ଖୋଳଖାଳି ପଞ୍ଚାୟତରେ ଘରକୁ ଘର ବୁଲି ହିତାଧିକାରୀଙ୍କୁ ଚାରି ମାସର ଭତ୍ତା ବଣ୍ଟନ

0 2

ବୁଗୁଡା /ଡ଼ଃ କୁମୁଦ ଚନ୍ଦ୍ର ବେହେରା :  ବୁଗୁଡା ବ୍ଲକର ଖୋଳଖାଳି ପଞ୍ଚାୟତରେ ଶନିବାର ଦିନ ପଞ୍ଚାୟତ ଲୋକ ପ୍ରତିନିଧି ଓ କର୍ମଚାରୀ ବୃନ୍ଦ ଘରକୁ ଘର ବୁଲି ବୃଦ୍ଧ, ବୃଦ୍ଧା, ବିଧବା ଓ ଭିନ୍ନକ୍ଷମ ହିତାଧିକାରୀଙ୍କୁ ସେମାନଙ୍କ ୪ ମାସର ଭତ୍ତା ବଣ୍ଟନ କରିଛନ୍ତି। ସରପଞ୍ଚ ସୂର୍ଯ୍ୟମଣି ଗୌଡ଼, ସମିତି ସଭ୍ୟ ବିବେକାନନ୍ଦ ବାରିକ, ପିଇଓ ସୁନୀଲ କୁମାର ସାହୁ,ଜିଆରଏସ ସୁଶାନ୍ତ ଗୌଡ଼, ୱାର୍ଡ ସଭ୍ୟ ଗନ୍ଧର୍ବ ଗୌଡ଼ ଓ ସୁଶାନ୍ତ ସ୍ଵାଇଁ ପ୍ରମୁଖ ପ୍ରତ୍ୟେକ ହିତାଧିକାରୀଙ୍କ ଘରକୁ ଯାଇ ୪ ମାସର ଭତ୍ତା ଟଙ୍କା ବଣ୍ଟନ କରିଥିଲେ। ୮୦ ବର୍ଷରୁ ଉର୍ଦ୍ଧ୍ବ ହିତାଧିକାରୀଙ୍କୁ ୨୮୦୦ ଟଙ୍କା ପ୍ରଦାନ କରାଯାଇଥିବା ବେଳେ ଅନ୍ୟ ହିତାଧିକାରୀଙ୍କୁ ୨୦୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିଲା।ଏଥି ସହ କରୋନା ଭୁତାଣୁ ସମ୍ପର୍କରେ ସରପଞ୍ଚ ଓ ସମିତିସଭ୍ୟ ଜନସାଧାରଣଙ୍କୁ ସଚେତନ କରାଇ ଘରେ ରହିବାକୁ ପରାମର୍ଶ  ଦେଇଥିଲେ। ଯେଉଁ ବ୍ୟକ୍ତି ଗ୍ରାମ ଭିତରକୁ ପ୍ରବେଶ କରୁଛନ୍ତି ତାଙ୍କୁ ଗ୍ରାମ ଆରମ୍ଭରେ ସାବୁନରେ ହାତ ସଫାକରି ଛାଡୁଥିବା ଦେଖା ଯାଇଥିଲା। ଅନ୍ୟାନ ପଞ୍ଚାୟତରେ ମଧ୍ୟ କର୍ମଚାରୀ ବୃନ୍ଦ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରୁଥିବା ଜଣାପଡିଛି। 

Leave A Reply

Your email address will not be published.