ମନରେଗା କାମ ହେଉଛି ଟ୍ରାକ୍ଟର-ଜେସିବି ବ୍ୟବହାର , ସାମ୍ବାଦିକ ଫୋଟୋ ଉଠାଇଲେ ମାଡ

0 1

ବରଗଡ :- ଗତ 16 ତାରିଖ ଦିନ ବରଗଡ଼ ଜିଲ୍ଳା ପଦ୍ମପୁର ଥାନା ଅନ୍ତର୍ଗତ ସର୍ଗିପାଲି ଗ୍ରାମର କାର୍ଯରତ ସାମ୍ବାଦିକ ସଞ୍ଜିବ ମେହେରଙ୍କୁ ଆକ୍ରମଣ କରି ଅପହରଣ  ହୋଇଥିବା ଲିଖିତ ଅଭିଯୋଗ ପଦ୍ମପୁର ଥାନାରେ କରଛନ୍ତି ନିଜେ ସଂଜୀବ । ସଞ୍ଜୀବ କରିଥିବା ଅଭିଯୋଗ ଅନୁସାରେ ଗତ  ୧୬ ତାରିଖ ସନ୍ଧ୍ୟାରେ ସର୍ଗିବାହାଲ ପଞ୍ଚାୟତ ବିଶିପାଲି ଗ୍ରାମର ପୋଖରୀରେ ଜେସିବି ଏବଂ ଟ୍ରାକ୍ଟର ସାହାଯ୍ୟରେ ମନରେଗା କାମ ଚାଲୁଥିବା ଖବର ପାଇ ସଞ୍ଜିବ ସେଠାକୁ ମୋବାଇଲରେ ଫଟୋ ଉଠାଇଥିଲେ । ଘଟଣା ସ୍ଥଳେରେ  କାମର ତଦାରଖ କରୁଥିବା ବିଶିପାଲିର  କୁଳମଣୀ ସାହୁ ଏହା ଦେଖି ସାମ୍ବାଦିକ ସଂଜୀବଙ୍କୁ ଗାଲି ଗୁଲଜ କରିଥିଲେ । ସେହି ବିଶିପାଲି ଗ୍ରାମର ରାଜେଶ ବହିଦାର (ବାବୁଲୁ) ସେଠାକୁ ଆସି ସାମ୍ବାଦିକ ସଞ୍ଜିବ ମେହେରଙ୍କୁ ଚାପୁଡ଼ା, ଗୋଇଠା, ପାହାର ମାରିବା ସହ ପାଖରେ ଥିବା ଏକ ବାଡ଼ିରେ ଆକ୍ରମଣ କରିଥିଲେ । ଏଥିସହିତ ତାଙ୍କର ପକେଟରେ ଥିବା ପରିଚୟ ପତ୍ର ଏବଂ ଦୁଇଟି ମୋବାଇଲ ଛଡ଼ାଇ ନେଇଥିଲେ । ଘଟଣା ସ୍ଥଳରୁ  ସାମ୍ବାଦିକଙ୍କୁ ଗାଁ ମଝିକୁ ନିଆଯାଇଥିଲା ଏବଂ ତାଙ୍କ ପାଇଁ ଗାଁ ବନ୍ଧର ମାଟି କାମ ବନ୍ଦ ହୋଇଯିବ ଏବଂ ଗାଁର କ୍ଷତି ହେବ ବୋଲି କହି ଗାଁ ଲୋକଙ୍କୁ ସଂଜୀବଙ୍କର  ବିରୁଦ୍ଧରେ ମତାଇଥିଲେ । ସଂଜୀବ ଙ୍କୁ ମୁଣ୍ଡ ଜାମିନ ରଖି ପାଞ୍ଚଲକ୍ଷ ଟଙ୍କା ନ ଦେଲେ ଛାଡ଼ିବୁ ନାହିଁ ଏବଂ ଏଠାରେ ବାନ୍ଧି କରି ରଖିବୁ ବୋଲି କହିଥିଲେ ସଂଜୀବଙ୍କୁ ଆକ୍ରମଣ କରିଥିବା ଯୁବକ ମାନେ ।
ଶେଷରେ ସଂଜୀବ ଙ୍କର ଭାଇ ରାଜୀବ ୩୦ ହଜାର ଟଙ୍କା ଆଣି ଦେବା ପାଇଁ ରାଜି ହେଇଥିଲେ । ରାଜେଶ ବହିଦାର ଏବଂ ତାଙ୍କର ସମର୍ଥକ ମାନେ ଗୋଟିଏ କାଗଜରେ ସର୍ଗିିବାହାଲ ପଞ୍ଚାୟତରେ ଆଉ ସାମ୍ବାଦିକତା କରିବେ ନାହିଁ ବୋଲି ଲେଖାଇ ସଞ୍ଜିବ ମେହେରଙ୍କଠାରୁ ଦସ୍ତଖତ ନେଇଥିଲେ । ସାମ୍ବାଦିକଙ୍କୁ ସେଠାରେ ଅଟକ ରଖିଥିବା ଖବର ପାଇ ପୋଲିସ ଘଟଣା ସ୍ଥଳକୁ ପହଂଛି ଥିଲେ  ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲେ ବୋଲି ସଂଜୀବ ଅଭିଯୋଗ ରେ ଉଲ୍ଲେଖ କରିଛନ୍ତି।
 ସଞ୍ଜିବଙ୍କର ଲିଖିତ ଅଭିଯୋଗ କୁ ଭିତ୍ତି କରି ପଦ୍ମପୁର ପୋଲିସ ପଦ୍ମପୁର ଥାନାରେ କେଶ ନମ୍ବର 92/20 ଦଫା ୩୪୧, ୩୨୩, ୨୯୪, ୩୪୨, ୩୮୫, ୩୭୯,୫୦୬, ୩୪ ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିବା ଜଣା ପଡ଼ିଛି । କାର୍ଯରତ ସାମ୍ବାଦିକଙ୍କର ପ୍ରତି ଘଟିଥିବା ଏହି ଘଟଣାକୁ ନେଇ ସାମ୍ବାଦିକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହ ଘଟଣାର ଦୃଢ ନିନ୍ଦା କରାଯାଇଛି ।

Leave A Reply

Your email address will not be published.