୫ ହଜାର ଟଙ୍କା ଲାଞ୍ଚ : ଭିଜିଲାନ୍ସ ଟ୍ରାପରେ ଧରାପଡ଼ିଥିବା ଆରଆଇଙ୍କୁ ଜେଲ ଓ ଜୋରିମାନା

0

 

ବାରିପଦାରୁ  ଦିଲ୍ଲୀପ ମହାନ୍ତି  – ୨୦୧୩ରେ ଯଶିପୁର ତହସିଲରେ ଆରଆଇ ରହିଥିବା ବେଳେ ଏକ ଜମିର ପଟ୍ଟା କରାଇ ଦେବା ନିମନ୍ତେ ଯଶିପୁର ପାନ୍ଥ ଗ୍ରାମର ଦିନବନ୍ଧୁ ପୃଷ୍ଟି ୫ ହଜାର ଟଙ୍କା ଲାଞ୍ଚ ନଉଥିବା ବେଳେ ଭିଜିଲାନ୍ସ ଟ୍ରାପରେ ଧରାପଡ଼ି ଜେଲ ଯାଇଥିବା ମାମଲାର ବିଚାର କରି ବାରିପଦା ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଜଜ୍ ତାରା ପ୍ରସାଦ ରଥ ଆଜି ତାଙ୍କର ଚୁଡ଼ାନ୍ତ ରାୟ ଶୁଣାଇଛନ୍ତି । ଏଥିରେ ଅଭିଯୁକ୍ତ ତକ୍ରାଳୀନ ଆରଆଇ ଦିନବନ୍ଧୁ ପୃଷ୍ଟିଙ୍କୁ ଦୋଷୀ ସାବ୍ୟସ୍ତ କରାଇ ଏକ ବର୍ଷ କାରାଦଣ୍ଡ, ୧୦ ହଜାର ଟଙ୍କା ଅର୍ଥଦଣ୍ଡ ଓ ଏହା ଅନାଦେୟ ହେଲେ ଅଧିକ ୩ ମାସ କାରାଦଣ୍ଡରେ ଦଣ୍ଡିତ କରାଇଛନ୍ତି । ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ଯଶିପୁର ଥାନା ଅନ୍ତର୍ଗତ ଧାତିକିଆ ଗ୍ରାମର ହେମବତୀ ମହାନ୍ତ ତାଙ୍କ ଭଉଣୀ କଳ୍ପନା ନାଏକଙ୍କର ଜମିକୁ ପଟ୍ଟା କରାଇବା ନିମନ୍ତେ ଯଶିପୁର ତହସିଲରେ ଦେଖାସ୍ତ କରିଥିଲେ । ଏହା ଉପରେ ତହସିଲଦାର ଆରଆଇ ଦିନବନ୍ଧୁଙ୍କୁ ତଦନ୍ତ କରାଇ ରିପୋର୍ଟ ଦେବାକୁ ନିଦେ୍ର୍ଧଶ ଦେବା ପରେ ଆରଆଇ ଉକ୍ତ ରିପୋର୍ଟ ଦେବା ନିମନ୍ତେ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏହାପରେ ହେମବତୀ ଭିଜିଲାନ୍ସ ସହିତ ସମ୍ପର୍କ ସ୍ଥାପନ କରି ଯୋଜନା ପ୍ରସ୍ତୁତ କରି ୨୬.୦୪.୨୦୧୩ରେ ଆରଆଇ ଦିନବନ୍ଧୁଙ୍କୁ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରି ଭିଜିଲାନ୍ସରୁ ନେଇଥିବା ରଙ୍ଗବୋଳା ୫ ହଜାର ଟଙ୍କା ଦେଇ ପୂର୍ବରୁ ଛପି ରହିଥିବା ଭିଜିଲାନ୍ସ ଟିମକୁ କାର୍ଯ୍ୟ ସଫଳତାର ସଙ୍କେତ ଦେବା ପରେ ଅତର୍କିତ ଭାବେ ଭିଜିଲାନ୍ସ ଟିମ ଆରଆଇ ଦିନବନ୍ଧୁଙ୍କୁ ଘରିଯାଇ କାବୁ କରିବା ସହିତ ତାକୁ ରେଡ଼ହ୍ୟାଣ୍ଡରେ ଗିରଫ କରିବା ସଂଗେସଂଗେ ୫ ହଜାର ଟଙ୍କା ମଧ୍ୟ ଜବତ କରିଥିଲେ ଏବଂ ଆରଆଇ ଦିନବନ୍ଧୁଙ୍କ ନାମରେ ଭିଜିଲାନ୍ସରେ କେଶ ନଂ ୨୦/୨୫.୦୪.୨୦୧୩ରେ ଏକ ମାମଲା ରୁଜୁ କରାଯାଇ ତାଙ୍କୁ କୋର୍ଟ ଚାଲାଣ କରାଇଥିଲେ । ଉକ୍ତ ମାମଲାରେ ରହିଥିବା ସାକ୍ଷୀମାନଙ୍କର ବୟାନ ଓ ସମସ୍ତ ପ୍ରମାଣପତ୍ରକୁ ଭିତ୍ତି କରି ବାରିପଦା ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ପକ୍ଷରୁ ଚୁଡ଼ାନ୍ତ ରାୟ ପ୍ରକାଶ ପାଇଥିଲା । ସରକାରଙ୍କ ପକ୍ଷରୁ ଏପିପି କୃଷ୍ଣ ଚନ୍ଦ୍ର ଶତପଥୀ ମୋକର୍ଦ୍ଧମା ପରିଚାଳନା କରିଥିଲେ ।

Leave A Reply

Your email address will not be published.