ଆହା …କି ସାମାଜିକ ଦୂରତା : ୟାକୁ ଦେଖିଲେ କରୋନା ନା ତା ବାପା ଆସିବ !!

0 2

 ବୁର୍ଲା ସହରରେ ମାନୁନାହିଁନ୍ତି ଲକ ଡାଉନର ନିୟମ 

ସମ୍ବଲପୁର-ଝାରସୁଗୁଡା ବ୍ୟୁରୋ  ଚିଫ୍ ରମାକାନ୍ତ ବିଶ୍ବାଳ:  ଏହା ହେଉଛି ବୁର୍ଲା ଷ୍ଟେଟ୍ ବ୍ୟାଙ୍କ୍ ର ଆଜିର ଦୃଶ୍ୟ। ମୁଖ୍ୟ ପ୍ରବେଶ ପଥରେ ଲମ୍ବା ଲାଇନ। ଏଠି ଲକ୍ ଡାଉନ୍ ନିୟମ କୁ ଅଣଦେଖା କରାଯାଉଛି। ପୋଲିସ, ସୁରକ୍ଷା କର୍ମୀ ଅଛନ୍ତି ହେଲେ ତାଗିଦ୍ କିମ୍ବା ସାମାଜିକ ଦୁରତ୍ଵ କଥା ଉପରେ ଗୁରୁତ୍ବ ଦୃଷ୍ଟି ଦିଆଯାଉନାହିଁ। ଯେଉଁମାନେ ସଚେତନ ସେମାନେ ଏତେବଡ଼ ଲାଇନ ଦେଖି ଫେରିଯାଉଥି ବା ଦେଖିବାକୁ ମିଳିଛି। ବୁର୍ଲା ସହରରେ ଲକ୍ ଡାଉନ୍ କୁ କଡାକଡି କରାଯାଇନଥିବାରୁ ଲୋକମାନେ ବେଧଡକ ବୁଲାବୁଲି କରୁଥିବା ଦେଖିବାକୁ ମିଳୁଛି। ଗୋପବନ୍ଧୁ ଛକ ରୁ ଲକ୍ଷ୍ମୀ ପୂଜା ଛକ ପର୍ଯ୍ୟନ୍ତ ଅସ୍ଥାୟୀ ପନିପରିବା ଦୋକାନ ରେ ସକାଳୁ ସକାଳୁ ଭିଡ଼ ପରିଲକ୍ଷିତ ହୁଏ। ଏହା କଲୋନୀ ଭିତରେ ହେବା ଯୋଗୁଁ ବର୍ତ୍ତମାନ ସମୟରେ ଲୋକଙ୍କ ଭିଡ଼ କଲୋନୀ ବାସିନ୍ଦା ଙ୍କୁ  ଅଧିକା ଭୟଭୀତ କରାଉଛି। ଯୁବକ ମାନେ ବିଶେଷ ଭାବରେ ସକାଳେ ଓ ସନ୍ଧ୍ୟାରେ ବାଇକ୍ ଧରି ବୁଲାବୁଲି କରୁଛନ୍ତି। ପୂର୍ବ ପରି ଏବେବି ଅନେଇ ତିକ ଭାବେ ଚଲେଇ ଆସୁଥିବା ମଦ ବେପାରୀ ସକ୍ରିୟ ଥିବା ଦେଖିବକୁ ମିଲୁଚନ୍ତି। ଜବରଦଖଲ ଭାରତୀ କ୍ଲବ ଡ୍ରାମା ପେଣ୍ଡାଲ ଗ୍ରୀନ ରୁମ୍ ଏବେବି ଗଞ୍ଜେଇ ଖିଆ ଅସାମାଜିକ ଯୁବକଙ୍କ ଭିଡ଼ ଲାଗିରହିଛି। ବୁର୍ଲା ଡ଼ାକ୍ତରଖାନା କୁ ଏବେବି ରୋଗୀ ଚିକିତ୍ସା ସକାଶେ ଆସୁଛନ୍ତି। ଫଳରେ ଏଠିକାର ସମସ୍ୟା ବଢିବାର ସମ୍ଭାବନା କୁ ଏଡାଇ ଦିଯାଇନପାରେ ବୋଲି ମତ ପ୍ରକାଶ ପାଇଛି। ରାଜ୍ୟର ଅନ୍ୟ ସ୍ଥାନ ମାନଙ୍କରେ ସରକାରଙ୍କ ଲକ୍ ଡାଉନ୍ ନିୟମ କୁ କଡାକଡି ମାନୁଥିବା ବେଳେ ବୁର୍ଲା ସହରରେ ନିୟମ ଅବମାନନା କରୁଥିବା ଦେଖି ବୁଦ୍ଧିଜୀବୀ ଚିନ୍ତା ରେ ରହିଛନ୍ତି। ଏଣୁ ଏଠି ସ୍ବତନ୍ତ୍ର ପୁଲିସ ମୁତୟନ କରି ଲୋକଙ୍କୁ ସାଇଜ଼  କଲା ପରେ ଲକ୍ ଡାଉନ୍ ଫଳପ୍ରଦ ହୋଇପାରିବ ବୋଲି ସଚେତନ ନାଗରିକ ଦାବି କରିଛନ୍ତି।

 

Leave A Reply

Your email address will not be published.