ପ୍ରଶାସନ ନିଦରେ, ଚାଲିଛି ଦଲାଲ ହସ୍ପିଟାଲର ଉତ୍ପାତ
ଜଗତସିଂହପୁର ଅଜୟ କୁମାର ଜେନା: ପ୍ରଶାସନ ସବୁ ଜାଣୁଛି | ହେଲେ ଜାଣି ନଜାଣିଲା ପରି ରହୁଛି | ଆମେ କହୁଛୁ ଏକ ଦାଇତ୍ୱହୀନ ହସ୍ପିଟାଲ ବିଷୟରେ | ଏହି ହସଷ୍ପିଟାଲରେ ପୂର୍ବରୁ ଏକାଧିକ ମହିଳାମାନଙ୍କର ମୃତ୍ୟୁ ହୋଇଥିବା କଥା ଚିକିତ୍ସା ଅଧିକାରୀଙ୍କ ନଜରରେ ଅଛି, ହେଲେ ଏପରି ଏକ ମଣିଷମରା ହଷ୍ପିଟାଲକୁ କେଉଁ କାରଣରୁ ବନ୍ଦ କରାଯାଉ ନାହିଁ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସରକାରଙ୍କ ନିୟମ ଅନୁଯାୟୀ ଜଣେ ଦକ୍ଷ ପ୍ରସୂତୀ ଡ଼ାକ୍ତର ଡେ଼ଲିଭରୀ ପାଇଁ ଆବଶ୍ୟକୀୟ ତାଲିମ ନେବାପରେହିଁ ପ୍ରସୂତି କରିପାରିବେ । କିନ୍ତୁ ଏଠାରେ ଜଣେ ଅନଭିଜ୍ଞ ହସପିଟାଲ ମାଲିକ, ଡ଼ାକ୍ତର ଓ ନର୍ସଙ୍କ ଅନୁପସ୍ଥିତରେ କିପରି ମେଶିନ୍ ଲଗାଇ ପିଲାକୁ ଯବରଦସ୍ତ ଟାଣି ବାହାର କଲେ ତାହା ସର୍ବ ସାଧାରଣରେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି । ଏଥିପ୍ରତି ବିଭାଗୀୟ ଅଧିକାରୀ ଏବଂ ପ୍ରଶାସନିକ ଅଧିକାରୀମାନେ ସବୁକଥା ଜାଣି କୈାଣସି ପଦକ୍ଷେପ ନନେବା ସାଧାରଣରେ ସନ୍ଦେହ ସୃଷ୍ଟି କରିଛି । ଚିକିତ୍ସାରେ ଅବହେଳା ଯୋଗୁଁ ପ୍ରସୂତି ମହିଳାଂକ ମୃତ୍ୟୁକୁ ନେଇ ସଦର ମହକୁମା ଠାରେ ଥିବା କ୍ୟୋରୱେଲ ହସପିଟାଲ ସମ୍ମୁଖରେ ଶତାଧିକ ମହିଳାମାନଙ୍କ ଦ୍ୱାରା ରାସ୍ତା ଅବରୋଧ କରାଯିବା ସହିତ ଉତେଜନା ପ୍ରକାଶ ପାଇଛିା
ସୂଚନା ଅନୂଯାୟୀ ତିର୍ତୋଲ ବ୍ଲକ୍ ଅଧୀନ ପୋରଗ ଦେଇପୁର ଗ୍ରାମପଂଚାୟତ ବଉଳାଙ୍ଗ ଗ୍ରାମର ଦିଲ୍ଲିପ କୁମାର ସାହୁଙ୍କ ସ୍ତ୍ରୀ ଅଂଜୁକ୍ତା ସାହୁ, ବୟସ – ୨୫, ଗର୍ଭବତୀ ଥାଇ ଡ଼ାକ୍ତର ମହେଶ୍ୱର ପ୍ରଧାନଙ୍କ ଅଧୀନରେ ଚିକିତ୍ସିତ ହେଉଥିଲେ । ପ୍ରସୂତି ସମୟ ହେବାରୁ ଡ଼ାକ୍ତରଙ୍କ ପରାମର୍ଶ ଅନୁଯାୟୀ ଖେରସ, ଜଗତସିଂହପୁର ଠାରେ ଥିବା ଉପରୋକ୍ତ ହଷ୍ପିଟାଲରେ ତା.