ପୌରପରିଷଦ ଦେଉଛି ଭେଜ ବିରିୟାନୀ, ହେଲେ କୁକୁରଙ୍କୁ ରୁଚୁନି  

0

ଏତେ ଗୁଣାତ୍ମକ ଖାଦ୍ୟ ଯେ ଅଇଁଠା ପତ୍ର ଚାଟିଦେଉଥିବା ଭୋକିଲା ବୁଲା ପଶୁଖାଉ ନାହାନ୍ତି

ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ପୌରପରିଷଦ ପକ୍ଷରୁ ଆଜି ଏକ ଗାଡ଼ି ବାହାରି ସହରର ବିଭିନ୍ନ ସ୍ଥାନରେ ବୁଲା ପଶୁମାନଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରିଥିଲା । ତେବେ ପୌରପରିଷଦର ଉକ୍ତ ରନ୍ଧା ଖାଦ୍ୟକୁ କୁକୁରମାନେ ଶୁଙ୍ଘି ମୁହଁ ଫେରାଇ  ଚାଲିଯାଉଥିଲେ । ଗାଡ଼ିରେ ଖାଦ୍ୟ ବଣ୍ଟନ କରୁଥିବା କର୍ମଚାରୀମାନଙ୍କ କହିବା ଅନୁସାରେ ସହରରେ ବୁଲା ପଶୁମାନଙ୍କୁ  ଭେଜ ବିରିଆନୀ ରନ୍ଧା ଖାଦ୍ୟ ଦିଆଯାଉଥିବା ବେଳେ କୁକୁରମାନେ କାହିଁକି ଖାଉନାହାନ୍ତି ଜାଣିପାରୁ ନାହାନ୍ତି ବୋଲି କହିଥିଲେ । ଆଶ୍ଚର୍ଯ୍ୟ   ଲାଗୁଛି ଏତେ ଗୁଣାତ୍ମକ ଖାଦ୍ୟ ଯେ ଅଇଁଠା ପତ୍ର ଚାଟିଦେଉଥିବା ଭୋକିଲା ବୁଲା ପଶୁଖାଉ ନାହାନ୍ତି !ପୌର ନିର୍ବାହୀ ଅଧିକାରୀ ସରୋଜ କୁମାର ଦାଶ କରୋନା ସମ୍ପର୍କୀତ କୌଣସି ସୂଚନା ଦେଇ ପାରିବେ ନାହିଁ ବୋଲି ରୋକଠୋକ  ଭାବେ ମନା କରିଦେଇଥିଲେ । 

Leave A Reply

Your email address will not be published.