28 ଜଣ ଶ୍ରମିକଙ୍କୁ କ୍ବାରନଟାଇନ କରାଗଲା ,ତହସିଲଦାରଙ୍କର ଦ୍ୱାରା ରିଲିଫ ପ୍ରଦାନ

0

ପାଇକମାଲ :- ପାଇକମାଲ ବ୍ଲକ କାଂଶଡା ପଂଚାୟତ ସ୍ଥିତ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଜି ପଂଚାୟତ ର ବିଭିନ୍ନ ଗ୍ରାମର 28 ଜଣ ଶ୍ରମିକ ଯେଉଁମାନେ ଗଞ୍ଜାମ ଜିଲ୍ଲାରେ ଇଟାଭାଟି କାମ କରିବାକୁ ଯାଇଥିଲେ ସେମାନେ ସେଠାରୁ ପଳେଇ ଆସିଛନ୍ତି । ଏହି ଖବର ପାଇବା ପରେ ସ୍ଥାନୀୟ ସରପଞ୍ଚ ତୁରନ୍ତ ସେମାନଙ୍କୁ ଆଣି ସରକାର ଙ୍କର ଦ୍ୱାରା ସ୍ଥାପନ କରାଯାଇଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣି ରହିବାର ବ୍ୟବସ୍ଥା କରିଥିଲେ । ଏକ ସାଙ୍ଗରେ 28 ଜଣ ଶ୍ରମିକ ଗ୍ରାମକୁ ଆସିଥିବା ଖବର ପାଇ ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ତନ୍ମୟ ଦରୁଆନ , ପାଇକମାଲ ତହସିଲଦାର ଶ୍ରୀ ମନୋଜ କୁମାର ମେହେର କାଂଶଡା ପହଂଛି ଆସିଥିବା ଶ୍ରମିକ ମାନଙ୍କୁ ମାକ୍ସ ପ୍ରଦାନ କରିବା ସହିତ ସେମାନଙ୍କୁ ଆଗମି 14 ଦିନ ପାଇଁ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହିବା ଓ ସମସ୍ତ ସରକାରୀ ନିୟମ କୁ ପାଳନ କରିବା ପାଇଁ କହିଥିଲେ । ଏହା ସହିତ ସ୍ଥାନୀୟ ସରପଞ୍ଚ ଓ କାର୍ଯ ନିର୍ବାହୀ ଅଧିକାରୀ ଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଥିବା ଲୋକଙ୍କର ସବୁ ପ୍ରକାର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଥିଲେ ଉପଜିଲ୍ଲାପାଳ ।    

ଏହାପରେ ଉପଜିଲ୍ଲାପାଳ ପାଇକମାଲ ତହସିଲଦାର ଓ RI ଙ୍କର ପାଇକମାଲ ଠାରେ ଗରିବ ଲୋକଙ୍କର ପାଇଁ ରନ୍ଧା ଖାଦ୍ୟ ପ୍ରସ୍ତୁତ ହେଉଥିବା ସ୍ଥାନକୁ ବୁଲି ଦେଖିଥିଲେ । ଏହାପୂର୍ବରୁ ସନ୍ଧ୍ୟା ସମୟରେ ଉପଜିଲ୍ଲାପାଳ ଓ ତହସିଲଦାର ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ରେ ଥିବା ମାଙ୍କଡ଼ ମାନଙ୍କୁ ଫଳ ଖାଇବାକୁ ଦେଇଥିଲେ । ସକାଳେ ପାଇକମାଲ ତହସିଲଦାର ଶ୍ରୀ ମନୋଜ କୁମାର ମେହେର ଏକ ଗରିବ ପରିବାରକୁ ବୈସ୍ନୋଦେବୀ ରାଇସ ମିଲ ମାଲିକ ଶ୍ରୀ ମହେଶ କୁମାର ଅଗ୍ରୱାଲ ଙ୍କର ଦ୍ୱାର ପ୍ରଦାନ କରାଯାଇଥିବା 15 ଦିନର ଶୁଖିଲା ଖାଦ୍ୟ ତାଙ୍କ ଘରକୁ ଯାଇ ପ୍ରଦାନ କରିଥିଲେ ।

Leave A Reply

Your email address will not be published.