ଆଖି ବୁଜିଲେ ଦ୍ଵିତୀୟ କରୋନା ଆକ୍ରାନ୍ତ, ରୋଗୀ ନମ୍ବର ୪୪ କରୋନା ମୁକ୍ତ ହୋଇ ଅନ୍ୟ ରୋଗରେ ଗଲେ

0 1

ଭୁବନେଶ୍ୱର(ଶାସକ ପ୍ରଶାସକ) :ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଛି ସୂଚନା,  ଓଡ଼ିଶାରେ ଦ୍ଵିତୀୟ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ଦେହାନ୍ତ ହୋଇଛି | ମୃତ୍ୟୁବରଣ କରିଥିବା   କରୋନା ରୋଗୀ ନମ୍ବର ୪୪ କିଛିଦିନ ତଳେ କରୋନା ଆକ୍ରାନ୍ତ ହୋଇ ସେଥିରୁ ମୁକ୍ତି ପାଇଥିଲେ | ତାଙ୍କର ଘର ପଶ୍ଚିମବଙ୍ଗ | ପିଟ୍ୟୁଟୋରି ଟ୍ୟୁମର ଅପରେସନ ହୋଇଥିଲେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ |
ନିକଟରେ ସେ ଭୁବନେଶ୍ୱର ଚେକ ଅପ ପାଇଁ ଆସିଥିଲେ | ସେଠାରେ ସେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ | ତାଙ୍କର କୋବିଦ ଚିକିତ୍ସାପରେ ସେ କୋବିଦ ନେଗେଟିଭ ପ୍ରମାଣିତ ହୋଇଥିଲେ ଦୁଇଥର | ଅର୍ଥାତ ସେ କୋବିଦ ମୁକ୍ତ ହୋଇଥିଲେ | ଯଦିଓ ସେ ସୁସ୍ଥ ଘୋଷିତ ହୋଇଥିଲେ, ହେଲେ ସେ ହସପିଟାଲରୁ ଯାଇପାରିନଥିଲେ ତାଙ୍କର ଅମୟ କିଛି ମେଡିକାଲ କମ୍ପ୍ଲେନ ପାଇଁ | ହେଲେ ତାଙ୍କର ଚିକିତ୍ସା ଅବସରରେ ସେ ଆଜି ସକାଳେ ମଲ୍ଟି ଅରଗାନ ଫେଲୁୟର ଓ ହାଇପପିଟୁରୀଜିମ ଯୋଗୁ ମୃତ୍ୟୁବରଣ କରିଛନ୍ତି |

Leave A Reply

Your email address will not be published.