ଦେଶରେ ଗ୍ୟାସ ଯୋଗାଣ ଓ ଉଜ୍ଜଳା ହିତାଧିକାରୀଙ୍କୁ ମାଗଣାରେ ଗ୍ୟାସ ସିଲିଣ୍ଡର ଯୋଗାଇବା ଉପରେ ସମୀକ୍ଷା – ଧର୍ମେନ୍ଦ୍ର ପ୍ରଧାନ
ଦେଶରେ ନିରନ୍ତର ଏଲପିଜି ଯୋଗାଣ ବଜାୟ ରଖିବାରେ ଜିଲ୍ଲା ନୋଡାଲ ଅଧିକାରୀଙ୍କ ଭୂମିକା ମହତ୍ୱପୂର୍ଣ୍ଣ
ଦେଶରେ ପ୍ରତ୍ୟେକ ଦିନ ୬୦ ଲକ୍ଷରୁ ଅଧିକ ଗ୍ୟାସ ସିଲିଣ୍ଡର ଯୋଗାଣ କରାଯାଉଛି
ଏଲପିଜି ବିତରଣ ସଂସ୍ଥାରେ କାର୍ଯ୍ୟରତ କର୍ମଚାରୀଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ଗୁରୁତ୍ୱ
ଜିଲ୍ଲା ନୋଡାଲ ଅଧିକାରୀମାନେ ନିୟମିତ ଜିଲ୍ଲା ପ୍ରଶାସନ ସହ ସମନ୍ୱୟ ରକ୍ଷା କରିବାକୁ ପରାମର୍ଶ
ନୂଆଦିଲ୍ଲୀ/ଭୁବନେଶ୍ୱର, (ଶାସକ ପ୍ରଶାସକ) – ଦେଶରେ ଲକ୍ ଡାଉନ ସମୟରେ ଏଲପିଜି ସିଲିଣ୍ଡରର ପର୍ଯ୍ୟାପ୍ତ ଉପଲବ୍ଧତା, ଏଲପିଜି ଯୋଗାଣ ଓ ଉଜ୍ଜଳା ହିତାଧିକାରୀଙ୍କୁ ମାଗଣାରେ ୩ଟି ଗ୍ୟାସ ସିଲିଣ୍ଡର ଆଗାମୀ ତିନି ମାସ ମିଳିବା ପ୍ରସଙ୍ଗରେ ଶୁକ୍ରବାର ତୈଳ ବିପଣନ ସଂସ୍ଥା ଗୁଡିକର ୭୩୦ ଜଣ ଜିଲ୍ଲା ନୋଡାଲ ଅଫିସରଙ୍କ ସହ ଭିଡିଓ କନଫରେନ୍ସି ମାଧ୍ୟମରେ କଥା ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଏହି ଆଲୋଚନା ସମୟରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ସାଂପ୍ରତିକ ସମୟରେ କରୋନା ମୁକାବିଲା ପାଇଁ ଭାରତ ସରକାର ସମ୍ବେଦନଶୀଳତାର ସହ ଗରିବ ପରିବାର ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ଭାରତ ସରକାର ଏଭଳି ଆହ୍ୱାନମୂଳକ ସ୍ଥିତିରେ ଗରିବଙ୍କ ପାଇଁ ଖାଦ୍ୟ ଯୋଗାଣ ସହ ରନ୍ଧନ ଗ୍ୟାସର ଯୋଗାଣକୁ ମଧ୍ୟ ସୁନିଶ୍ଚିତ କରିଛନ୍ତି ।
ଲକ୍ ଡାଉନ ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜ ଘୋଷଣାରେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ଥିବା ଗରିବ ହିତାଧିକାରୀଙ୍କ ପାଇଁ ମାଗଣାରେ ତିନୋଟି ଲେଖାଏଁ ଗ୍ୟାସ ସିଲିଣ୍ଡର ଆଗାମୀ ୩ ମାସ ପର୍ଯ୍ୟନ୍ତ ପ୍ରଦାନ କରାଯିବା ନେଇ ନିଷ୍ପତି ହୋଇଛିା ସେହିପରି ହିତାଧିକାରୀମାନେ ରିଫିଲ ପାଇବାରେ ଅସୁବିଧାର ସମ୍ମୁଖୀନ ନୁହଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ଜଲ୍ଲା ନୋଡାଲ ଅଫିସରଙ୍କୁ ଶ୍ରୀ ପ୍ରଧାନ କହିଛନ୍ତିା
ଶ୍ରୀ ପ୍ରଧାନ କହିଛନ୍ତି ଯେ ଦେଶର ପ୍ରତ୍ୟେକ କୋଣ ଅନୁକୋଣରେ ଥିବା ସମସ୍ତ ପରିବାରକୁ ନିରନ୍ତର ଏଲପିଜି ଯୋଗାଣବଜାୟ ରଖିବାରେ ଜିଲ୍ଲା ନୋଡାଲ ଅଧିକାରୀଙ୍କ ଭୂମିକା ମହତ୍ୱପୂର୍ଣ୍ଣ । ଦେଶରେ ପ୍ରତ୍ୟେକ ଦିନ ୬୦ ଲକ୍ଷରୁ ଅଧିକ ଗ୍ୟାସସିଲିଣ୍ଡର ଯୋଗାଣ କରାଯାଉଛି ଯାହା ଜିଲ୍ଲା ନୋଡାଲ୍ ଅଧିକାରୀଙ୍କ ବିନା ସମ୍ଭବ ନୁହେଁ ବୋଲି କହିଛନ୍ତି ଶ୍ରୀ ପ୍ରଧାନ ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଜିଲ୍ଲା ନୋଡାଲ ଅଧିକାରୀମାନେ ନିୟମିତ ଜିଲ୍ଲା ପ୍ରଶାସନ ସହ ସମନ୍ୱୟ ରକ୍ଷା କରନ୍ତୁ । ଏହାସହ ସିଲିଣ୍ଡର ବିତରଣ ଭିତିଭୂମିର ପର୍ଯ୍ୟାପ୍ତତା ତଥା ବିତରଣ ଯାନ, ଡେଲିଭରି ବୟ, ସୁରକ୍ଷାମୂଳକ ଉପକରଣ, ସାନିଟାଇଜର ଏବଂ ପିଡିସି ଉପକରଣର ଧ୍ୟାନରେ ରଖିବାକୁ ସେ କହିଛନ୍ତି । ଏହାସହ ଏଲପିଜି ବିତରଣ ସଂସ୍ଥାର କର୍ମଚାରୀମାନଙ୍କ ସୁରକ୍ଷା ବ୍ୟବସ୍ଥା ଉପରେ ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ କରିଥିଲେ
ଦେଶରେ ଗ୍ୟାସ ଯୋଗାଣ ଓ ଉଜ୍ଜଳା ହିତାଧିକାରୀଙ୍କୁ ମାଗଣାରେ ଗ୍ୟାସ ସିଲିଣ୍ଡର ଯୋଗାଇବା ଉପରେ ସମୀକ୍ଷା – ଧର୍ମେନ୍ଦ୍ର ପ୍ରଧାନ