କରୋନାର  ଭୟାବହତା ଆଖି ଆଗରେ ରଖି ରେଙ୍ଗାଲି ସହରରେ ସାନିଟାଇଜେସନ 

0 2

ସମ୍ବଲପୁର-ଝାରସୁଗୁଡା ବ୍ୟୁରୋ  ଚିଫ୍  ରମାକାନ୍ତ ବିଶ୍ବାଳ: -କରୋନାର ଭୟାବହତାକୁ ଆଖି ଆଗରେ ରଖି ଆଜି ସ୍ଥାନୀୟ ତହସିଲଦାର ସୁନୀଲ କୁମାର ମେହେରଙ୍କ ତତ୍ବାବଧାନରେ ରେଙ୍ଗାଲି ନୂଆଁ ଆରଆଇ ଅଫିସ ଠାରୁ 10 ନମ୍ବର  ରାଜ ପଥ ଉଭୟ ପାର୍ଶ୍ବ ରେ ସାନିଟାଇଜେସନ କରାଯାଇଛି। ରେଙ୍ଗାଲି ସହରରେ ଥିବା ସଂଖ୍ୟାଧିକ ଶିଳ୍ପାନୁଷ୍ଠାନ ରେ ପ୍ରତେକ ଦିନ ବହିରାଗତଙ୍କ ଆଗମନ ସହ ଅନ୍ୟାନ୍ୟ ଯାତ୍ରିଙ୍କ ସମାଗମ ହେତୁ ଏହାର ପ୍ରତିକାର ସହ ସାନିଟାଇଜେସନ  ବ୍ୟବସ୍ଥା  ଅତି ଜରୁରୀ ଅଟେ। ସ୍ଥାନୀୟ ଲପଙ୍ଗା ଠାରେ ଥିବା ଆଦିତ୍ୟ ଆଲୁମିନିୟମ କମ୍ପାନୀର ସହାୟକତାରେ ଏହି ସାନିଟାଇଜେସନ ବ୍ୟବସ୍ଥା କରାଯାଇଥିବା ତହସିଲଦାର ପ୍ରକାର କରିଛନ୍ତି। ଲକଡାଉନ ଥିବା ପର୍ଯ୍ୟନ୍ତ ଏହି ସାନିଟାଇଜେସନ ପ୍ରତେକ ଦିନ କରାଯିବ। ଏହି କାର୍ଯ୍ୟକ୍ରମରେ ରେଙ୍ଗାଲି ଥାନା ଅଧିକାରୀ ସୁରେଶ କୁମାର ସାହୁ, ରେଙ୍ଗାଲି ଥାନା ସମସ୍ତ କର୍ମଚାରୀଙ୍କ ସହ ରେଙ୍ଗାଲି ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମକୁ ରେଙ୍ଗାଲିର ସବୁ ବର୍ଗର ଲୋକେମାନେ ସ୍ବାଗତ କରିଛନ୍ତି। 

Leave A Reply

Your email address will not be published.