ଖାଦ୍ୟର ମାନ ନିରୀକ୍ଷଣ କରିବା ସରକାରଙ୍କ ସମସ୍ତ ନିୟମାବଳୀ ପାଳିବାକୁ ପରାମର୍ଶ ଦେଲେ ଯୋଗେଶ

0

ସୁନ୍ଦରଗଡ଼(ହୋରଚାନ୍ଦ ଦେଉରିଆ) : ସୁନ୍ଦରଗଡ଼ ବିଜୁ ଜନତା ଦଳ ତରଫରୁ ସଦର ନିର୍ବାଚନ ମଣ୍ଡଳୀ ର ପୂର୍ବତନ ବିଧାୟକ ଶ୍ରୀ ଯୋଗେଶ କୁମାର ସିଂ ସୁନ୍ଦରଗଡ ସଦର  ବ୍ଲକ ଲେଢ଼ୀମଙ୍ଗ  ଗ୍ରାମ ଠାରେ ଜୟ ଶ୍ରୀ କ୍ରୀଷ୍ଣା ମହିଳା ସ୍ୱୟଂ ସହାୟକ ଗୋଷ୍ଠିଙ୍କ ଦ୍ୱାରା ବଣ୍ଟନ ହେବାକୁ ଥିବା ରନ୍ଧା ଖାଦ୍ୟର ମାନ ନିରୀକ୍ଷଣ କରିବା ସହ ଭୋଜନ ପରସି ଥିଲେ | ଗାଁ ର ଜନସାଧାରଣଙ୍କୁ ମାକ୍ସ ବଣ୍ଟନ କରି  କରୋନା ରୋଗ ବିଷୟରେ ସଚେତନ ଅବଲମ୍ବନ କରିବା ସହ  ସରକାରଙ୍କ ସମସ୍ତ ନିୟମାବଳୀ ପାଳନ କରିବାକୁ ଶ୍ରୀ ସିଂ ପରାମର୍ଶ ଦେଇଥିଲେ l  ଉକ୍ତ କାର୍ଯ୍ୟକ୍ରମ ରେ ତାଙ୍କ ସହ ଥିଲେ ଶ୍ରୀ କ୍ରୀଷ୍ଣା ମହିଳା ସ୍ୱୟଂ ସହାୟକ ଗୋଷ୍ଠିର ସମସ୍ତ ସଭ୍ୟା, ସଦର ବ୍ଲକ ସଭାପତି ତଥା ଉପାଧକ୍ଷ ଅଶ୍ଵିନୀ କୁମାର ନାଏକ, ପ୍ରଦିପ ସାହୁ, ରଞ୍ଜିତ ରଣା, ଧରମ ସିଂ କାଲୋ, କରୁଣା କର ମେହେର, ବାବୁଲାଲ ରାଉତ, ବିବେକା ମେହେର, ନିରଞ୍ଜନ ଶେଖର ଦେଓ ଓ ଅନ୍ୟମାନେ l

 

Leave A Reply

Your email address will not be published.