ସୁନ୍ଦରଗଡରୁ ଦି ଜଣ , ରାଜଧାନୀ ଓ କେନ୍ଦ୍ରାପଡ଼ାରୁ ଜଣେ ଜଣେ 

0

  ଭୁବନେଶ୍ୱର/ସୁନ୍ଦରଗଡ(ହୋରାଚାନ୍ଦ ଦେଉରିଆ)  :  ପ୍ରଥମ ଥର ପାଇଁ ସୁନ୍ଦରଗଡ଼ ଜିଲ୍ଲାରେ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନ୍ୟ ଜଣେ ଭୁବନେଶ୍ୱରର ଓ ଆଉ ଜଣେ କେନ୍ଦ୍ରାପଡାରୁ | ସେମାନଙ୍କ ସବିଶେଷ ବିବରଣୀ ଏ ଯାବତ ଆକଳନ ଚାଲିଛି |   ଗତକାଲି ୪ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣ ସୁନ୍ଦରଗଡ଼ ଜିଲ୍ଲାର ବୋଲି ଜଣାପଡ଼ିଛି। ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ସୂଚନା ମିଳିଛି। ତେବେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ଏଯାଏ କିଛି ସୂଚନା ଦିଆଯାଇ ନାହିଁ। କେବଳ ଗତକାଲି ବିଳମ୍ବିତ ରାତିରେ ବିଭାଗ ପକ୍ଷରୁ ଟ୍ୱିଟ୍ କରି କୁହାଯାଇଥିଲା ଯେ ଆଉ ୪ଟି କୋଭିଡ୍ ୧୯ ମାମଲା ଆସିଛି।

ଆଉ ୪ଟି ରିପୋର୍ଟ ପଜିଟିଭ୍ ଆସିବା ପରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୪ରେ ପହଞ୍ଚିଯାଇଛି। ଏଥିମଧ୍ୟରୁ ୧୨ ଜଣ ସୁସ୍ଥ ହୋଇସାରିଥିବା ବେଳେ ଜଣଙ୍କ ମୃତ୍ୟୁ ଘଟିଛି। ଏବେବି ୪୧ଟି ଆକ୍ଟିଭ୍ କେସ୍ ଅଛି ଅର୍ଥାତ୍ ବିଭିନ୍ନ କୋଭିଡ୍ ହସ୍ପିଟାଲ୍‌ରେ ସେମାନଙ୍କ ଚିକିତ୍ସା ଚାଲିଛି।

 

 

Leave A Reply

Your email address will not be published.