ବେଆଇନ ମଦ ବ୍ୟବସାୟୀଙ୍କର ଉପରେ ପୋଲିସର ଚଢ଼ାଉ

0

ବରଗଡ଼ :- ଲକଡାଉନ ସମୟରେ ସରକାର ସବୁ ପ୍ରକାର ମଦ ଦୋକାନ ବନ୍ଦ ହେବା ଦ୍ୱାରା ପ୍ରାୟ ସବୁଆଡେ ଅସାଧୁ ମଦ ବ୍ୟବସାୟୀ ଙ୍କର ପ୍ରାଦୁର୍ଭାବ ଦେଖିବାକୁ ମିଳୁଛି ଆଭ୍ୟନ୍ତରୀଣ ଅଂଚଳରେ  ଲୋକେ ନିଜ ଘରେ କିମ୍ବା ଘଞ୍ଚ ଜଙ୍ଗଲ ଭିତରେ ଦେଶୀ ରଂଧାମଦ ପ୍ରସ୍ତୁତ କରିବା ସହିତ ବିକ୍ରି କରୁଛନ୍ତି । ଡିଏସପି  ଦିନେଶ ନାଏକଙ୍କର ନେତୃତ୍ୱରେ ପାଇକମାଲ ପାଲିସ ପାଇକମାଲ ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନ ରେ ଚଢ଼ାଉ କରି ବିପୁଳ ପରିମାଣରେ ଦେଶୀ ରନ୍ଧା ମଦ ଜବତ କରିବା ସହିତ 13 ଜଣ ଅଭିଯୁକ୍ତ ଙ୍କୁ ଗିରଫ କରିବାରେ ସଫଳତା ପାଇଛି ।
ଏହି ଅଭିଯୁକ୍ତ ମାନଙ୍କର ବିରୋଧରେ ପାଇକମାଲ ଥାନାରେ ଗତ କାଲି ଦୁଇ ଗୋଟି ଓ ଆଜି ତିନି ଗୋଟି ମାମଲା ଥାନାରେ ରୁଜୁ କରାଯାଇଛି । କେଶ ନମ୍ବର  59/20ରେ ଦିଲୀପ ବରିହା ଓ କେଶ ନମ୍ବର 60/20ରେ ଗୋବିନ୍ଦ ବରିହା , କେଶ ନମ୍ବର 61/20ରେ ଆନନ୍ଦ ସାହୁ , କେଶ ନମ୍ବର 62/ 20ରେ ଶ୍ୟାମ ସୁନ୍ଦର ଧାରୁଆ , ଓ କେଶ ନମ୍ବର 63/ ରେ ପଞ୍ଚାନନ ବେହେରା , ଖଗେଶ୍ବର ବେହେରା , ଅକ୍ଷୟ ସାହୁ , ରୋହିତ ଛାତ୍ରୀଆ, ରମାକାନ୍ତ ସାହୁ , ମାୟାରମ ସୋନି , ସୁରେଶ ଲୁହାର , ଦିନେଶ ଭୋଇ , ନିର୍ମଳ ପ୍ରଧାନ ପ୍ରମୁଖ ଙ୍କୁ ପୋଲିସ ମଦ ସହିତ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ଅଭିଯୁକ୍ତ ମାନଙ୍କର ଠାରୁ ସମୁଦାୟ ସାତ ଗୋଟି ମଟର ସାଇକେଲ ମଧ୍ୟ ଜବତ କରିଛି ପୋଲିସ । କେଶ ନମ୍ବର 59ର ଏଏସଆଇ ସନ୍ତୋଷ କୁମାର ସାହୁ , କେଶ ନମ୍ବର 60ର ଏସଆଇ ବିପିନ ବାଗ , କେଶ ନମ୍ବର 61ର ଏଏସଆଇ ଶ୍ରୀ ପ୍ରକାଶ ଭୋଇ , କେଶ ନମ୍ବର , 62ର ଏଏସଆଇ  ଶ୍ରୀ ଏସ କେ  ଦାଶ ଓ କେଶ ନମ୍ବର 63 ର ନିଜେ ଥାନା ଅଧିକାରୀ ଶ୍ରୀ ବିଶ୍ୱଜିତ ମନବୋଧ ତଦନ୍ତ କରୁଛନ୍ତି  । ଏଠାରେ ସୂଚନାଯୋଗ୍ୟ ଯେ କେଶ ନମ୍ବର 63/ ରେ ସମୁଦାୟ 9 ଜଣ ଅଭିଯୁକ୍ତ ଙ୍କର ପାଖରୁ ମୋଟ 130 ଲିଟର ଦେଶୀ ରନ୍ଧାମଦ ଜବତ କରିଥିଲା ପାଇକମାଲ ପୋଲିସ । ଆଜି ପୋଲିସ ସମୁଦାୟ ତିନି ଗୋଟି ମାମଲା ର ଅଭିଯୁକ୍ତ ମାନଙ୍କର ନିକଟରୁ 170 ଲିଟର ଓ ଗତକାଲି ର ଦୁଇଟି ମାମଲାର ଅଭିଯୁକ୍ତ ମାନଙ୍କର ନିକଟରୁ 20ଲିଟର ଦେଶୀ ରନ୍ଧା ମଦ ଜବତ କରିଥିବା ସୂଚନା ରହିଛି ।

Leave A Reply

Your email address will not be published.