ବୁଗୁଡା /ଡ଼ଃ କୁମୁଦ ଚନ୍ଦ୍ର ବେହେରା: ବୁଗୁଡା ବ୍ଲକର ୨୧ ଟି ପଞ୍ଚାୟତ ମଧ୍ୟରୁ ୧୧ ଟି ପଞ୍ଚାୟତରେ ସୋମବାର ଦିନ ରନ୍ଧା ଖାଦ୍ୟ ଯୋଗାଣ ହୋଇଥିବା ବୁଗୁଡା ବିଡ଼ିଓ ତନ୍ମୟ ପାତ୍ର ପ୍ରକାଶ କରିଥବା ବେଳେ ବୁଗୁଡା ଏନଏସିରେ ଆଜି ମାତ୍ର ୧୫ ଜଣ ରନ୍ଧା ଖାଦ୍ୟ ଖାଇଥିବା କାର୍ଯ୍ୟ ନିର୍ବାହୀ ଅଧିକାରୀ ରଶ୍ମିରଞ୍ଜନ ଦାଶ ପ୍ରକାଶ କରିଛନ୍ତି। ଲକ୍ ଡାଉନ ଉଠିବା ପର୍ଯ୍ୟନ୍ତ ଗରିବ, ଶ୍ରମିକ ଓ ନିଃସହାୟ ବ୍ୟକ୍ତିଙ୍କୁ ଦିନକୁ ଦୁଇଥର ରନ୍ଧା ଖାଦ୍ୟ ଯୋଗାଇ ଦେବାକୁ ଓଡିଶା ସରକାର ନିର୍ଦ୍ଦେଶ ଦେଇଛନ୍ତି। ଦିନକୁ ଦୁଇ ଥର ଖାଇବାକୁ ୧୨ ବର୍ଷର କମ ପିଲାଙ୍କ ପାଇଁ ୪୫ ଟଙ୍କା ଓ ୧୨ ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତି ମାନଙ୍କୁ ୬୦ ଟଙ୍କା ଖର୍ଚ୍ଚ କରାଯିବ ବୋଲି ସରକାର ନିର୍ଦ୍ଦେଶ ଦେଇଛନ୍ତି। ପ୍ରତି ପଞ୍ଚାୟତ ମୁଖ୍ୟ ଦପ୍ତର ଓ ଏନଏସି ପରିସରରେ ଏହି ଗରମ ରନ୍ଧା ଖାଦ୍ୟ ଯୋଗାଇ ଦିଆଯିବ ବୋଲି ଜଣାପଡିଛି।
Sign in
Sign in
Recover your password.
A password will be e-mailed to you.
Next Post