କରୋନା ମୁକାବିଲା : ପିଏମ କେୟାର ଫଣ୍ଡକୁ ଛାତ୍ର ଦେଲେ ବର୍ଷକର ବୃତ୍ତି ଟଙ୍କା

0

ପଦ୍ମପୁର/ ଶାସକ ପ୍ରଶାସକ : ବିଶ୍ବ ମହାମାରୀ କୋରୋନା ଭୁତାଣୁ ର ସଂକ୍ରମଣର ପ୍ରଭାବ ଏବଂ ମୃତ୍ୟୁ ମୁଖ କୁ ଟାଣି ନେଉଥିବା ର ଦୃଶ୍ଯ ବିଶ୍ବବାସୀଙ୍କ ମନରେ ଆତଙ୍କ ସୃଷ୍ଟି କରିଛି। ଏହି ଅବସରରେ ମାନ୍ୟବର ଭାରତ ପ୍ରଧାନମନ୍ତ୍ରୀ ଏବଂ ମାନ୍ୟବର ଓଡିଶା ମୁଖ୍ଯମନ୍ତ୍ରୀଙ୍କ ମହତ୍ ଉପଦେଶ ଘରେ ରୁହନ୍ତୁ କୋରୋନା ଦୂରାନ୍ତୁ ଏବଂ ସାମାଜିକ ଦୂରତା ବଜାୟ ରଖନ୍ତୁ ମାନବ ସମାଜ ପାଇଁ ଏକ ମହୌଷଧି । ଏହାର ମୁକାବିଲା ପାଇଁ ଦେଶ ଏବଂ ରାଜ୍ୟ ରାଜକୋଷ ରୁ ଅର୍ଥ ବିନିଯୋଗ କରା ଯାଉ ଅଛି।  ଏବଂ ଅର୍ଥ ସଂଗ୍ରହ ର ଆବଶ୍ୟକତା ରହିଛି।  ଏହାକୁ ଲକ୍ଷ୍ୟ କରି ଜଣେ ମେଧାବୀ ଛାତ୍ର କି ଏହି ବର୍ଷ ସୈନିକ ସ୍କୁଲ ସମ୍ବଲପୁର ରେ ନାମ ଲେଖାଇବା ପାଇଁ କୃତିତ୍ବ ହାସଲ କରିଛନ୍ତି ସିଏ ଚନ୍ଦ୍ର ଗୁପ୍ତ ଆର୍ଯ୍ଯ କୁମାର ସାହୁ ପିତା ନିତ୍ଯାନନ୍ଦ ସାହୁ ମାତା ଅନୁପମା ସାହୁ ଗ୍ରାମ ବରିହାପାଲି ଥାନା ପଦ୍ମପୁର ଜିଲ୍ଲା ବରଗଡ଼ ନିଜେ ପାଇଥିବା ତୃତୀୟ ଶ୍ରେଣୀ ର ମେଧାବୃତ୍ତର ସମସ୍ତ ଟଙ୍କା ୨୪୦୦୵ ଦୁଇ ହଜାର ଚାରି ଶହ ଟଙ୍କା ପ୍ରଧାନମନ୍ତ୍ରୀ କେୟାର କୋରୋନା ମୁକାବିଲା ପାଣ୍ଠି କୁ ଦାନ କରିଛନ୍ତି। ପୁତ୍ର ର ଏପରି ମନୋଭାବ କୁ ଦେଖି ପିତା ନିତ୍ଯାନନ୍ଦ ସାହୁ (ସହକାରୀ ଶିକ୍ଷକ) ମଧ୍ୟ ମୁଖ୍ଯମନ୍ତ୍ରୀ ରିଲିଫ ସମସ୍ତ ଓଡିଶା ସରକାର ଙ୍କୁ ଟ ୨୦୦୦୵ ଦୁଇ ହଜାର ଟଙ୍କା ଦାନ  କରିଛନ୍ତି।

Leave A Reply

Your email address will not be published.