ବୁଗୁଡା/ଡ଼ଃ କୁମୁଦ ଚନ୍ଦ୍ର ବେହେରା : ବୁଗୁଡା ବନ ବିଭାଗ ପକ୍ଷରୁ ଶିକାର ଉଦ୍ୟମ ନେଇ ଜଣଙ୍କୁ ଗିରଫ କରି ଏକ ମାମଲା ରୁଜୁ କରିଥିବା ଜଣାପଡିଛି।ବୁଗୁଡା ବନାଞ୍ଚଳର ବୁଗୁଡା ସେକସନ ଅନ୍ତର୍ଗତ କୈଳାଶ ନଗର ନିକଟ କିରିଆମ୍ବା ୧୦ ନଂ ସଂରକ୍ଷଣ ଜଙ୍ଗଲରେ ବିଦ୍ୟୁତ ଫାସ ପକାଇ ଶିକାର କରିବାକୁ ଯୋଜନା କରୁଥିବା ଖବର ପାଇ ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ସତ୍ୟ ନାରାୟଣ ବେହୁରାଙ୍କ ଏବଂ ଏସିଏଫ ପି.କେ.ନାୟକ ଓ ଏସ.ଏସ. ବେହେରାଙ୍କ ନିର୍ଦ୍ଦେଶ କ୍ରମେ ବୁଗୁଡା ବନାଞ୍ଚଳ ଅଧିକାରୀ ଫକୀର ଚରଣ ବେହେରା, ବୁଗୁଡା ବନପାଳ ଅଭିରାମ ଖିଲି, ବିରଞ୍ଚିପୁର ବନରକ୍ଷୀ ରତନ ମଲ୍ଲିକ, କତକଲା ବନରକ୍ଷୀ ଶିବରାମ ପାତ୍ର ଓ ପରା ଫରେଷ୍ଟର ଷ୍ଟାପ ଗୁରୁବାର ରାତ୍ର ୧୧.୪୫ ରେ ଘଟଣା ସ୍ଥଳରେ ପହଁଞ୍ଚିଥିଲେ। ବିଦ୍ୟୁତ ତାର ପକାଇ ଶିକାର ପାଇଁ ଅପେକ୍ଷା କରିଥିବା ବେଳେ କାବୁକରି କୈଳାଶ ନଗର ଗ୍ରାମର ଭୁଲା ନାୟକ(୩୫), ପିତା-ତ୍ରିନାଥ ନାୟକଙ୍କୁ ଗିରଫ କରିବାକୁ ସକ୍ଷମ ହୋଇଥିବା ବେଳେ କୈଳାଶ ନଗରର ସନ୍ତୋଷ ନାୟକ(୨୫) ଓ ଟିକିନା ନାଇକ (୩୨)ଫେରାର ହୋଇଯାଇଥିଲେ। ବନ ବିଭାଗ ୨୦୦ ମିଟର ଜିଆଇ ତାର, ୨୪ ଟି କାଚ ବୋତଲ,୨୪ ଟି ବାଉଁଶ କିଳା ଜବତ କରି ବୁଗୁଡା ବନାଞ୍ଚଳ କେଶ ନଂ ୧/୨୦୨୦-୨୧ ପ୍ରକାରେ ଏକ ମାମଲା ରୁଜୁ କରାଯାଇଛି |
Sign in
Sign in
Recover your password.
A password will be e-mailed to you.
Prev Post