ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର) : ସ୍ୱର୍ଣ୍ଣକଳସ କ୍ଷେତ୍ର ଭାବେ ସୁପରିଚିତ ଶ୍ରୀରଘୁନାଥ ଜିଉ ମନ୍ଦିର ପ୍ରଶାସନ, ପୂଜକ ପରିଷଦ ଓ ପାଳିଆ ପଣ୍ଡାଙ୍କ ମିଳିତ ସହଯୋଗରେ ପ୍ରଭୁ ଶ୍ରୀରାମଙ୍କର ଜନ୍ମ ବିଧାନ ନିତୀ ସମ୍ପର୍ଣ୍ଣ ହୋଇଯାଇଛି । ଓଡ଼ଗାଁ ଶ୍ରୀ ଜିଉଙ୍କ ମନ୍ଦିର ପ୍ରାଙ୍ଗଣ ଜହ୍ନ ନଥାଇ ଆକାଶ, ବିଦ୍ୟର୍ଥୀ ନଥାଇ ବିଦ୍ୟାଳୟ, ଦିଅଁ ନଥାଇ ମନ୍ଦିର ସର୍ବୋପରୀ ଭକ୍ତ ନଥାଇ ଭଗବାନଙ୍କ ପରି ମନେହେଉଥିଲା । ମନ୍ଦିର ପ୍ରତିଷ୍ଠା ହେବା ଠାରୁ ଶହଶହବର୍ଷ ମଧ୍ୟରେ ଏପରି ପରିସ୍ଥିତି କେବେ ଉପୁଜି ନଥିଲା । ମହାମାରୀ କରୋନା ଭୁତାଣୁ ଯୋଗୁଁ ପ୍ରଭୁଙ୍କ ଜନ୍ମ ଦିନର ଆନନ୍ଦ ଉତ୍ସବ ମୁଖରୀତ ଆଧ୍ୟାତ୍ମିକ ପରିବେଶ ଶୂନଶାନ ହୋଇ ପଡିଥିଲା । ବର୍ତ୍ତମାନର ତିରୋଟ କାଳରେ ସରକାରଙ୍କ ସମସ୍ତ ଶ୍ରୁଙ୍ଖଳାକୁ ମାନି ଭକ୍ତ ଦୁରରେ ଥାଇ ତାର ଅକୁଣ୍ଠ ବିଶ୍ୱାସର ପରୀକ୍ଷା ଦେଉଛି । ଅପେକ୍ଷା କରିଛି, କେବେ ହଟିବ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ପାଚେରୀ ଭାବେ ଠିଆ ହୋଇଥିବା ଏହି କରୋନା ଜନିତ ଲକଡାଉନ । ତେବେ ଏସବୁ ବ୍ୟତିକ୍ରମ ମଧ୍ୟରେ ବେଦଜ୍ଞ ବ୍ରାହ୍ମଣଙ୍କ ଦ୍ୱାରା ଜନ୍ମ ବିଧାନ ବେଳେ ଅଟା ଏବଂ ପଂଚାମୃତ ସମିଶ୍ରଣରେ ପ୍ରସ୍ତୁତ ହୋଇ ପାଟ୍ଟବସ୍ତ୍ରରେ ଆଛାଦିଦ ହୋଇଥିବା ନାଭିକୁ ରୁପାର ଛୁରୀରେ କଟାଯାଇ ବିଜେ ପ୍ରତିମାଙ୍କ ସୁର୍ଯ୍ୟ ଦର୍ଶନ, ମହାସ୍ନାନ, ଷଷ୍ଠୀ ଦେବୀ ପୂଜା ଓ ଦୋଳିରେ ବସାଇ ବନ୍ଦାପନା ପରେ ରତ୍ନବେଦୀକୁ ବିଜେ କରାଯାଇ ଅନ୍ନଧୁପ ଓ ଆଳତି ପରେ ପହୁଡ଼ ପଡିଥିଲା । ନିଃସନ୍ତାନ ମହିଳା ମାନେ ନାଭିଛେଦନ ପ୍ରସାଦ ପାଇ ମାତୃତ୍ୱ ଲାଭ କାରିବାର ବିଶ୍ୱାସ ରହିଥିବା ବେଳେ ଆଜି ସେଥିପାଇଁ କୈାଣସି ଭିଡ଼ ଦେଖିବାକୁ ମିଳିନଥିଲା । ସନ୍ଧ୍ୟାରେ ଟେରାଦୁପ ଓ ଆଳତି ପରେ ଗୁରୁବାର ପଡିଥିବାରୁ ପ୍ରଭୁଙ୍କର ସାଧାରଣ ବେଶ ଅନୁଷ୍ଠିତ ହୋଇଥିଲା । ପ୍ରଭୁଙ୍କର ସମସ୍ତ ନିତୀକାନ୍ତୀ ପାଳିଆପଣ୍ଡା ପଦ୍ୟୁମ୍ନ ଦାଶ, ସୁପରଭାଇଜର ଜିତେନ୍ଦ୍ର ମିଶ୍ର ଓ ପୁଜକ ପରିଷଦଙ୍କ ସହଯୋଗରେ ସୁଚାରୁରୁପେ ସୁଚାରୁ ରୁପେ ସମାପନ ହୋଇଥିଲା । କରୋନା ଭୁତାଣୁ ସଂକ୍ରମଣରୁ ଦୁରେଇ ରହିବା ପାଇଁ ପ୍ରଶାସନ ତରଫରୁ ଡାକବାଜି ମାଧ୍ୟମରେ ପ୍ରଚାର କରାଯାଇ ସନ୍ଧ୍ୟା ବେଶ ଦର୍ଶନ ସାଧାରଣଙ୍କ ପାଇଁ ବାରଣ କରାଯାଇଥିଲା |
Sign in
Sign in
Recover your password.
A password will be e-mailed to you.