ପଦ୍ମପୁର- କରୋନା ଭୂତାଣୁ ଓ ମଣିଷର ଲଢେ଼ଇ ଜାରି ରହିଛି । କରୋନା ଭୂତାଣୁ କୁ ଦମନ ପାଇଁ ସରକାର ପ୍ରୟାସ ଜାରି ରଖିଛନ୍ତି । ସାମାଜିକ ଦୂରତ୍ବ ,ସଚେତନତା ହିଁ କରୋନାକୁ ଦମନର ଏକମାତ୍ର ଉପାୟ । ବାହାରକୁ କୌଣସି ଜରୁରୀ କାମରେ ବାହାରିଲେ ମୁହଁକୁ ମାକ୍ସ କିମ୍ବା ରୁମାଲରେ ଘୋଡେଇବା ପାଇଁ ସରକାର ନିୟମ ଜାରିକରିଛନ୍ତି । ସରକାରଙ୍କ ଏହି ନିୟମକୁ ପାଳନ କରି ବରିକେଲ ସରପଞ୍ଚ ଶ୍ରୀମତୀ ସୌଦାମିନୀ ମେହେର ନିଜେ ମାକ୍ସ ତିଆରି କରି ବରିକେଲ ସାପ୍ତାହିକ ବଜାରରେ ବିତରଣ କରିବା ସହିତ ଲୋକଙ୍କୁ ସଚେତନ କରିଛନ୍ତି । ସାମାଜିକ ଦୂରତ୍ବ ରଖିବା , ହାତକୁ ସାବୁନ କିମ୍ବା ସାନିଟାଇଜରରେ ବାରମ୍ବାର ଧୋଇବା ଓ ତାର ଉପକାରିତା ବିଷୟରେ ଲୋକଙ୍କୁ ବୁଝାଇଥିଲେ ।
Sign in
Sign in
Recover your password.
A password will be e-mailed to you.