ବାପ-ପୁଅ ରାତି ଅନିଦ୍ରା ମୁଗୁରା ପଛ ମେଲା, ନିୟମର ସୁରକ୍ଷାଦାତା କରୁଛନ୍ତି ନିୟମର ଧର୍ଷଣ

0

 

 

12-04-18-asit-w.jpg - 37.17 kB

କି ରସ ଝରୁଛି ଯେ ପୁରୁଣା ବିଭାଗ ବାପା ସମ୍ପତି ଭଳି ମାଡି ବସିଛନ୍ତି ସଚିବାଳୟ ଅଧିକାରୀ 

ଗୃହ ସଚିବଙ୍କ ନିର୍ଦ୍ଦେଶକୁ ବାସି ପାଣିରେ ବି ମୁତିଲେନି

Bhubaneswar/ Manasi Mishra : ସଚିବାଳୟ…ରାଜ୍ୟ ପ୍ରଶାସନିକ ବ୍ୟବସ୍ଥା ପାଇଁ ବତୀଘର | ପ୍ରଶାସନିକ  ସିଢିରେ ତା ତଳକୁ ଥିବା ମୁଖ୍ୟ ଦପ୍ତର, ଜିଲ୍ଲା ଦପ୍ତର, ବ୍ଲକ ଦପ୍ତର ପାଇଁ ମାର୍ଗଦର୍ଶକ | ଏଠି ଯେଉଁ ଆଇନ ହୁଏ ତାହାକୁ ବେଦ ବାକ୍ୟ ସଦୃଶ ପାଳନ କରାଯାଏ ପ୍ରଶାସନିକ ବ୍ୟବସ୍ଥା ରେ | ହେଲେ  ସରକାରଙ୍କ ଗୋଟାଏ ବଦଳି ନିୟମ ଅଛି | ହେଲେ ନିୟମ ତିଆରି କରୁଥିବା ବା ନିୟମର ସୁରକ୍ଷାକବଚ ଭାବେ ଦାୟିତ୍ୱ ନିଭାଇବା ପାଇଁ ଉଦ୍ଦିଷ୍ଟ ସଚିବାଳୟରେ ଚାଲିଛି ସ୍ପଷ୍ଟ ଦିବାଲୋକରେ ନିୟମର ବଳାତ୍କାର | ନିଜ ସୁବିଧା ପାଇଁ, ନିଜ ସ୍ୱାର୍ଥ ହାସଲ ପାଇଁ, ମାଲଦାର ସିଟରେ ବସି ମାଲ ରୋଜଗାର କରିବା ପାଇଁ ଖୋଦ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ଅସିତ ତ୍ରିପାଠୀଙ୍କ ଲିଖିତ ନିର୍ଦ୍ଦେଶକୁ ଅତି ସନ୍ତର୍ପଣରେ ଛେଡଖାନୀ କରିବାକୁ କୁଣ୍ଠା ପ୍ରକାଶ କରିନାହାନ୍ତି |  ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ସଚିବଙ୍କୁ ଅନ୍ଧାରରେ ରଖି ସଚିବାଳୟ ସେବା ବର୍ଗର କିଛି ଦୁର୍ନୀତିଗ୍ରସ୍ତ ଅଧିକାରୀ ଚଳାଇଛନ୍ତି ସେମାନଙ୍କ ମନମାନୀ |

