ଡାକ୍ତରଖାନା କର୍ମଚାରୀଙ୍କୁ ପରିଚୟ ଦେବା ପରେ ବି  ନିର୍ଘାତିଆ ପିଟିଲା ପୋଲିସ 

0 2

 ଘୁ.ଉଦୟଗିରି (ଗଗନ କୁମାର ପ୍ରଧାନ): କରୋନାକୁ ନେଇ ଚାରିଆଡ଼େ ଲକ ଡାଉନ ହୋଇଥିବା ବେଳେ କନ୍ଧମାଳ ଜ଼ିଲ୍ଲାର ରାଇକିଆ ଠାରେ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରର ଜଣେ  କାର୍ଯ୍ୟରତ କର୍ମଚାରୀଙ୍କୁ  ପୁଲିସର ଲାଠି ମାଡ଼ର ଅଭିଯୋଗ  I ଏହି ନିର୍ଘାତିଆ ଲାଠି ମାଡ଼ରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର କାର୍ଯ୍ୟରତ କର୍ମଚାରୀ ଜଣକ ଆହତ ହୋଇ ଥିବା ଅଭିଯୋଗ ହୋଇଛି । ଯାହାରି ଫଳରେ ସ୍ୱାସ୍ଥ୍ୟ ସେବା ବାଧାପ୍ରାପ୍ତ ହେବା ସହ ପୁଲିସ ଏଭଳି କାର୍ଯ୍ୟକୁ  କନ୍ଧମାଳ ଜିଲ୍ଲାର ଜନସାଧାରଣ ଘୋର ନିନ୍ଦା କରିଛନ୍ତି। 

ପ୍ରାପ୍ତ ସୂଚନା ଅନୁସାରେ  ଆଜି ସକାଳ ୮.୩୦ ସମୟରେ ରାଇକିଆ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ କର୍ମଚାରୀ ଅଭିଜିତ ପ୍ରଧାନ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସୁ ଥିଲେ I ଏହି ସମୟରେ ଚୂନପଲି ଛକ ଠାରେ ରାଇକିଆ ପୁଲିସ ତାଙ୍କୁ ଅଟକାଇ ପରିଚୟ ଦେଖେଇବା କହିଥିଲା ଏବଂ ନିର୍ଘାତିଆ ଲାଠି ପ୍ରହାର କରିଥିଲା I ଜୀବନ ବିକଳରେ କର୍ମଚାରୀ ଜଣକ ଦୌଡ଼ି ଆସି ଗୋଷ୍ଠି ଚିକିତ୍ସା ଅଧିକାରୀ ଡ଼ ଦୁର୍ଗା ଚରଣ ବିଶ୍ୱାଳଙ୍କୁ ଜଣାଇ ଥିଲେ I ତାପରେ ଚିକିତ୍ସା ଅଧିକାରୀ ଏନେଇ ବିଡ଼ିଓ ଓ ତହସିଲଦାରଙ୍କୁ ଅଭିଯୋଗ କରିଥିଲେ। ଏହା ସହ ରାଇକିଆ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ ଡାକ୍ତର ଓ କର୍ମଚାରୀ ମାନେ ନିଜ ନିଜ କାର୍ଯ୍ୟ ବନ୍ଦ କରିଥିଲେ I  ଖବର ପାଇ ରାଇକିଆ ବିଡ଼ିଓ, ତହସିଲଦାର ଓ ଥାନା ଅଧିକାରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଥିଲେ I ସ୍ୱାସ୍ଥ୍ୟ କେନ୍ଦ୍ରର କର୍ମଚାରୀଙ୍କୁ ବୁଝାସୁଝା କରିବା ସହ ଏଭଳି ଭୁଲ ଆଗାମୀ ଦିନରେ ହେବ ନାହିଁ ବୋଲି ଥାନା ଅଧିକାରୀ ପ୍ରତିଶୃତି ଦେବା ପରେ ଉତେଜନା ଥମି ଥିଲା

Leave A Reply

Your email address will not be published.