ବୁଗୁଡା ସହରରେ ବିଶୋଧନ କାର୍ଯ୍ୟକ୍ରମ ଆରମ୍ଭ

0

ବୁଗୁଡା(ଡ଼ଃ କୁମୁଦ ଚନ୍ଦ୍ର ବେହେରା):  ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ଅଗ୍ନିଶମ ବିଭାଗ ମିଳିତ ଉଦ୍ୟମରେ ବୁଗୁଡା ସହରକୁ ବିଶୋଧନ କରିବା ପାଇଁ ଶୁକ୍ରବାର ଦିନ ପଦକ୍ଷେପ ଆରମ୍ଭ ହୋଇଥିବା ଏନଏସି ଇଓ ରଶ୍ମିରଞ୍ଜନ ଦାଶ ପ୍ରକାଶ କରିଛନ୍ତି। କରେନା ସଂକ୍ରମଣ ରୋକିବା ପାଇଁ ବୁଗୁଡା ସହରକୁ ବିଶୋଧନ କରିବା ଜରୁରୀ ଆବଶ୍ୟକ ଥିଲା। ବିଳମ୍ବ ହେଲେବି ଏନଏସିର ସହଯୋଗରେ ବୁଗୁଡା ଅଗ୍ନିଶମ ବିଭାଗ ପକ୍ଷରୁ କର୍ମଚାରୀ ବୃନ୍ଦ ଅଗ୍ନିଶମ ଗାଡ଼ି ସାହାଯ୍ୟରେ ବୁଗୁଡା ସହରର ମୁଖ୍ୟରାସ୍ତାରେ ବିଶୋଧକ ସ୍ପ୍ରେ କରି ରାସ୍ତା ଓ ଘର ବାହାରକୁ ବିଶୋଧନ କରିଛନ୍ତି। ଆଗକୁ ମଧ୍ୟ ଏହି ବିଶୋଧନ କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି ଏନଏସି ଇଓ ଶ୍ରୀ ଦାଶ କହିଛନ୍ତି।

Leave A Reply

Your email address will not be published.