ଜିଲ୍ଲାରେ ରୁବେଲା ଓ ମିଳିମିଳା ଟୀକାକରଣ ଶତକଡା ୯୯.୪୩ ଭାଗ, ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟ ପଲସ୍ ପୋଲିଓ ଟୀକାକରଣ ଚଳିତ ମାସ ୧୫ରୁ

0

ଯାଜପୁର(ବିଶ୍ୱଜିତ ମାଝି):   ଜିଲ୍ଲା୍ରେ ରୁବେଲା ଓ ମିଳିମିଳା ଟୀକାକରଣରେ ଶତକଡା ୯୯.୪୩ ଭାଗ ସଫଳତା ମିଳିଛି । ମୋଟ ୪୮୩୩୯୯ଜଣ ଶିଶୁଙ୍କୁ ଟୀକାକରଣର ଲକ୍ଷ୍ୟଧାର୍ଯ୍ୟ ଥିବାବେଳେ ୪୮୦୬୫୪ଜଣଙ୍କୁ ଟୀକାକରଣ କରାଯାଇଥିଲା ।   ମଙ୍ଗଳବାର ଅପରାହ୍ନରେ ଜିଲ୍ଲାପାଳଙ୍କ ଆବାସିକ କାର୍ଯାଳୟଠାରେ ରୁବେଲା ଓ ମିଳିମିଳା ସମ୍ପର୍କରେ ଏକ ସମିକ୍ଷା ବୈଠକ ଅନୁଷ୍ଠିତ  ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ରଂଜନ କୁମାର ଦାସ ଏହି ସଫଳତା ପାଇଁ ଦାୟିତ୍ୱରେ ଥିବା ଅଧିକାରୀ, କର୍ମଚାରୀ, ସହଯୋଗୀ ଓ ଜନସାଧାରଣଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି ସଫଳତା ସମ୍ମିଳିତ ଉଦ୍ୟମରେ ଫଳ ବୋଲି ମତବ୍ୟକ୍ତ କରି ଭବିଷ୍ୟତରେ ଏହିଭଳି ସହଯୋଗ ପ୍ରତ୍ୟେକ ସ୍ତରରେ ଆବଶ୍ୟକ ବୋଲି ଆଶାବ୍ୟକ୍ତ କରିଥିଲେ । ଗତ ଜାନୁୟାରୀ ୨୯ ତାରିଖଠାରୁ ଆରମ୍ଭ ହୋଇଥିବା ଏହି ଟୀକାକରଣ ଚଳିତ ମାସ ୬ ତାରିଖରେ ଶେଷ ହୋଇଥିଲା । ରାଜ୍ୟରେ ଟୀକାକରଣ କ୍ଷେତ୍ରରେ ଜିଲ୍ଲାକୁ ପଂଚମ ସ୍ଥାନ ମିଳିଛି । ଟୀକାକରଣରେ ବଡଚଣା ଗୋଷ୍ଠୀ  ସ୍ୱାସ୍ଥ୍ୟକେନ୍ଦ୍ରରେ ସର୍ବାଧିକ ୧୦୩.୭୮ଭାଗ ସଫଳତା ମିଳିଥିବାବେଳେ ମଧୁବନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସର୍ବନିମ୍ନ ୯୫.୪୬ଭାଗ ସଫଳତା ମିଳିଛି । ମାର୍କଣ୍ଡପୁର ୧୦୧.୭୪, ଧର୍ମଶାଳା ୧୦୧.୦୭, ବିଂଝାରପୁର ୧୦୦.୬୯, ବରୀ ୧୦୦.୨୨, ସୁକିନ୍ଦା ୯୯.୬୧, ଯାଜପୁର ଟାଉନ ୯୮.୪୬, କୋରେଇ ୯୭.୬୮, ମଙ୍ଗଳପୁର ୯୭.୫୪, ଦାନଗଦୀ ୯୭.୩୫ ଓ ଯାଜପୁର ରୋଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୯୭.୧୫ ଭାଗ ଟୀକାକରଣ ହୋଇଛି ।

 ଜିଲ୍ଲା୍ରେ ଚଳିତ ବର୍ଷର ପ୍ରଥମ ପଲସ୍ ପୋଲିଓ ଟୀକାକରଣ ଚଳିତ ମାସ ୧୫ତାରିଖଠାରୁ ୧୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ  ହେବ । ଏ ସଂପର୍କରେ ଏକ ପ୍ରସ୍ତୁତ ବୈଠକ ଜିଲ୍ଲାପାଳ ରଂଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଅପରାହ୍ନରେ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟଠାରେ ଅନୁଷ୍ଠିତ  ହୋଇଥିଲା । ଅନ୍ୟ ଟୀକାକରଣ ଭଳି ପୋଲିଓ ଟୀକାକରଣକୁ ସଫଳତାର ସହ ସଂପର୍ଣ୍ଣ କରିବାକୁ ଜିଲ୍ଲାପାଳ ଆହ୍ୱାନ ଦେଇଥିଲେ । ଜିଲ୍ଲାର ମୋଟ ୧୮୯୮୩୨ ଜଣ ଶିଶୁଙ୍କୁ ଟୀକାକରଣର ଲକ୍ଷ୍ୟ ରଖାଯାଇଅଛି । ଏଥିପାଇଁ ୧୨ଟି ରିପୋର୍ଟିଂ ୟୁନିଟ୍ କରାଯାଇଥିବାବେଳେ ୮୨୬ଟି ପୋଲିଓ ବୁଥ୍ କରାଯିବାର ଲକ୍ଷ୍ୟ ରଖାଯାଇଛି । ୩୩୭୪ଜଣଙ୍କୁ ଦାୟୀତ୍ୱ ଦିଆଯାଇଥିବାବେଳେ ୧୮୯ଜଣ ସୁପରଭାଇଜରଙ୍କୁ ଦାୟିତ୍ୱ ଦିଆଯାଇଛି, ୨୫ଟି ଟ୍ରାଜିଣ୍ଟ ପଏଣ୍ଟ କରାଯିବା ସହ ୧୧ଗୋଟି ମୋବାଇଲ୍ ଟିମ୍ ଗଠନ କରାଯାଇଛି ।

 ଏହି ସମୀକ୍ଷା ବୈଠକରେ ଉପ-ଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଫଣିନ୍ଦ୍ର ପାଣିଗ୍ରାହୀ, ଏ.ଡି.ଏମ୍.ଓ. ଡା. ରୁଦ୍ର ପ୍ରତାପ କର, ଡା. କାହ୍ନୁଚରଣ ନାୟକ, ଜିଲ୍ଲା ଲୋକସଂପର୍କ ଅଧିକାରୀ, ୟୁନିସେଫ୍ ପ୍ରତିନିଧି  ଡା. ଦୀପକ କର, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଅମିତା ମିଶ୍ର, ପୂର୍ବତନ ସି.ଡି.ଏମ୍.ଓ. ଡା. କ୍ଷୀରୋଦ ଚନ୍ଦ୍ର ମହାନ୍ତି, ଡି.ପି.ଏମ୍. ଚିନ୍ମୟ ବରାଳ, ସୁଭ୍ରଜିତ୍ ପୃଷ୍ଟି ପ୍ରମୁଖ ଯୋଗ ଦେଇଥିଲେ । 

Leave A Reply

Your email address will not be published.