ପ୍ରଥମ ପର୍ଯ୍ୟାୟ ପଲସ୍ ପୋଲିଓ କାର୍ଯ୍ୟକ୍ରମର ଶୁଭାରମ୍ଭ

0

15-04-18-jaj.jpg - 108.86 kB

ଯାଜପୁରରୁ ଜୟଶଙ୍କର ଦାଶ : ଯାଜପୁର ଜିଲାରେ ପ୍ରଥମ ପର୍ଯ୍ୟାୟ ପଲସ୍ ପୋଲିଓ କାର୍ଯ୍ୟକ୍ରମ ରବିବାର ଠାରୁ ଆରମ୍ଭ ହୋଇଛି । ଜିଲାର ଜନ୍ମରୁ ୫ବର୍ଷ ବୟସ ପର୍ଯ୍ୟନ୍ତ ମୋଟ୍ ୧୮୯୮୩୨ଶିଶୁଙ୍କୁ ପୋଲିଓ ବୁନ୍ଦା ଦେବାର ବ୍ୟବସ୍ଥା ହୋଇଛି । ୩୦୨୬୫୮ ଗୃହକୁ ସର୍ଭେ କରି ୩୩୭୪କର୍ମଚାରୀ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବା ପାଇଁ ଦାୟିତ୍ୱ ଦିଆଯାଇଛି । ରବିବାର ପୁର୍ବାହ୍ନରେ ଜିଲା ପରିଷଦ ସଭାପତି ନରେଶ ଚନ୍ଦ୍ର ମହାନ୍ତି ଓ ଉପଜିଲାପାଳ ନାରାୟଣ ଚନ୍ଦ୍ର ଧଳ ପ୍ରଦୀପ ପ୍ରଜ୍ୱଳନ ପୁର୍ବକ ପୋଲିଓ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ପରେ ଶିଶୁମାନଙ୍କୁ ପୋଲିଓ ବୁନ୍ଦା ଜିଲା ମୁଖ୍ୟ ଚିକିସôାଳୟ ମଧ୍ୟରେ ହୋଇଥିବା କେନ୍ଦ୍ରରେ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲା ମୁଖ୍ୟ ଚିକିସôାଧିକାରୀ ଡ଼ା ବାରିସ କୁମାର ଦାସ, ତହସିଲଦାର ଲକ୍ଷ୍ମୀକାନ୍ତ ମିଶ୍ର, ଏଡ଼ିଏମ୍ଓ ଡ଼ାକ୍ତର ଫଣିନ୍ଦ୍ର କୁମାର ପାଣିଗ୍ରାହୀ, ଡ଼ା କାହ୍ନୁଚରଣ ନାୟକ, ସୂଚନା ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ସମାଜସେବୀ ପରମାନନ୍ଦ ନାୟକ, ଗୋବିନ୍ଦ ଚନ୍ଦ୍ର ସ୍ୱାଇଁ, ଆନନ୍ଦ ଚନ୍ଦ୍ର ସାହୁ, ଡ଼ିପିଏମ୍ ଚିନ୍ମୟ କୁମାର ବରାଳ, ଶୁଭ୍ରଜିତ୍ ପୃଷ୍ଟି ପ୍ରମୁଖ ଯୋଗଦେଇ ଶିଶୁ ମାନଙ୍କୁ ପୋଲିଓ ବୁନ୍ଦା ଖୁଆଇଥିଲେ । ଜିଲାର ୮୨୬ଗୋଟି ପୋଲିଓ ବୁଥ୍ ମାଧ୍ୟମରେ ଏହି ପୋଲିଓ ବୁନ୍ଦା ପ୍ରଦାନର ବ୍ୟବସ୍ଥା ହୋଇଥିବା ବେଳେ ୨୫ଗୋଟି ଟ୍ରାଜିଟ୍ ପଏଂଟ ଓ ୧୧ଗୋଟି ମୋବାଇଲ ଟିମ୍ର ବ୍ରବସ୍ଥା କରାଯାଇଛି । ଏହାକୁ ପରିଚାଳନା କରିବା ପାଇଁ ୧୮୯ଜଣ ସୁପର ଭାଇଜରଙ୍କୁ ଦାୟିତ୍ୱ ଦିଆଯାଇଛି । ରବିବାର କେନ୍ଦ୍ର ମାନଙ୍କରେ ପୋଲିଓ ବୁନ୍ଦା ଦିଆଯାଇଥିବା ବେଳେ ପରବର୍ତି ଦୁଇଦିନ ଘରକୁ ଘର ବୁଲି ବାକିଆ ରହିଯାଇଥିବା ଶିଶୁ ମାନଙ୍କୁ ପୋଲିଓ ବୁନ୍ଦା ଦିଆଯିବ ବୋଲି ସିଡ଼ିଏମ୍ଓ ସୂଚନା ଦେଇଛନ୍ତି ।  

 

Leave A Reply

Your email address will not be published.