ସଚିବାଳୟ ସେବା  ବର୍ଗର  ଅଧିକାରୀଙ୍କ  ଦଶ ବର୍ଷିଆ ବଦଳିକୁ  କଡାକଡି  ଲାଗୁ  କରିବାକୁ ଗୃହ  ସଚିବ  ବିଭିନ୍ନ ବିଭାଗକୁ  ପତ୍ରଲେଖି    ଅନୁରୋଧ  କରିଥିବାବେଳେ  କେତେକ  କର୍ମଚାରୀଙ୍କ  ଚଂଚକତାପାଇଁ ବଦଳିରେ ତ୍ରୁଟି ଦେଖାଦେଇଛି  l ନୂଆ  ବଦଳି  ନୀତି  ଅନୁଯାୟୀ ଗୃହ ଭୁଭାଗ  ଗତ  ଅଗଷ୍ଟ  ମାସରେ  ଏକାଥରକେ 298 ଜଣ  ଅଧିକାରୀଙ୍କ  ଆନ୍ତର୍ବିଭାଗୀୟ  ବଦଳି କରିଥିଲେ l ଏମାନଂକ ମଧ୍ୟରୁ  ଅନେକ  ଅଧିକାରୀ ନୂଆ ବିଭାଗରେ  ଯୋଗ ଦେଇଥିବା ବେଳେ , 30- 40 ଅଧିକାରୀ ବିଭିନ୍ନ ଆଳ ଦେଖାଇ   ପୁରୁଣା  ବିଭାଗରେ ରହିଥିଲେ l  ଗୃହ ବିଭାଗ  ବାରମ୍ବାର  ପତ୍ର  ଲେଖିଥିଲେ ହେଁ ତାକୁ  କେହି ଶୁଣି  ନଥିଲେ  l  ଶେଷରେ  ଗୃହ ବିଭାଗକୁ କଠୋର  ପଦକ୍ଷେପ ନେବାକୁ  ପଡିଲା  l ଗତ ମାସ  16 ତାରିଖରେ  ବିଭିନ୍ନ ବିଭାଗକୁ ପତ୍ର ଲେଖି  ଖିଲାପୀ  ଅଧିକାରୀଙ୍କୁ  ମାସ ଶେଷ  ସୁଦ୍ଧା ଭାରମୁକ୍ତ କରିବାକୁ କହିଲେ l  ଖାଲିସେତିକି  ନୁହିଁ, ମାର୍ଚ୍ଚମାସ  ଶେଷ ସୁଦ୍ଧା ଭାର ମୁକ୍ତ ହୋଇ ନଥିବା  ଅଧିକାରୀଙ୍କ ଦରମା ବିଲ  ପୁରୁଣା ବିଭାଗରୁ ଗ୍ରହଣ  ନ କରିବାକୁ ଟ୍ରେଜେରିକୁ ନିର୍ଦେଶ ଦେଲେ l  ଏପରି  କଠୋର  ପଦକ୍ଷେପ ପରେ ମଧ୍ୟ ଗୃହ ବିଭାଗର ସଚିବାଳୟ ସେବା ଶାଖାର  କେତେକ କର୍ମଚାରୀଙ୍କ ଚଂଚକତା  ପାଇଁ ଆଉ କେତେକ ଅଧିକାରୀ ଆଜି ସୁଦ୍ଧା ନୂଆ ବିଭାଗରେ ଯୋଗ ଦେଇ ନାହାନ୍ତି l ବିଶେଷକରି ଯେଉଁମାନଂକୁ  ବିଭାଗର  ଅନୁରୋଧ  କ୍ରମେ  ମାର୍ଚ୍ଚ  ମାସ ଶେଷ  ସୁଦ୍ଧା ପୁରୁଣା ସ୍ଥାନରେ  ରହିବାକୁ  ଅନୁମତି ମିଳିଥିଲା , ସେମାନେ  କେହିହେଲେ  ଭାର ମୁକ୍ତ ହୋଇ ନାହାନ୍ତି କି ନୂଆ ବିଭାଗରେ ଯୋଗ ଦେଇ  ନାହାଁନ୍ତି l  ଏପରି ଖିଲାପକାରୀଙ୍କ  ମଧ୍ୟରେ ଗୃହ ବିଭାଗ , ବାଣିଜ୍ୟ  ବିଭାଗ, ଅର୍ଥ ବିଭାଗ, ସାଧାରଣ ପ୍ରଶାସନ  ଓ ସାଧାରଣ ଅଭିଯୋଗ  ଏବଂ  ଶକ୍ତି  ବିଭାଗର କର୍ମଚାରୀ  ଅଛନ୍ତି l ସୂଚନା  ଅନୁଯାୟୀ ଏ ସବୁ ଗୃହ ସଚିବଙ୍କ  ଅଯାଣତରେ ହୋଇଛି  l ବଦଳି ନୀତି ର ସ୍ୱଛତା  ଉପରେ ପ୍ରଶ୍ନ ଉଠିଛି |

 ହେଲେ ପ୍ରସନ ଉଠୁଛି,  ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ସଚିବଙ୍କ ଉପରେ ଗୃହବିଭାଗରେ ଆଉ କିଏ ଯେ ତାଙ୍କ ନିର୍ଦ୍ଦେଶ ଅନୁପାଳନ ନକରିବାର ଦୁଃସାହସ କରିବ ????

Leave A Reply

Your email address will not be published.