୧୭. ୦୩. ୨୦୧୮ ରିଖ ସଂଧ୍ୟା ସୁଦ୍ଧା ଭର୍ତୀ ହୋଇଥିଲେ । ଡ଼ାକ୍ତର ଶ୍ରୀ ପ୍ରଧାନ ନଥିବା କାରଣରୁ ନିଜକୁ ହସପିଟାଲର ମାଲିକ କହୁଥିବା ଶ୍ରୀଯୁକ୍ତ ଦାଶ ବାବୁ (ମଂଟୁ ବାବୁ) ଡେ଼ଲିଭରି କରାଇବା ପାଇଁ ଡେ଼ଲିଭରି ପ୍ରକୋଷ୍ଠ ନେଇଥିଲେ । ପରବର୍ତ୍ତୀ ସମୟରେ ମହିଳାଙ୍କର ସ୍ୱାମୀଙ୍କୁ କହିଥିଲେ “ଯଦି ସୁବିଧାରେ ଡେ଼ଲିଭରୀ ହୋଇଗଲା ତେବେ ଆପଣଙ୍କୁ ୭ ହଜାର ଟଙ୍କା ଦେବାକୁ ପଡ଼ିବ, ନଚେତ୍ ଅପରେସନ୍ ହେଲେ ୧୪ ହଜାର ଟଙ୍କା ଦେବାକୁ ପଡ଼ିବ ।” ଏଥିରେ ଶ୍ରୀ ସାହୁ ସମ୍ମତି ଜଣାଇଲେ ଓ ଡ଼ାକ୍ତରଙ୍କୁ ଡ଼ାକିବାକୁ କହିଲେ, ଡ଼ାକ୍ତର ଆସୁଛନ୍ତି ବୋଲି କହୀ ମଂଟୁବାବୁ ନିଜେ ମେସିନ୍ ଲଗାଇ ପିଲାଟିକୁ ଜବରଦସ୍ତ ପିଲାଟିକୁ ଟାଣି ଆଣିଲେ, ଯାହା ଫଳରେ ମହିଳାଙ୍କର ଗର୍ଭାଶ୍ରୟଟି ଫାଟି ପ୍ରଚୁର ରକ୍ତ ଶ୍ରାବ ହେଲା । ସେତେବେଳେକୁ ଡ଼ାକ୍ତର ପହଁଚି ନଥିବା କାରଣରୁ ଶ୍ରୀ ମଂଟୁ ଦାସ ମୋବାଇଲ ଯୋଗେ ଡ଼ାକ୍ତରଙ୍କ ସହ ପରାମର୍ଶ କରିଥିଲେ । ଡ଼ାକ୍ତରଙ୍କ କହିବା ଅନୁଯାୟୀ ଔଷଧ ଓ ଇଜେଂକସନ୍ ଦେବା ସତ୍ୱେ ରକ୍ତି ଶ୍ରାବ ବନ୍ଦ ହୋଇ ନଥିଲା । ଧିରେ ଧିରେ ମହିଳାଙ୍କର ଅବସ୍ଥା ଗୁରୁତର ହେବାରୁ ତା. ୧୮. ୦୩. ୨୦୧୮ ରିଖରେ ସଂଦ୍ୟା ୬ ଘଟିକା ସୁଦ୍ଧା ମହିଳାଙ୍କୁ କଟକ ପଠାଇଦେଲେ । କଟକରେ ପହଁଚି ଚିକିତ୍ସା ହେଲାବେଳେ ଡ଼ାକ୍ତରମାନଙ୍କ ପରାମର୍ଶ ଅନୁଯାୟୀ ପ୍ରଦୂତି ମହିଳାଙ୍କୁ ଆଇ. ସି. ୟୁ. ରେ ଭର୍ତ୍ତି କରାଯାଇଥିଲା । ସେଠାରେ ବହୁ ପରୀକ୍ଷା ନିରୀକ୍ଷା ଓ ଖର୍ଚ୍ଚାନ୍ତ ହେବାପରେ ତା. ୨୨. ୦୩. ୨୦୧୮ ପୂର୍ବାହ୍ନରେ ମହିଳାଙ୍କର ମୃତ୍ୟୁ ହୋଇଥିଲା ।