ଆପଣାପଣିଆର ହାତ ବଢ଼ାଇଲା “ଓଡିଶା ମୋ ପରିବାର 

0 2

 ଆନ୍ଧ୍ରପ୍ରଦେଶର ପ୍ରକାଶମ୍ ରୁ ୪୨ଜଣ ବି.ଇଡି ଛାତ୍ରଛାତ୍ରୀଙ୍କୁ ଓଡିଶା ଫେରାଇ ଆଣିବାରେ ସହାୟତାର ହାତ ବଢାଇଲା

ଭୁବନେଶ୍ୱର (ଶାସକ ପ୍ରଶାସକ)  ବିଶ୍ୱ ମହାମାରୀ କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଜାରି ହୋଇଛି ସମ୍ପୂର୍ଣ୍ଣ ଲକ୍ ଡାଉନ୍ । ବାହାର ରାଜ୍ୟରେ ଫସି ରାହିଥିବା ଓଡ଼ିଆମାନଙ୍କ ନିରାପତ୍ତା ତଥା ରହିବା ଖାଇବା ସୁବିଧା କରିବା ପାଇଁ ବିଭିନ୍ନ ରାଜ୍ୟ ସରକାରଙ୍କୁ ପତ୍ର ଲେଖିଥିବା ବେଳେ ଏପରି ଜଟିଳମୟ ପରିସ୍ଥିତିରେ ଆନ୍ଧ୍ରପ୍ରଦେଶରେ ଫସି ରହିଥିବା ୪୨ଜଣ ଓଡିଆ ବି.ଇଡି ଛାତ୍ରଛାତ୍ରୀଙ୍କୁ ଓଡିଶା ଫେରାଇ ଆଣିବାରେ ସହାୟତାର ହାତ ବଢାଇଲା ଓଡିଶା-ମୋ ପରିବାର ।

ଶୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓ ଏବଂ ଓଡିଆ ନ୍ୟୁଜ୍ ଚ୍ୟାନେଲରେ ପ୍ରସାରିତ ଖବରରୁ କୋଭିଡ୍-୧୯ର ସାମ୍ପ୍ରତିକ ପରିସ୍ଥିତିକୁ ଲକ୍ଷ କରି ଜାରି ହୋଇଥିବା ଲକ୍ ଡାଉନ୍ ସମୟରେ ଆନ୍ଧ୍ରପ୍ରଦେଶର ପ୍ରକାଶମ୍ ଜିଲ୍ଲାରେ ୪୨ଜଣ ଓଡିଆ ବି.ଇଡି ଛାତ୍ରଛାତ୍ରୀ ଫସି ରହିଥିବାର ସୂଚନା ଓଡିଶା-ମୋ ପରିବାରକୁ ମିଳିଥିଲା । ଏହି ଘଟଣା ସମ୍ପର୍କରେ  ଭଦ୍ରକ ବିଧାୟକ ଶ୍ରୀ ସଞ୍ଜିବ ମଲ୍ଲିକ, ମାନ୍ୟବର ଭଦ୍ରକ ସାଂସଦ ଶ୍ରୀମତୀ ମଞ୍ଜୁଲତା ମଣ୍ଡଳ, ସାଂସ୍କୃତିକ ମନ୍ତ୍ରୀ ଶ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଓଡିଶା-ମୋ ପରିବାରର ଆବାହକ ଶ୍ରୀ ଅରୁପ ପଟ୍ଟନାୟକଙ୍କୁ ଜଣାଇଥିଲେ ଏବଂ ପରେ ଏହି ଘଟଣା ସମ୍ପର୍କରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଅବଗତ କରାଯାଇଥିଲା । ଘଟଣା ସମ୍ପର୍କରେ ଅବଗତ ହେବା ପରେ ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀଙ୍କୁ ଯେ କୌଣସି ଉପାୟରେ ଓଡିଶା ଫେରାଇ ଆଣିବା ଲାଗି ଇଚ୍ଛା ପ୍ରକାଶ କରିଥିଲେ ଏବଂ ଓଡିଶା ମୁଖ୍ୟ ସଚିବଙ୍କୁ ଘଟଣାରେ ହସ୍ତକ୍ଷେପ କରିବା ଲାଗି ଅନୁରୋଧ କରାଯାଇଥିଲା ।

ଏହାପରେ ଓଡିଶା ମୁଖ୍ୟ ସଚିବ ଆନ୍ଧ୍ରପ୍ରଦେଶର ମୁଖ୍ୟ ସଚିବଙ୍କ ସହ ଯୋଗାଯୋଗ କରି ଘଟଣାରେ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଥିଲେ । ଆନ୍ଧ୍ରପ୍ରଦେଶର ମୁଖ୍ୟ ସଚିବଙ୍କ ହସ୍ତକ୍ଷେପ ପରେ ପ୍ରକାଶମର ସ୍ଥାନୀୟ ପ୍ରଶାସନ ଛାତ୍ରଛାତ୍ରୀମାନଙ୍କ ନିକଟରେ ପହଂଚି ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ସହ ସମସ୍ତ ଛାତ୍ରଛାତ୍ରୀ ସୁସ୍ଥ ଏବଂ ଓଡିଶା ଯାତ୍ରା କରିବା ପାଇଁ ସେମାନେ ସକ୍ଷମ ବୋଲି ପ୍ରମାଣପତ୍ର ପ୍ରଦାନ କରିଥିଲେ । କୋଭିଡ୍-୧୯ର ଜଟିଳମୟ ପରିସ୍ଥିତିରେ ସାରା ଦେଶରେ ଲକ୍ ଡାଉନ୍ ଯୋଗୁଁ ରେଳ ଏବଂ ବିମାନ ସେବା ବନ୍ଦ ଥିବା ହେତୁ ମର୍କପୁରର ମାନ୍ୟବର ବିଧାୟକ ଛାତ୍ରଛାତ୍ରୀମାନେ କିପରି ସୁରକ୍ଷିତ ଭାବେ ଓଡିଶା ଆସି ପାରିବେ ସେଥିଲାଗି ଦୁଇଟି ଏପିଏସ୍ଆରିଟିସି ବସ୍ର ବ୍ୟବସ୍ଥା କରିଥିଲେ । ସମସ୍ତ ଛାତ୍ରଛାତ୍ରୀ ତା.୨୪.୦୩.୨୦୨୦ ରାତି ପ୍ରାୟ ୧୦.୪୦ ଘଟିକା ସମୟରେ ଏପିଏସ୍ଆରିଟିସି ବସରେ  ବସି ଓଡିଶା ଅଭିମୁଖେ ବାହାରିଥିଲେ ।

ତେବେ ଏହି ମହତ କାର୍ଯ୍ୟ ତଥା ସହାୟତା ଲାଗି ସମସ୍ତ ଛାତ୍ରଛାତ୍ରୀ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ, ଉଭୟ ଓଡିଶା ଓ ଆନ୍ଧ୍ରପ୍ରଦେଶର ମୁଖ୍ୟ ସଚିବ, ପ୍ରକାଶମ ସ୍ଥାନୀୟ ପ୍ରଶାସନ ଏବଂ ଓଡିଶା-ମୋ ପରିବାରର ସଦସ୍ୟଙ୍କୁ କୃତଜ୍ଞତା ଜଣାଇଥିଲେ । 

Leave A Reply

Your email address will not be published.