ପଦ୍ମପୁର -କରୋନା ମୁକାବିଲା ପାଇଁ ବିଭିନ୍ନ ଅନୁଷ୍ଠାନ ଏବଂ ବ୍ଯକ୍ତି ବିଶେଷଙ୍କ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ପାଣ୍ଠିକୁ ସହାୟତା ପ୍ରଦାନ କରାଯାଇଛି । ଏହି କ୍ରମରେ ଆଜି ଉପ ଜିଲ୍ଲାପାଳ ପଦ୍ମପୁରଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଭେଉଁରିଆ ସରପଞ୍ଚ ଶ୍ରୀମତୀ ରଜନୀ ସାହୁ ତାଙ୍କ ତିନି ମାସର ଦରମା ୫୪୦୦ ଟଙ୍କାର ଏକ ଚେକ,ବିରଜା ସ୍ବୟଂ ସହାୟକ ଗୋଷ୍ଠୀ ଭେଉଁରିଆ ସଦସ୍ଯଙ୍କ ଦ୍ବାରା ଦିବ୍ଯ ସାଲିନୀ ପଟେଲ, ଭବନା ମଗର, ସମ୍କିତା ସିଂ ସିଦାର,ପୁଷ୍ପାଞ୍ଜଳି ସାହୁ,ଘନକେଶୀ ସାହୁ ଏବଂ ଅନ୍ୟାନ୍ୟ ସଦସ୍ୟଙ୍କ ଦ୍ଵାରା ୧୩,୦୦୦ / ଟଙ୍କାର ଏକ ଚେକ୍ ପଦ୍ମପୁର ଉପ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ସହାୟତା ପାଣ୍ଠିକୁ ପ୍ରଦାନ କରିଛନ୍ତି । ଏହି ଅବସରରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ପାଣିଗ୍ରାହୀ, ସହକାରୀ ଜିଲ୍ଲାପାଳ ଅନୀଲ କୁମାର ହୋତା, ରାଜବୋଡାସମ୍ବର ବି ପି ଏମ୍ ସତ୍ୟ କୁମ୍ଭାର ପ୍ରମୁଖ ଉପସ୍ଥିତ ଥିଲେ । ଉପ ଜିଲ୍ଲାପାଳ ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହିତ ଏହିଭଲି କାର୍ଯ୍ଯକୁ ପ୍ରଶଂସା କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.
Next Post