ନିମ୍ନମାନର ରାସ୍ତା ନିର୍ମାଣ, ସୂଚନା ଫଳକ ବି  ଉଭାନ 

0 1

କୁଚିଣ୍ଡା ଉପଖଣ୍ଡ ପ୍ରତିନିଧି (ଅଜୟ କୁମାର ବାଘ): ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ଅନ୍ତର୍ଗତ ଲାଡ଼ ଗ୍ରାମର ଡୁଙ୍ଗାଘାଟ ପଡା ଠାରୁ ନଦୀ ପର୍ଯନ୍ତ କଂକ୍ରିଟ ରାସ୍ତା ନିର୍ମାଣ କରାଯାଇଛି l ଠିକାଦାର ଏବଂ ଉକ୍ତ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ବେଧଡ଼କ ଭାବେ ନିମ୍ନମାନର କାମ ହୋଇଥିବା ଅଭିଯୋଗ ହୋଉଛି । କିନ୍ତୁ ବିଭାଗୀୟ ଯନ୍ତ୍ରୀ ସରକାରଙ୍କ ସବୁ ନୀତି ନିୟମକୁ ଉଲ୍ଲଘଂନ କରି ବେଧଡ଼କ ଭାବରେ ରାସ୍ତା କାମକୁ ଶେଷ କରିଥିବାରୁ ସ୍ଥାନୀୟ ଜନସାଧାରଣ ଏହି କଂକ୍ରିଟ କରଣ ପାଇଁ ସରକାର କେତେ ଅନୁଦାନ କେତେ ପ୍ରଦାନ କରିଛନ୍ତି l କଂକ୍ରିଟ ରାସ୍ତାଟି କେମିତି ହେବ ସେ ସମ୍ପର୍କରେ କୌଣସି ତଥ୍ୟ ଜନସଧାରଣ ଜାଣିପାରୁ ନାହାନ୍ତି l ସୂଚନା ଫଳକ ନିର୍ମାଣ କରି ଅନୁଦାନ ରାଶି ସମ୍ପର୍କରେ ସର୍ବ ସଧାରଣ କୁ ଅବଗତ କରିବା ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି l ଜନସାଧାରଣ ପକ୍ଷରୁ ଆଭିଯୋଗ ହେଉଛି l ଏହି କାର୍ଯ୍ୟ ପାଇଁ ସରକାର କେତେ ଅନୁଦାନ ପ୍ରଦାନ କରିଛନ୍ତି l କାର୍ଯ୍ୟରେ ନିୟୋଜିତ ହୋଇଥିବା କୁଶଳି ଶ୍ରମିକ ଏବଂ ଅଣ କୁଶଳି ଶ୍ରମିକ ମାନେ ଦୋୖନିକ କେତେ ପାରିଶ୍ରମିକ ପାଇବେ, କଣ କଣ କାମ ହେବ l କାମଟି କାହା ନାମରେ କାର୍ଯ୍ୟ ଦେଶ ରହିଛି l କାର୍ଯ୍ୟଟିକୁ କେଉଁ ଅଧିକାରୀ ତଦାରଖ କରିବେ ତାର ସଂପୂର୍ଣ୍ଣ ବିବରଣୀ ସୂଚନା ଫଳକରେ ଲିପିବଧ କରି  ସମସ୍ତଙ୍କୁ ଅବଗତ କରିବା ପାଇଁ କାର୍ଯ୍ୟ  ତଦାରଖ କରୁଥିବା ବିଭାଗୀୟ ଯନ୍ତ୍ରୀ କାର୍ଯ୍ୟସ୍ଥଳରେ ଉପସ୍ଥିତ ରହି କାମକୁ   ତଦାରଖ କରିବା କଥା କିନ୍ତୁ ବିଭାଗୀୟ ଯନ୍ତ୍ରୀ କାମ ସ୍ଥଳରେ ଅନୁପସ୍ଥିତ ରହୁଥିବା ଠିକାଦାର ତାର ଇଚ୍ଛା ମୁତାବକ ଭାଗମାପ ପକାଇ କାମଟିକୁ ଅତି ତରବରିଆ ଭାବରେ କଂକ୍ରିଟ ରାସ୍ତାକୁ  କରିଥିବାର ଆଭିଯୋଗ ହେଉଛି l କାମର ଏଣ୍ଟିମେଣ୍ଟ ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀ ସ୍ଥାନୀୟ ବାସିନ୍ଦାଙ୍କୁ କୌଣସି ସୂଚନା ପ୍ରଦାନ କରିନଥିବାରୁ ଏହି କାମରେ ବ୍ୟାପକ ଅନିୟମିତା ହେଇଛି ବୋଲି ସ୍ଥାନୀୟ ବାସିନ୍ଦା ଙ୍କ ଅଭିଯୋଗ ହେଉଛି l ଏହି  ଉନ୍ନୟନ କାର୍ଯ୍ୟକୁ ବିଭାଗୀୟ ଅଧିକାରୀ ମାନେ ଆସି କଂକ୍ରିଟ ରାସ୍ତା ନିର୍ମାଣ ହୋଇଥିବା ରାସ୍ତା କୁ ଠିକ୍ ଭାବେ ତଦାରଖ କରି କାର୍ଯ୍ୟ କରନ୍ତୁ l ବୋଲି  ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ନିମ୍ନମାନର କାମ ହୋଇଥିବା ଅଭିଯୋଗ ହେଉଛି l

 

Leave A Reply

Your email address will not be published.