ଯାଜପୁରରୋଡରୁ ବିଶ୍ୱଜିତ ମାଝି : ୮ମ ରାଜ୍ୟ ସ୍ତରୀୟ ଲୋକକଳା ମହୋତ୍ସବରେ ଯାଜପୁର ଜିଲ୍ଲାର ଲୋକକଳାର କଳାକାର ଓ ସଂଘ ଉଲ୍ଲେଖନୀୟ ସଫଳତା ହାସଲ କରିଚ୍ଥି । ଧର୍ମଶାଳା ବ୍ଲକ କଳା ସଂସ୍କୃତି ସଂଘ ସହ ଜଣେ ଶ୍ରେଷ୍ଠ କଳାକାର ସମ୍ମାନ ହାସଲ କରିଚ୍ଥି ଯାଜପୁର ଜିଲ୍ଲା । ଶ୍ରେଷ୍ଠ ବ୍ଲକ ଭାବେ ଧର୍ମଶାଳାବ୍ଲକ କଳା ସଂଘର ଉପସଭାପତି ତଥା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅମ୍ୱିକା ପ୍ରସାଦ ଦାଶ, ଶ୍ରେଷ୍ଠ ବ୍ୟକ୍ତିଗତ ଲୋକ କଳାକାର ଭାବେ ବରୀ ବ୍ଲକ କଳା ସଂଘର ଉପସଭାପତି ଗୁନ ଚରଣ ନାୟକଙ୍କୁ ଜିଲ୍ଲାପାଳ ରଂଜନ କୁମାର ଦାସ ପୁଷ୍ପଗୁଚ୍ଚ୍ଥ ଦେଇ ସମ୍ୱର୍ଦ୍ଧିତ କରିଥିଲେ । ସେହିପରି ଜିଲ୍ଲା ସ୍ତରରୁ ପ୍ରଥମ ହୋଇ ରାଜ୍ୟ ସ୍ତରରେ ଲୋକକଳା ପ୍ରଦର୍ଶନ କରିଥିବା ରସୁଲପୁର ବ୍ଲକ ନଗୁଆଁ ଗାଁର ଜଗନ୍ନାଥ ଲଉଡି ପରିଷଦର ନୃତ୍ୟ ଦଳର ଗୁରୁ ଓ ଅନ୍ୟାନ୍ୟ କଳାକାର ମାନଙ୍କୁ ମଧ୍ୟ ଆବାସିକ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳ ଶ୍ରୀ ଦାସ ସମ୍ୱର୍ଦ୍ଧିତ କରିଥିଲେ । ପାରମ୍ପରିକ ଲୋକ କଳା, ଲୋକ ସଂଗୀତ ଓ ଲୋକ ନୃତ୍ୟର ପ୍ରଚାର ପ୍ରସାର ପାଇଁ ସରକାର ଏଭଳି ଉଦ୍ୟମ କରିଥିବାରୁ ତାହା କଳାକାର ମାନଙ୍କୁ ପ୍ରତିଭା ପ୍ରଦର୍ଶନ ସୁଯୋଗର ସୁବିଧା ଦେଇଚ୍ଥନ୍ତି । ସେହିପରି କଳାକାର ମାନେ ପାରମ୍ପରିକ କଳାର ପ୍ରଚାର, ପ୍ରସାର କ୍ଷେତ୍ରରେ ଯତ୍ନବାନ ହେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଯାଜପୁର ଜିଲ୍ଲା କଳା, ସାହିତ୍ୟ ଓ ସଂସ୍କୃତିର ଜିଲ୍ଲା । ତେଣୁ ସେହି ମହାନ କଳା ଓ ବିକାଶ କାର୍ଯ୍ୟକ୍ରମରେ ସହଯୋଗ ଜାରି ରଖିବାକୁ ଶ୍ରୀ ଦାସ ଆହ୍ୱାନ ଦେଇଥିଲେ । ଏହି ସମ୍ୱର୍ଦ୍ଧନା ସମୟରେ ଜିଲ୍ଲା ସଂସ୍କୃତି ଅଧିକାରୀ ସନ୍ତୋଷ କୁମାର ସେଠୀ, ଜିଲ୍ଲା କଳା ସଂସ୍କୃତି ସଂଘ ଉପସଭାପତି ଅନିରୁଦ୍ଧ ପରିଡା, ରସୁଲପୁର ବ୍ଲକ କଳା ସଂସ୍କୃତି ସଂଘର ଉପସଭାପତି ମୋହନ ଚରଣ ମଲ୍ଳିକଙ୍କ ସମେତ ଅନ୍ୟାନ୍ୟ କଳାକାର ମାନେ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.