ପଦ୍ମପୁର ବିଜେପି  ଯୁବମୋର୍ଚା ପକ୍ଷରୁ ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡକୁ  ୨୦,୦୦୦ଟଙ୍କା  

0 2

ପଦ୍ମପୁର/ ଶାସକ ପ୍ରଶାସକ : ବର୍ତ୍ତମାନ ସାରା ବିଶ୍ବ ରେ ନିଜର କାୟା ବିସ୍ତାର କରି ମାନବ ସମାଜ କୁ ନିଜ ଆୟତରେ କରିଥିବା କରୋନା ଭୁତାଣୁ କୋବିଦ-୧୯ ସହ ଲଢ଼ିବା ପାଇଁ ସରକାର ପ୍ରତିଦିନ ବହୁ ଯୋଜନା କରୁଥିବା ବେଳେ କରୋନା ପ୍ରସାର ର ମୁଖ୍ୟ କାରଣ ଜନ ସମ୍ପର୍କ କୁ ଭାଙ୍ଗିବା ପାଇଁ ଦେଶ ରେ ୨୧ ଦିନ ର ଲକ ଡାଉନ ମଧ୍ୟ ଘୋଷଣା କରିଛନ୍ତି। ଏହା ଦ୍ୱାରା ଦେଶ ର ଜନସାଧାରଣ ତ ସୁରକ୍ଷିତ ହେଉଛନ୍ତି ହେଲେ ନୀତି ଖଟୁଥିବା ଏବଂ ପରିବାର ପୋଷଣ କରିଥିବା ତଥା ନିରାଶ୍ରୟ ମାନଙ୍କ ପାଇଁ ମଧ୍ୟ ସରକାର ଙ୍କ ତରଫରୁ ଖାଦ୍ୟ ତଥା ଆଶ୍ରୟ ର ବ୍ୟବସ୍ଥା କରାଯାଇଛି। ଏହା ସହ କରୋନା ସହିତ ଲଢ଼ିବା ପାଇଁ ଦେଶ ର ବିଭିନ୍ନ ସ୍ଥାନ ରେ କ୍ୱାରେଣ୍ଟଇନ ୱାର୍ଡ ମଧ୍ୟ ପ୍ରସ୍ତୁତ କରାଯାଇଛି। ଏଣୁ ଦେଶ ର ପ୍ରକୃତ ନାଗରିକ ହିସାବରେ ଦେଶ ର ହିତରେ ପଦ୍ମପୁର ଭାରତୀୟ ଜନତା ଯୁବମୋର୍ଚା ର ସଦସ୍ୟ ମାନଙ୍କ ଦ୍ଵାରା ଯଥା ଶକ୍ତି ଅର୍ଥ ସଂଗ୍ରହ କରି ମୋଟ ୨୦,୦୦୦/- ଟଙ୍କା ର ସହାୟତା ରାଶୀ ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡ ପାଇଁ ପଦ୍ମପୁର ପୂର୍ବତନ ବିଧାୟକ ତଥା ବିଜେପି ନେତା ଶ୍ରୀ ପ୍ରଦୀପ ପୁରୋହିତ ଙ୍କ ଦ୍ୱାରା ପ୍ରଦାନ କରିଛନ୍ତି। ଏହି ସମୟରେ ବରଗଡ଼ ଜିଲ୍ଲା ଯୁବମୋର୍ଚା ସଭାପତି ପ୍ରିତେଶ କୁମାର ବହିଦାର, ବରିଷ୍ଠ ନେତା ନଗର ବିଜେପି ସାଧାରଣ ସମ୍ପାଦକ ଅଶୋକ କୁମାର ମିଶ୍ର, ବରିଷ୍ଠ ନେତା ନଗର ବିଜେପି ସାଧାରଣ ସମ୍ପାଦକ ହରି ସିଂହ,ଯୁବମୋର୍ଚାର ପଦ୍ମପୁର ନଗର ସଭାପତି ପ୍ରମୋଦ ମେହେର,ଯୁବ ନେତା ଇଂଜିନିୟର କୁନାଲ ପାଣିଗ୍ରାହୀ, ନରେଶ ସୁନ୍ଦର ସାହୁ, ହିତେଶ ଅଗ୍ରୱାଲ, ନବ କିଶୋର ମେହେର, ରାଜୀବ ବଗର୍ତ୍ତି, ଦିନେଶ ବାରିକ,ସୁରେଶ ସାହୁ ପ୍ରମୁଖ ଉପସ୍ଥିତ ରହିବା ସହ ସହାୟତା ର ଏହି ଛୋଟ ପ୍ରୟାସଟି ଆରମ୍ଭ ମାତ୍ର ଏବଂ ଆଗକୁ ମଧ୍ୟ ଯୁବମୋର୍ଚା ତରଫରୁ  ପ୍ରଧାନମନ୍ତ୍ରୀଙ୍କୁ ସମର୍ଥନ ସହ ସହାୟତାର ହାତ ଜଡିତ ରହିବ ବୋଲି କହିଛନ୍ତି।

 

Leave A Reply

Your email address will not be published.