୂପମା ସାହୁ ବିଶେଷ ଭାବେ ସହଯୋଗ କରିଥିଲେ।ଶ୍ରୀମତୀ ସଂଯୁକ୍ତା ବରିହା ଓ ଶ୍ରୀମତୀ ଶୋଭାଗିନୀ ସାହୁ ଙ୍କ ଭୂମିକା ମଧ୍ୟ ମାସ୍କ ପ୍ରସ୍ତୁତି ରେ କମ୍ ନ ଥିଲା ।
Sign in
Sign in
Recover your password.
A password will be e-mailed to you.
Next Post