ମେଲଛାମୁଣ୍ଡା(ମନୋଜ ଭୋଇ)-ବରଗଡ ଜିଲ୍ଳା ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ଟାଳସ୍ଥିତ ଜଟାଧାରୀ କ୍ଳବ ଏବଂ ଦିପ୍ତିପୁରସ୍ଥିତ ଜୟ ଜବାନ କ୍ଳବର ମିଳିତ ଆନୁକୁଲ୍ୟରେ କ୍ଳବର ସ୍ୱେଚ୍ଛାସେବୀ ଗଣ ଶୁକ୍ରବାର ସଂଧ୍ୟାରେ ମାଟିଆମହୁଲ ଗ୍ରାମକୁ ଆସି ପଚାଶରୁ ଉଦ୍ଧ୍ୱର୍ ଅସହାୟ ବୃଦ୍ଧ ବୃଦ୍ଧା, ମହିଳା ଏବଂ ଭିନ୍ନକ୍ଷମ ମାନଙ୍କୁ ଶୁଖିଲା ଖାଦ୍ୟ ବଂଟନ କରି ଅଂଚଳର ବୁଦ୍ଧିଜୀବି ମହଳରେ ପ୍ରଂଶସା ଶାଉଁଟିଛନ୍ତି । ଏହି ଅବସରରେ ଏହି ମହତ କାର୍ଯ୍ୟକୁ ସଂପାଦନ କରିବା ପାଇଁ ଆମନ୍ତ୍ରୀତ ଅତିଥି ଭାବେ ମେଲଛାମୁଣ୍ଡା ଭାରପ୍ରାପ୍ତ ଥାନାଧିକାରୀ ଏସଆଇ ସ୍ୱପ୍ନାରାଣୀ ଗୋଚ୍ଛାୟତ ଯୋଗଦେଇ ଗ୍ରାମବାସୀଙ୍କୁ ଭୟଙ୍କର କରୋନା ଭୁତାଣୁ ଠାରୁ ନିଜକୁ ଦୂରେଇ ରଖିବା ପାଇଁ ପରାମର୍ଶ ଦେବାସହ ସରକାରଙ୍କ ଲକଡାଉନ ଘୋଷଣାକୁ ପାଳନ କରିବା ପାଇଁ ଅନୁରୋଧ କରିଥିଲେ । ଗରିବ ଅସହାୟଙ୍କୁ ଶୁଖିଲା ଖାଦ୍ୟ ଅର୍ପଣ କରି ଆନନ୍ଦ ଅନୁଭବ କରିଥିବାର ଦେଖିବାକୁ ମିଳିଥିଲା । ଏହି ମହତ ଉଦ୍ଦେଶ୍ୟ ନେଇ ମାଟିଆମହୁଲକୁ ସ୍ୱେଚ୍ଛାସେବୀ ଗଣ ମନୋନୀତ କରିଥିବାରୁ ଗ୍ରାମର ସମାଜସେବୀ ଗୋର୍ବଦ୍ଧନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.