“ତୋର୍ ପାର୍ କେ ମୋର୍ ପାହା” ନାଟକକୁ ୮ଟି ପୁରସ୍କାର 

0

16-04-18-padam-nataka.jpg - 42.07 kB

ପଦ୍ମପୁର(Nila Deep )-ଗତ ୧୩ରୁ୧୫ ତିନିଦିନ ବ୍ୟାପି ସୋନପୁରେ ଆୟୋଜିତ ‘ରାଷ୍ଟ୍ରୀୟ ନାଟ୍ୟ ମେଳା’ରେ ଅବର୍ଣ୍ଣିଗୁଂଡା ନାଟ୍ୟ ସଂସଦକୁ ବିଶେଷ ସଫଲତା ମିଲିଛି ।ଏହି ମେଲାରେ ରାଜ୍ୟ ତଥା ରାଜ୍ୟ ବାହାରୁ ଅନ୍ୟ ଭାଷାଭାଷୀ ନାଟ୍ୟ ଦଳମାନେ ଅଂଶଗ୍ରହଣ କରିଥିଲେ ।ସମ୍ବଲପୁରୀ-କୋଶଲୀ ଭାଷାର ନାଟକ “ତୋର୍ ପାର୍ କେ ମୋର୍ ପାହା” କୁ ଶ୍ରେଷ୍ଠ ପ୍ରଯୋଜନା,ଶ୍ରଷ୍ଠ ନାଟ୍ୟକାର,ଶ୍ରେଷ୍ଠ ନିର୍ଦ୍ଦେଶକ-ଅଶୋକ କୁମାର ବହିଦାର,ଶ୍ରେଷ୍ଠ ଅଭିନେତା-ବିଶ୍ରାମ ମେହେର,ଶ୍ରେଷ୍ଠ ଅଭିନେତ୍ରୀ-ମମତା ଦୀପ,ଦ୍ବିତୀୟ ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ-ଡୋଳାମଣି ସାହୁ,ଶ୍ରେଷ୍ଠ ମଞ୍ଚ ସଜ୍ଜା ଓ ଶ୍ରେଷ୍ଠ ରୂପକାର-ଆଶିଷ ବୈକାରଙ୍କୁ ଏପରି ଆଠଟି ପୁରସ୍କାର ମିଲିଛି ।ଗତ ଡିସେମ୍ବର ମାସରେ ସମ୍ବଲପୁର ସ୍ଥିତ ବୀର ସୁରେନ୍ଦ୍ର ସାଏ ରାଜ୍ୟ ସ୍ତରୀୟ ସମ୍ବଲପୁରୀ ନାଟକ ପ୍ରତିଯୋଗିତାରେ  ମଧ୍ୟ ଏହି ନାଟକକୁ ଛଅ ଗୋଟି ଶ୍ରେଷ୍ଠ ପୁରସ୍କାର ମିଲିଥିଲା ।ଏଇ ନାଟକ ପ୍ରତିଯୋଗିତାରେ ଡଃ ଦ୍ବାରିକା ନାଥ ନାଏକ,ପ୍ରଫେସର ସୁଧାଂଶୁ ମୋହନ ପଟ୍ଟନାୟକ ଓ ଶାଶ୍ବତ ବରୁ ବିଚାରକ ଭାବରେ  ନାଟକ ଗୁଡିକୁ ମୁଲ୍ୟାୟନ କରିଥିଲେ ।

 

Leave A Reply

Your email address will not be published.