ଗାଁ ସାରା ମାସ୍କ ବାଣ୍ଟି ସଚେତନ କଲେ ଅଧ୍ୟାପକ ।

0

ପଦ୍ମପୁର(ଶାସକ ପ୍ରଶାସକ)– ଭୟଙ୍କର ମହାମାରୀ କରୋନାର ଆତଙ୍କ ସବୁଠାରେ ରହିଥିବା ବେଳେ ବିଭିନ୍ନ ସ୍ଥାନରେ ସଚେତନତାମୂଳକ ପଦକ୍ଷେପ ମାନ ଗ୍ରହଣ କରାଯାଇଥିବାର ଦେଖିବାକୁ ମିଳିଛି । ପୋଲିସ, ପ୍ରଶାସକ ଦାୟିତ୍ବ ବାହାରେ ଅନେକ ସ୍ଥାନରେ ବ୍ୟକ୍ତିଗତି, ଗୋଷ୍ଠୀଗତ ଉଦ୍ୟମରେ ଲୋକଙ୍କୁ ରାସନ ବାଣ୍ଟିବା, ମାଗଣାରେ ମାକ୍ସ ବାଣ୍ଟିବା ସହ ସଚେତନ କରିବା ଦୃଶ୍ୟ ଦେଖିବାକୁ ମିଳୁଛି । ବରଗଡ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ତାଳପଦର ଗ୍ରାମରେ ସଚେତନତା ସୃଷ୍ଟି କରିବାକୁ ବିଭିନ୍ନ ପଦକ୍ଷେପ ନେଉଥିବା ବେଲେ ଶୁନାର ଦିନ ଗ୍ରାମବାସୀଙ୍କୁ ମାକ୍ସ ବଣ୍ଟନ କରାଯାଇଛି । ଅଧ୍ୟାପକ ସୁଦ୍ଧାନ୍ତ ମିଶ୍ର ମାକ୍ସ ତିଆରି କରି ଗ୍ରାମରେ ମଗଣାରେ ଶହ ଶହ ଲୋକଙ୍କୁ ବଣ୍ଟନ କରିଛନ୍ତି । ଗ୍ରାମର ଗୌନ୍ତିଆ ଚୁଡାମଣି ପଧାନ, ସମିତି ସଦସ୍ୟ ପ୍ରସାଦ ଚନ୍ଦ୍ର ସେଠ, ଅବସରପ୍ରାପ୍ତ ଶିକ୍ଷକ ସୋମନାଥ ପ୍ରଧାନ, କ୍ଷିରୋଦ ସାହୁ, ତେଜରାଜ ବାରିକ, ବାସୁଦେବ ପଧାନ, ସାମ୍ବାଦିକ ପ୍ରାଣବନ୍ଧୁ ସାହୁ ପ୍ରମୁଖ ସାମାଜିକ ଦୂରତ୍ବ ରଖି ଗାଁ ସାରା ବୁଲି ଏହି କାର୍ଯ୍ୟକ୍ରମରେ ସାମିଲ ହେବା ସହିତ ଲୋକଙ୍କୁ ସଚେତନ କରିଥିଲେ । ଲକଡାଉନ ସୟରେ ଅନ୍ତତି ନିଜ ଗାଁରେ କେହି ମାକ୍ସ ପିନ୍ଧିବାରୁ ବାଦ ପଢ଼ିବେ ନାହିଁ ଏଥିପାଇଁ ଉଦ୍ୟମ ଜାରି ରହିବ ବୋଲି ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି । ସବୁ ଲୋକ ମାକ୍ସ ପିନ୍ଧିବା ବାଧ୍ୟତାମୁଳକ ହୋଇଥିବା ବେଳେ ମାକ୍ସ ମିଳିବା କଷ୍ଟସାଧ୍ୟ ହେଉଛି । ଯେଉଁ ଅଳ୍ପ ଦୋକାନମାନଙ୍କରେ ମାକ୍ସ ମିଳୁଛି ତାହା ମଧ୍ୟ ଅଧିକ ମୁଲ୍ୟ ରହୁଛି । ଲୋକେ କାମଧନ୍ଦା ନ କରି ଘରେ ବସି ରହୁଥିବା ବେଳ ମାକ୍ସ କିଣିବା ସେମାନଙ୍କ ପକ୍ଷରେ ସମ୍ଭବପର ନୁହଁ । ଅନ୍ୟପକ୍ଷରେ କରୋନାର ଉୟାବହତା ଜାଣୁଥିଲେ ମଧ୍ୟ ଲୋକେ ପ୍ରାୟତଃ ମାକ୍ସ ବ୍ୟବହାର କରୁ ନାହାନ୍ତି । ତେଣୁ ମାକ୍ସ ତିଆରି କରି ବାଣ୍ଟିବା ଫଳରେ ବିହୁ ଲୋକ ସଚେତନ ହେବା ସହିତ ଉପକୃତ ହେଉଛନ୍ତି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.