ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ : ଦୁଇ ପୋଲିସ ନିଲମ୍ବିତ

0 2

ବଲାଙ୍ଗିର/ ନିରୋଜ ମିଶ୍ର:   ଲକ୍‌ଡାଉନ୍‌ ଉଲ୍ଲଂଘନକାରୀଙ୍କ ବିରୋଧରେ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବଲାଙ୍ଗିରର ଦୁଇ ଜଣ ପୁଲିସ୍‌ କନଷ୍ଟେବଲ୍‌ଙ୍କୁ ମହଙ୍ଗା ପଡ଼ିଛି। ଲକ୍‌ଡାଉନ୍‌ ଉଲ୍ଲଂଘନକାରୀଙ୍କୁ ରାସ୍ତାରେ ଆଣ୍ଠେଇ ଆଣ୍ଠେଇ ଯିବା ଲାଗି ବାଧ୍ୟ କରିବା ଓ ଲାଠିରେ ବାଡ଼େଇବା ଅଭିଯୋଗରେ ଏହି ଦୁଇ ଓଏସ୍ଏପି କନେଷ୍ଟବଲଙ୍କୁ ନିଲମ୍ବନ କରାଯାଇଛି। ସେମାନେ ହେଲେ ସୂର୍ଯ୍ୟକାନ୍ତ ସାମନ୍ତରାୟ ଓ ପ୍ରଦ୍ୟୁମ୍ନ ସାମଲ। ବଲାଙ୍ଗିର ଏସ୍‌ପି ସନ୍ଦୀପ ସଂପଦ ସେମାନଙ୍କୁ ନିଲମ୍ବନ କରିଛନ୍ତି।ସୂଚନା ଅନୁଯାୟୀ, କରୋନାର ମୁକାବିଲା ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ଚାଲିଥିବା ବେଳେ ଗତକାଲି ରାତିରେ ବଲାଙ୍ଗିର ସହରରେ କିଛି ଯୁବକ ବିନା କାରଣରେ ଘରୁ ବାହାରି ଏହି ନିୟମର ଉଲ୍ଲଂଘନ କରିଥିଲେ। ତେବେ ଡ୍ୟୁଟିରେ ଥିବା ସୂର୍ଯ୍ୟକାନ୍ତ ଓ ପ୍ରଦ୍ୟୁମ୍ନ ଏହି ଯୁବକମାନଙ୍କୁ ମାଡ଼ ଭୟ ଦେଖାଇ ଆଣ୍ଠେଇ ଆଣ୍ଠେଇ ଯିବାକୁ ବାଧ୍ୟ କରିଥିଲେ। ଏପରିକି ସେମାନଙ୍କ ମଧ୍ୟରୁ କେତେ ଜଣଙ୍କୁ ପିଟିଥିଲେ। ଏନେଇ ଥାନାରେ ଅଭିଯୋଗ ହେବା ପରେ ଏହି ଦୁଇ କନେଷ୍ଟବଳଙ୍କୁ ଏସ୍‌ପି ନିଲମ୍ବିତ କରିଛନ୍ତି।

Leave A Reply

Your email address will not be published.