ଦୁଷ୍କର୍ମ ପୀଡିତାକୁ ନ୍ୟାୟ ମିଳିବା ପାଇଁ କ୍ୟାଣ୍ଡେଲ ରାଲି 

0

16-04-18-padampur-candle.jpg - 85.24 kB

ପଦ୍ମପୁର(Nila deep)- ରାଜ୍ୟ ତଥା ଦେଶର ଲଗାତାର ଭାବରେ ଦୁଷ୍କର୍ମ ଘଟଣା ବହୁଲ ଭାବରେ ବୄଦ୍ଧି ପାଇବାରେ ଲାଗିଛି ।ଏଇ ପରିପେକ୍ଷୀରେ ସଂପ୍ରତି କାଶ୍ମୀରର ଅସିଫାକୁ ଦୁଷ୍କର୍ମ କରିବା ସହିତ ହତ୍ୟା କରିବା ଘଟଣା ପରି ସଙ୍ଗୀନ ଓ ଲଜ୍ୟା ଜନକ ଅପରାଧିକ କାର୍ଯ୍ୟକଳାପ ସାରା ବିଶ୍ବରେ ଚହଳ ସୄଷ୍ଟି କରିଛି ।ଏଥି ସହିତ କୁନ୍ଦୁଳି, ନିଳଗିରୀ ଓ ଉତ୍ତର ପ୍ରଦେଶର ଉନୱ। ଠାରେ  ସଙ୍ଘଠିତ ହୋଇଥିବା ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ଆଜି ସନ୍ଧ୍ୟାରେ ଅଞ୍ଚଳ ମହାବିଦ୍ୟାଳୟ ଛାତ୍ର ସଂସଦର ଆହ୍ୱଆନରେ ଏକ କ୍ୟାଣ୍ଡେଲ ରାଲି ସାରା ସହର ପରିକ୍ରମା କରିଥିଲେ ।ଏହି ରାଲିକୁ ଛାତ୍ର ସଂସଦ ସଭାପତି ଶିଦ୍ଧେଶ୍ବର ମହାରଣା,ସମ୍ପାଦକ ପରେଶ ଧରୁଆ,ସମାଜସେବୀ ନିରୋଜ ଦୋରା, ହିତେଶ ଅଗ୍ରୱାଲ, ନୀଲାମ୍ବର ଦୀପ,ଉମାକାନ୍ତ ଭୋଇ,କୁନାଲ ସାହୁ,କବିର ସିଂ ଗୀଲ,ପ୍ରିୟମ ବାଗ,ରାଜିବ ବଗର୍ତ୍ତୀ,ନବ କିଶୋର ମେହେର,ଅଭିପ୍ରିତ ପଟ୍ଟନାୟକ, ପ୍ରଣତି ସୁଆର,ବର୍ଷାରାଣୀ ଭୋଇ,ଅନ୍ବେଷା ପାଢୀ,ଜୁଲି ମୁର୍ମୁ,ସ୍ନେହା ବେହେରା,ବିନିସ୍ମିତା ପଣ୍ଡା,ରିତୁ ମହାନନ୍ଦ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।ଏହି ରାଲିରେ ଜିଷ୍ଟ,ଜେନିଥ ଓ ମହିଲା ମହାବିଦ୍ୟାଳୟ ଛାତ୍ରଛାତ୍ରୀ ମାନେ ବହୁ ସଙ୍ଖାରେ ଯୋଗଦାନ କରିଥିଲେ ।ରାଲି ପରେ ଏକ ସଭା ଅନୁଷ୍ଠିତ ହୋଇ ଦୁର୍ବୁତ ମାନଙ୍କୁ କଠୋର ଦଣ୍ଡ ପ୍ରଦାନ ପାଇଁ ଦାବୀ କରାଯାଇଥିଲା ।

 

 

Leave A Reply

Your email address will not be published.